ନୂଆଦିଲ୍ଲୀ: ପୁଣି ସାଇବର ଠକଙ୍କ ଜାଲରେ ଫସିଲେ ଆଉଜଣେ ଯୁବତୀ। ଡିଜିଟାଲ ଆରେଷ୍ଟ ନାଁରେ ଜଣେ ୨୪ ବର୍ଷ ବୟଷ୍କ ଏୟାର ହୋଷ୍ଟେଜଙ୍କୁ ଠକିଦେଲେ ସାଇବର ଠକ। ଶନିବାର ମନି ଲଣ୍ଡରିଂ ଓ ପୋଲିସ କାର୍ଯ୍ୟାନୁଷ୍ଠାନର ଆଳ ଦେଖାଇ ଉକ୍ତ ମହିଳାଙ୍କଠୁ ୧୦ ଲକ୍ଷ ଲୁଟ କରିନେଇଛନ୍ତି ସାଇବର ଠକ।
ଗତବର୍ଷ ନଭେମ୍ବର ମାସରେ ଥାନେ ଅଞ୍ଚଲର ଏହି ଏୟାର ହୋଷ୍ଟେଜଙ୍କୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ସେ କଲ ଉଠାଇବା ପରେ କଲ କରିଥିବା ବ୍ୟକ୍ତି ଜଣଙ୍କ ସେ ଇରାନକୁ ପଠାଉଥିବା ପାର୍ସଲ କଷ୍ଟମ ବିଭାଗ ଜବତ କରିଛି ବୋଲି କହିଥିଲେ। ମହିଳା ଜଣଙ୍କ କୌଣସି ପାର୍ସଲ ପଠାଇ ନଥିବା କହିବା ପରେ କଲ କରିଥିବା ବ୍ୟକ୍ତି ଜଣଙ୍କ ତାହ୍କୁ ମନିଲଣ୍ଡରିଂ ମାମଲାରେ ଦୋଷୀ ବୋଲି କହିବା ସହିତ ତାଙ୍କୁ ହିରଫ କରିବାର ଭୟ ଦେଖେଇଥିଲେ।
ଏହାପରେ ସାଇବର ଠକ ଜଣଙ୍କ ମହିଳାଙ୍କୁ ଫୋନରେ ଏକ ଲିଙ୍କ୍ ସେୟାର କରି କଲ୍ ଶେଷ କରିବା ପୂର୍ବରୁ ତାଙ୍କୁ ୯.୯୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲା। ଟଙ୍କା ଦେବା ପରେ ମହିଳା ଠକାମିର ସିକାର ହୋଇଛନ୍ତି ବୋଲି ଜାମିବାକୁ ପାଇଥିଲେ। ଏହା ପରେ ବାଧ୍ୟ ହୋଇ ସେ ପୋଲିସର ସହାୟତା ନେଇଥିଲେ।
ମହିଳାଙ୍କୁ କଲ ଆସିଥିବା ନମ୍ୱରକୁ ଟ୍ରାକ କରି ପୋଲିସ ଜାଣିଥିଲା ଯେ ସାଇବର ଠକ ଜଣଙ୍କ ପେଶାଦାର ଅପରାଧି, ତା ନାଁରେ ପୂର୍ବରୁ ମଧ୍ୟ ଏହି ଭଳି ଅନେକ ମାମଲା ରହିଛି। ପୋଲିସ ସାଇବର ଠକାମି ହୋଇଥିବା ନେଇ ଅଭିଯୁକ୍ତ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଓ ଆଇଟି ଆକ୍ଟ ଅଧିନରେ ଅନେକ ସେକ୍ସନରେ ତା ଉପରେ ଏକ ମାମଲା ରୁଜୁ କରିଛି। କିନ୍ତୁ ଖବର ଲେଖାହେବା ଯାଏ ଆରୋପିକୁ ଗିରଫ କରାଯାଇନଥିବା ସୁଚନା ମିଳିଛି।