ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍; ଜଣେ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

Published By : Anindita | January 2, 2025 10:04 AM

ନୂଆଦିଲ୍ଲୀ,୦୨/୦୧:କେରଳରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍ । ଫଳରେ ଜଣଙ୍କ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ କେରଳର କାନପୁର ଜିଲ୍ଲା ଭାଲ୍ଲାକାଇ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । 

ସୂଚନା ମୁତାବକ, କାନପୁର କୁରୁମୁଥୁର୍‌ର ଚିନ୍ମୟ ନାମକ ଏକ ସ୍କୁଲ ବସ୍ ଏକାଧିକ ଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିଲା। ସେହି ସମୟରେ ବସଟି ଭାରସାମ୍ୟ ହରାଇ ଭାଲାକାଇ ସେତୁ ନିକଟରେ ଓଲଟି ପଡିଥିଲା । ଫଳରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ସ୍କୁଲ ବସରେ ୪-୧୧ ବର୍ଷ ବୟସ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଥିଲେ । ଏହି ଘଟଣାକୁ ନେଇ ଅଭିଭାବକ ଏବଂ ସ୍ଥାନୀୟବାସୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ମୃତ ଛାତ୍ରୀ ଜଣଙ୍କ ହେଲେ ୫ମ ଶ୍ରେଣୀର ବୋଲି ଜଣାପଡ଼ିଛି। ସେପଟେ ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରିଛନ୍ତି ।  ତେବେ ଏହି ଦୁର୍ଘଟଣା ସମ୍ପର୍କରେ ସ୍କୁଲ ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଅଯାଇ ନାହିଁ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.