ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଭୋପାଳ ଗ୍ୟାସ ଟ୍ରାଜେଡ଼ିକୁ ୪୦ ବର୍ଷ, ଫ୍ୟାକ୍ଟ୍ରିରେ ଥିବା ବିଷାକ୍ତ ବର୍ଜ୍ୟବସ୍ତୁକୁ କରାଗଲା ନିଷ୍କାସନ

Published By : Anindita | January 2, 2025 12:55 PM

ନୂଆଦିଲ୍ଲୀ,୦୨/୦୧:ଭୋପାଳ ଗ୍ୟାସ ଟ୍ରାଜେଡିକୁ ପୂରିଛି ୪୦ ବର୍ଷ । ଯେଉଁଥିରେ ଚାଲିଯାଇଥିଲା  ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଜୀବନ । ତେବେ ଅଘଟଣର ୪ ଦଶନ୍ଧି ପରେ ଫ୍ୟାକ୍ଟ୍ରିରେ ଥିବା ବିଷାକ୍ତ ବର୍ଜ୍ୟବସ୍ତୁକୁ କରାଯାଇଛି  ନିଷ୍କାସନ। ଗତ ଡିସେମ୍ବର ୩ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ବର୍ଜ୍ୟବସ୍ତୁକୁ ତୁରନ୍ତ ନିଷ୍କାସନ କରିବାକୁ ୪ ସପ୍ତାହର ଡେଡଲାଇନ ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କୁ ଜାନୁଆରୀ ୩ ରେ ରିପୋର୍ଟ ଦେବାକୁ  ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିଲା । ତେବେ ୪୦ ବର୍ଷ ପରେ ଶେଷରେ ନିଷ୍କାସନ ହୋଇଛି ଏହି ବିଷାକ୍ତ ପଦାର୍ଥ । ପରିବେଶ ପ୍ରଦୂଷଣ ଯେପରି ନହେବ ସେଥିପାଇଁ ଏହି ବିଷାକ୍ତ ବର୍ଜ୍ୟବସ୍ତୁକୁ ଏକ ୪ ସ୍ତର ବିଶିଷ୍ଟ କଣ୍ଟେନର ମଧ୍ୟରେ ଭର୍ତ୍ତି କରାଯାଇ ନିଆଯାଇଛି ।

ଏନେଇ ଗ୍ୟାସ ଟ୍ରାଜେଡି ରିଲିଫ ଏବଂ ରିହାବିଲିଟେସନ ବିଭାଗ ନିର୍ଦ୍ଦେଶକ ସ୍ବତନ୍ତ୍ର କୁମାର ସିଂ କହିଛନ୍ତି, "୧୨ଟି କଣ୍ଟେନରରେ ସମସ୍ତ ବର୍ଜ୍ୟବସ୍ତୁକୁ ବାହାର କରାଯାଇଛି। ଏଥିପାଇଁ ଏକ ଗ୍ରୀନ କରିଡ଼ର ହୋଇଥିଲା ଗଠନ । ତେବେ ଏସବୁକୁ ଆସନ୍ତା ୯ ମାସ ମଧ୍ୟରେ  ଜାଳି ନଷ୍ଟ କରାଯିବା ନେଇ ସେ କହିଛନ୍ତି । ଏହି କାମରେ ପାଖାପାଖି ୧୦୦ ଜଣ ନିୟୋଜିତ ଥିଲେ । ଏଥିସହ ୪୦୦ ଅଫିସରଙ୍କ ସମେତ ୧୦୦ ଜଣ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ତଦାରଖ କରିଛନ୍ତି । ପ୍ରକାଶ ଥାଉକି,  ୧୯୮୪ ମସିହାରେ ମଧ୍ୟପ୍ରଦେଶ ଭୋପାଳରେ ୟୁନିଅନ କାର୍ବାଇଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ମିଥାଇଲ ଆଇସୋସିଆନେଟ୍  ଲିକ୍ ହୋଇଥିଲା । ଫଳରେ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ୫ ଲକ୍ଷ ଲୋକ ଏହା ସଂସ୍ପର୍ଶରେ ଆସିଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.