ନୂଆଦିଲ୍ଲୀ: ନିଜ ସ୍ତ୍ରୀ ପାଇଁ ଝୁଲିପଡ଼ିଲେ ଆଉ ଜଣେ ଯୁବକ। ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣା ଦେଶବାସୀଙ୍କ ମନରୁ ଲିଭିନଥିଲା ବେଳେ ଆଉଜଣେ ଯୁବକ ନିଜ ସ୍ତ୍ରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣଙ୍କ ଦିଲ୍ଲୀର ହୋଇଥିବା ବେଳେ ସେ ମଙ୍ଗଳବାର ଫାଶିଲଗାଇ ଆତ୍ମହତ୍ୟା କରିଛନ୍ତି।
ମଙ୍ଗଳବାର ମଡ଼େଲ ଟାଉନର କଲ୍ୟାଣ ବିହାର ଅଞ୍ଚଳରେ ରହୁଥିବା ପୁନିତ ଖୁରାନାଙ୍କୁ ଘରେ ଫାଶି ଲଗାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦିଲ୍ଲୀର ଏହି ଯୁବକ ବେକରୀକୁ ନେଇ ନିଜ ପତ୍ତ୍ନୀଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜ ସ୍ତ୍ରୀଙ୍କ ଠୁ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ତାଙ୍କ ବହୁ ଜଲଦି ଛାଡ଼ପତ୍ର ମିଳିବାର ଥିଲା।
ପୁନିତଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ୨୦୧୬ ମସିହାରେ ପୁନିତ ମନିକା ପୱ୍ହାଙ୍କୁ ବିବାହ କରିଥିଲେ। ଏହା ପରଠୁ ସେ ନିଜ ପତ୍ନୀଙ୍କୁ ନେଇ ବହୁ ଚିନ୍ତାରେ ଥିଲେ। ତେବ ଦୁଇ ଦମ୍ପତ୍ତି ମିଶି ଗଡ଼ସ କେକ୍ ବେକରୀ ଓ ଉଡ଼ବକ୍ସ କାଫେ ନାମରେ ଦୁଇଟି ଦୋକାନ ଚଲାଉଥିଲେ। ତେବେ କିଛିଦିନପୂର୍ବେ ଉଡ଼ବକ୍ସ କାଫେ ବନ୍ଦ ହୋଇଯାଇଥିଲା।
ପୁନିତ ଶେଷ ଥର ପାଇଁ ନିଜ ପତ୍ନୀଙ୍କ ସହ ବେକରୀ ବିଷୟରେ କଥାହୋଇଥିଲେ ବୋଲି ପୋଲିସ ପ୍ରକାଶ କରିଛି।
ଏ ସମ୍ପର୍କରେ ପୁନିତଙ୍କ ଭଉଣୀ ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ମାଣିକ ପହୱା, ତାଙ୍କ ପିତାମାତା ଏବଂ ତାଙ୍କ ଭଉଣୀ ମୋ ଭାଇକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ। ତାକୁ ଜୋର ଦେଇ କହିଥିଲେ ଯେ 'ତୁମେ ଆମର କିଛି କରିପାରିବ ନାହିଁ, ଓଲଟା ଯଦି ସାହସ ଅଛି ତେବେ ଆତ୍ମହତ୍ୟା କରି ମରିଯାଅ'। ଏନେଇ ମୋ ଭାଇ ତାଙ୍କ ଫୋନରେ ପ୍ରାୟ ୫୯ ମିନିଟ୍ ର ଏକ ଭିଡିଓ ରେକର୍ଡିଂ କରିଛନ୍ତି। ଉକ୍ତ ଭିଡିଓରେ ପୁନିତ ତାଙ୍କ ପତ୍ନୀଙ୍କଦ୍ୱାରା ହୋଇଥିବା ହଇରାଣ ସମ୍ପର୍କରେ କହିଛନ୍ତି। ଆମେ ପୋଲିସକୁ ରେକର୍ଡିଂ ଭିଡ଼ିଓ ଦେଖାଇବା ସହ ଫୋନ ଦେଇଥିଲୁ। ପରେ ପୋଲିସକୁ ଆମେ ଭିଡିଓର ଏକ କପି ମାଗିଥିଲୁ ସେମାନେ ଆମକୁ ଏହାର କପି ଦେଇନଥିଲେ। ସେମାନେ ଏହାକୁ ଜବତ କରିଛନ୍ତି ବୋଲି ପୁନିତଙ୍କ ଭଉଣୀ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି।
ବେକରୀ ବ୍ୟବସାୟ ସମ୍ପର୍କରେ ପଚାରିବାରୁ ପୁନିତଙ୍କ ଭଉଣି ନିଜ ପକ୍ଷ ରଖିଛନ୍ତି। ଦୁହେଁ ପୂର୍ବରୁ ଭାଗିଦାରୀରେ ବେକେରୀ ଚଳାଉଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡପତ୍ର କଥା ଉଠିବାପରେ ଉଭୟେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ବେକରୀକୁ ପୁନିତଙ୍କ ନାମରେ ଓ ଉଡ଼ବକ୍ସ କାଫେକୁ ମାଣିକଙ୍କ ନାମରେ ଭାଗ କରିଦେଇଥିଲେ। କିନ୍ତୁ ସମୟକ୍ରମେ ମାଣିକଙ୍କ ଉଡ଼ବକ୍ସ କାଫେ ବନ୍ଦ ହୋଇଯାଇଥିଲା ଓ ସେ ପୁନିତଙ୍କ ବେକରୀ ଉପରେ ନିଜର ଦାବି କରିଥିଲେ। ସେ କହିଥଲେ ଯେ ସେ ତାଙ୍କ ଭାଗ ଛାଡିବେ ନାହିଁ। ଯେତେବେଳେ କୋର୍ଟ ଏହି ମାମଲା ସ୍ଥିର କରିସାରିଥିଲେ, ସେତେବେଳେ ମାଣିକ ମୋ ଭାଇଙ୍କୁ ହଇରାଣ କରିବାର କଣ ଆବଶ୍ୟକତା ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ନିକଟରେ ବେଙ୍ଗାଲୁରୁର ଜଣେ ୩୪ ବର୍ଷିୟ ଇଂଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଅତୁଲ ପ୍ରାୟ ଦୁଇ ଘଣ୍ଟାର ଏକ ଭିଡିଓ ରେକର୍ଡିଂ କରିଥିଲେ, ଯେଉଁଥିରେ ସେ ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାରର ସମ୍ମୁଖୀନ ହୋଇଥିବା ନିର୍ଯ୍ୟାତନା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ ମଧ୍ୟ ଛାଡିଥିଲେ। ଯାହା ସାରା ଦେଶରେ ଖବରର ଶିରୋନାମା ପାଲଟିଥିଲା।