ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ଉତ୍ତର ପ୍ରଦଶର ରାଜଧାନୀ ଲକ୍ଷ୍ନୌରେ ଏକ ଜଘନ୍ୟ ହତ୍ୟକାଣ୍ଡ। ଏହି ଘଟଣା ସାଧାରଣ ଲୋକଙ୍କଠାରୁ ନେଇ ପୋଲିସ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକିତ କରିଦେଇଛି। ଅର୍ଶଦ ନାମକ ଜଣେ ମୁସଲମାନ ଯୁବକ ନିଜ ମା’ ସହ ୪ ଭଉଣୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି। ଏହି ହତ୍ୟା ମାମଲାରେ ଯୁବକର ବାପା ମଧ୍ୟ ସାମିଲ ରହିଛି। ଅଭିଯୁକ୍ତ ଯୁବକ ଗିରଫ ହୋଇଥିଲେ ମଧ୍ୟ ତା’ର ବାପା ଗିରଫ ହୋଇପାରିନି। ଅଭିଯୁକ୍ତ ଯୁବକ କହିଛି ଏହି ଘଟଣା ପାଇଁ ପଡୋଶୀ ଏବଂ ଗାଁ ଲୋକ ଦାୟୀ। ଏହା ସହ ସେ ନିଜର ଘରକୁ ମନ୍ଦିର ପାଇଁ ଦାନ କରିଦେଇଥିବା ନେଇ ଏକ ଭିଡିଓ ଜାରି କରିଛି। ସେଥିରେ ସେ କହିଛନ୍ତି, ମୋର ଘରେ ମନ୍ଦିର ତିଆରି କରାଯାଉ। ଘର ଭିତରେ ଥିବା ସବୁ ଜିନିଷ ଅନାଥ ଆଶ୍ରମକୁ ଦାନ କରାଯାଉ। ଅଭିଯୁକ୍ତ ଭିଡିଓରେ ହତ୍ୟା ସମ୍ପର୍କିତ ବହୁତ କିଛି କଥା କହିଛି, ଯାହା ଶୁଣିଲେ ନିଶ୍ଚିତ ଭାବରେ ଚକିତ ହୋଇଯିବେ।
ଉଲ୍ଲେଖନୀୟ ଯେ, ହୋଟେଲରେ ଯେଉଁ ଲୋକଙ୍କର ହତ୍ୟା କରାଯାଇଛି ସେମାନେ ସବୁ ଆଗ୍ରାର ଥିଲେ। ଏହି ଯୁବକ ତା’ର ପରିବାର ଲୋକଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ପ୍ରଥମେ ସମସ୍ତଙ୍କୁ ନିଶା ଦେଇ ବେହୋସ କରିଥିଲା। ଏହାପରେ ସମସ୍ତଙ୍କ ହାତର ଧମନୀ କାଟି ଦେଇଥିଲା। ହତ୍ୟାକାଣ୍ଡ ପରେ ଅର୍ଶଦ ଭିଡିଓ ତିଆରି କରିଛି। ସେ କହିଛି ମୁଁ ହିନ୍ଦୁ ହେବାକୁ ଚାହୁଁଛି। ଘରେ ମନ୍ଦିର ତିଆରି କରିବାର ଇଛା ପ୍ରକାଶ କରିଛି। ଭିଡିଓରେ ଅର୍ଶଦ ତା’ର ମା’ ଓ ଭଉଣୀଙ୍କୁ ହତ୍ୟା ପାଇଁ ଗାଁ ଲୋକଙ୍କୁ ଦାୟୀ କରିଛି।
ଅର୍ଶଦ ନିଜ ଗାଁ ଲୋକଙ୍କ ଉପରେ ଅଭିଯୋଗ କରି କହିଛି, ସେମାନେ ତାଙ୍କ ଘର ନେଇବାକୁ ଯୋଜନା କରୁଥିଲେ। ଯେଉଁ କାରଣରୁ ତାଙ୍କ ପରିବାର ୧୦-୧୫ ଦିନ ପର୍ଯ୍ୟନ୍ତ ବାହାରେ ବୁଲୁଥିଲେ। ଅଭିଯୁକ୍ତ କହିଛି ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଓ ପିଏମ୍ ମୋଦିଙ୍କ ନିକଟରେ ଅଭିଯୋଗ ପତ୍ର ଦେଇଥିଲି। ତାଙ୍କୁ ଅନୁରୋଧ କରିଥିଲି ସେଭଳି ମୁସଲମାନଙ୍କୁ ଛଡା ନଯାଉ। ଭିଡିଓରେ ସେ ରାନୁ, ଅଫତାଭ, ଆଲମ ଅଲ୍ଲୀ, ସଲିମ ଅହମ୍ମଦ, ଆରିଫ୍ ଅଝହରଙ୍କ ଉପରେ ଅଭିଯୋଗ କରି କହିଛି ସେମାନେ ତାଙ୍କ ଭଉଣୀକୁ ହାଇଦ୍ରାବାଦରେ ବିକ୍ରି କରିବାକୁ ଚାହୁଁଥିଲେ। ମୁଁ ଭଉଣୀକୁ ବିକ୍ରି କରିବାକୁ ଚାହୁଁନଥିଲି। ସେଥିପାଇଁ ଏଭଳି ପଦକ୍ଷେପ ନେଇଛି।