ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଲାଠି ଚାର୍ଜ ବିରୋଧରେ ଚକ୍କା ଜାମ୍: ମୁଖ୍ୟ ସଚିବଙ୍କୁ ଭେଟିଲେ ବିପିଏସ୍‌ସି ଛାତ୍ର, ପିକେ ଦେଲେ ଅଲ୍ଟିମେଟମ୍

Published By : Prameya | December 30, 2024 7:48 PM

ନୂଆଦିଲ୍ଲୀ,୩୦।୧୨: ବିହାରରେ ବିପିଏସସି ଛାତ୍ର ରବିବାର ହୋଇଥିବା ଧାରଣା ପ୍ରଦର୍ଶନ ଓ ତାଙ୍କ ଉପରେ ଲାଠିଚାର୍ଜ ପରେ ସୋମବାର ପରିବେଶ ଶାନ୍ତିପୂର୍ଣ୍ଣ ରହିଛି। ତେବେ ଲାଠିଚାର୍ଜ ପରେ ଆଜି ସୋମବାର ପରିବେଶ କିଛି ମାତ୍ରାରେ ଶାନ୍ତିପୂର୍ଣ୍ଣ ରହିଛି। ତେବେ ଲାଠିଚାର୍ଜକୁ ବିରୋଧ କରି ବାମ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକ୍କା ଜାମ ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିହାର ମୁଖ୍ୟ ସଚିବ ଅମୃତ ଲାଲ ମୀନା ପ୍ରାର୍ଥୀଙ୍କୁ ଭେଟି ସେମାନଙ୍କ କଥା ଶୁଣିଥିଲେ। ଏହି ସମୟରେ ନେତାଙ୍କ ଅଭିଯୋଗ ଏବଂ ପରସ୍ପର ବିରୋଧରେ କାଉଣ୍ଟର ଅଭିଯୋଗ ମଧ୍ୟ ଜାରି ରହିଛି।  

ଲାଠି ଚାର୍ଜ ଉପରେ ବିହାର ଶିକ୍ଷା ମନ୍ତ୍ରୀ ସୁନୀଲ କୁମାରଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବିପିଏସସି ଉପଯୁକ୍ତ ନିଷ୍ପତ୍ତି ନେବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରଦର୍ଶନ କରିବାର ଏକ ସୀମା ଅଛି। ପୁନଃ ପରୀକ୍ଷା ହେବ କି ନାହିଁ ବିପିଏସ୍‌ସି ତା’ର ନିଷ୍ପତ୍ତି ନେବ। ବିହାରର ମୁଖ୍ୟ ସଚିବ ଅମୃତ ଲାଲ ମୀନା ଭେଟିଛନ୍ତି। ମୁଖ୍ୟ ଶାସନ ସଚିବ ସେମାନଙ୍କ କଥା ଶୁଣିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପ୍ରାର୍ଥୀଙ୍କ ଦାବିକୁ ବିଚାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ସହ ପ୍ରାର୍ଥୀଙ୍କ ବୈଠକ ପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦି ସରକାର ଚାହାଁନ୍ତି ତେବେ ୪୮ ଘଣ୍ଟା ମଧ୍ୟରେ ଏହାର ସମାଧାନ ହୋଇପାରିବ। ପ୍ରାର୍ଥୀମାନେ ସମାଧାନ ଚାହୁଁଛନ୍ତି।  ବିବାଦ ଚାହୁଁ ନାହିଁ। ଆମେ ୨  ଦିନ ଅପେକ୍ଷା କରିବୁ। କିନ୍ତୁ ଯଦି ୪୮ ଘଣ୍ଟା ମଧ୍ୟରେ ସରକାରୀ ସ୍ତରରୁ କୌଣସି ନିଷ୍ପତ୍ତି ନିଆ ନ ଯାଏ, ତେବେ ଆମେ ଏକ ବଡ ଆନ୍ଦୋଳନ ଆରମ୍ଭ କରିବୁ।

ବିପିଏସସି ପ୍ରାର୍ଥୀଙ୍କ ପ୍ରତିନିଧୀଙ୍କୁ ଭେଟିବା ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସମସ୍ତ ବିଷୟ ବିସ୍ତୃତ ଭାବରେ ଆଲୋଚନା କରିବା ପରେ ପ୍ରତିନିଧୀଙ୍କୁ ଆଶ୍ବାସନା ଦିଆଯାଇଛି। ସେମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସ୍ମାରକପତ୍ର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାର୍ଥୀମାନଙ୍କୁ ଶାନ୍ତି ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.