ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଗ ବସ୍‌ -୧୮ରେ ଆକାଶ ଛୁଆଁ ସଲମାନଙ୍କ ଫିସ୍‌ ,ଏହି ସିଜନରେ ପାଇବେ ୨୫୦ କୋଟି ଟଙ୍କା

Published By : Prameya | October 6, 2024 6:02 PM

ମୁମ୍ୱାଇ – ବଲିଉଡ ଫିଲ୍ମ ପାଇଁ ଗୋଟେ ସମୟ ଥିଲା ଯେବେ ୧୦୦ କୋଟିର ଆୟ ଏକ ବେଞ୍ଚମାର୍କ ମନେକରାଯାଉ ଥିଲା। ସମୟ ବଦଳିଛି ଏବଂ ଆଜିକା ସମୟରେ କିଛି ଫିଲ୍ମର ଖର୍ଚ୍ଚ୧୦୦ କୋଟି ଟଙ୍କା ହୋଇ ଥାଏ। ପୁଣି ସୁପରଷ୍ଟାରମାନେ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କାର ଫିସ୍ ଚାର୍ଜ କରିବା ଆରମ୍ଭ କରି ଦେଇଛନ୍ତି ଏବଂ ଆଜିର ସମୟରେ ଟିଭି ଶୋ’ରେ ଏତେ ଟଙ୍କା କିଛି ଏପିସୋଡରେ ଖର୍ଚ୍ଚ କରି ଦିଆ ଯାଏ। ସଲମାନ ଖାନଙ୍କୁ ବିଗ୍‌ ବସ୍‌ର ଏହି ସିଜନ ହୋଷ୍ଟ କରିବା ପାଇଁ କେବଳ ୬ ସପ୍ତାହରେ ଏତିକି ପରିମାଣର ଫିସ୍‌ ପେମେଣ୍ଟ କରାଯିବ । କହି ରଖୁଛୁ କି, ବିଗ୍‌ବସ୍‌ -୧୮ର ଆରମ୍ଭ ଆଜି (ରବିବାର)ରାତି ୯ଟାରୁ ଓଟିଟି ପ୍ଲାଟଫର୍ମ ଜିୟୋ ସିନେମା ଓ କଲର୍ସ ଟିଭିରେ ହେବାକୁ ଯାଉଛି। 

ବିଗ୍‌ ବସ୍‌ -୧୮ରେ କେଉଁ କେଉଁ ପ୍ରତିଯୋଗୀ ନଜର ଆସିବେ ଏହାକୁ ନେଇ ଲଗାତାର ଆଲୋଚନା ଚାଲିଛି। ବିଗ୍‌ ବସ୍‌-୧୮ ପାଇଁ କିଛି ପ୍ରତିଯୋଗୀଙ୍କର ନାଁ ଖୁଲାସା କରାଯାଇ ସାରିଛି। କିନ୍ତୁ ଅଫିସିଆଲି ଭାବେ ସେମାନଙ୍କର ଘୋଷଣା ପ୍ରିମିୟର ଏପିସୋଡରେ ହିଁ ହେବ। ପ୍ରତିଯୋଗୀଙ୍କ ନାଁ ବ୍ୟତୀତ ଏହି ସିଜନରେ ଯେଉଁ କଥାର ସବୁଠୁ ଅଧିକ ଚର୍ଚ୍ଚା , ତାହା ହେଉଛି ସଲମାନ ଖାନଙ୍କ ଫିସ୍‌। ଏକ ରିପୋର୍ଟ ମୁତାବିକ, ସଲମାନ ଖାନ ମାସେ ପାଇଁ ୬୦ କୋଟି ଟଙ୍କା ଫିସ୍‌ ଚାର୍ଜ କରୁଛନ୍ତି। ବିଗ୍‌ବସ୍‌ ଓଟିଟିରେ ସଲମାନଙ୍କ ଉପସ୍ଥିତିରେ ଶୋ’ର ଟିଆରପିରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି।

 କହି ରଖୁଛୁ କି, ବିଗ୍‌ ବସ ଓଟିଟି ସିଜନ ୩ର ହୋଷ୍ଟିଂ ସଲମାନ ଖାନଙ୍କ ପରିବର୍ତ୍ତେ ଅନିଲ କପୁର କରିଥିଲେ। ନିଜର ଏକ ରିପୋର୍ଟରେ ଏଚଟି ( ହିନ୍ଦୁସ୍ତାନ ଟାଇମ୍ସ) କହିଛି ଯେ , ଗତ ସିଜନ ତୁଳନାରେ ସଲମାନ ଖାନ ଏହି ସିଜନରେ ଫିସ୍ ଆହୁରି ବଢାଇ ଦେଇଛନ୍ତି। ଫାଇନାଲ ଫିଗର ଏକ ମାସ ପାଇଁ ୬୦ କୋଟି ଟଙ୍କା ପାଖାପାଖି ରହିଛି। ସୂତ୍ରାନୁସାରେ , ଯଦି ଏହି ସିଜନ ୧୫ ସପ୍ତାହ ଚାଲେ ତ ମେକର୍ସଙ୍କୁ ଏଥିପାଇଁ ସଲମାନ ଖାନଙ୍କୁ ପାଖାପାଖି ୨୫୦କୋଟି ଟଙ୍କା ଫିସ୍ ଦେବାକୁ ହେବ। 

କହି ରଖୁଛୁ କି ସଲମାନ ଖାନ ପାଖାପାଖି ୧୫ ବର୍ଷ ଧରି ଟିଭିର ସବୁଠୁ ବଡ଼ ରିଆଲିଟି ଶୋ‘କୁ ହୋଷ୍ଟ କରୁଛନ୍ତି। ତାଙ୍କର ହୋଷ୍ଟିଂ ଦର୍ଶକଙ୍କୁ ଏମିତି ଅଭ୍ୟାସରେ ପକାଇ ଦେଇଛି ଯେ, ଏବେ ତାଙ୍କୁ ରିପ୍ଲେସ୍‌ କରିବା ମୁସ୍କିଲ ହୋଇଛି।

ହେଲେ ସଲମାନ ଖାନଙ୍କ ବ୍ୟତୀତ ଆହୁରି ଷ୍ଟାର ଅଛନ୍ତି , ଯେଉଁମାନେ ବିଗ୍‌ ବସ୍‌ ହୋଷ୍ଟ କରିଛନ୍ତି। ଭାରତରେ ଯେବେ ଏହି ଶୋ’  ଆରମ୍ଭ ହେଲା , ସେବେ ଠାରୁ ନେଇ ଏବେସୁଦ୍ଧା ଅନେକ ଅଲଗା ଅଲଗା ଷ୍ଟାରମାନେ ଏହି ଶୋ’ ହୋଷ୍ଟିଂର ଦାୟିତ୍ୱ ସମ୍ଭାଳିଛନ୍ତି। ଅରଶଦ ୱାରସି , ଅମିତାଭ ବଚ୍ଚନ ଓ ସଞ୍ଜୟ ଦତ୍ତ ମଧ୍ୟ ଶୋ'ର ହୋଷ୍ଟିଂରେ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.