ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଏଠାରେ ଯାହା ହେଉଛି ଦେଶରେ ଆଉ କେଉଁଠି ମୁଁ ଦେଖିନି…ମଣିପୁର ହିଂସାକୁ ନେଇ କହିଲେ ରାହୁଲ ଗାନ୍ଧୀ

ଇମ୍ଫାଲ: ମଣିପୁର ହିଂସାକୁ ନେଇ ଜାରି ରହିଛି ରାଜନୀତି । ଏହାରି ମଧ୍ୟରେ କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ ନେତା ମଣିପୁରରେ ପହଞ୍ଚିଛନ୍ତି । ରାଜ୍ୟର ଲୋକମାନଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟରେ ବିବାଦ ଆରମ୍ଭ ହେବା ପାଖରୁ ମୁଁ ୩ ଥର ଆସିଛି ବୋଲି ରାହୁଲ କହିଛନ୍ତି । ସେ କହିଛନ୍ତି, ଅନେକ କ୍ୟାମ୍ପକୁ ଯାଇଛି । ଲୋକମାନଙ୍କ ସହ କଥା ହୋଇଛି । ସେମାନଙ୍କ ବେଦନା ବୁଝିଛି । ସେମାନଙ୍କ ସହ କଥା ହେବା ସହ ସାହସ ଦେବାକୁ ଆସିଛି । ଏଠାରେ ଶାନ୍ତି ପ୍ରତିଷ୍ଠା ହେବା ଜରୁରି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ହିଂସା ଯୋଗୁ ଲୋକମାନେ ଅନେକ କ୍ଷତି ସହିଲେଣି । ମଣିପୁରରେ ଯାହା ଘଟିଛି ଦେଶରେ କୌଣସି ସ୍ଥାନରେ ଏଭଳି ସ୍ଥିତି ଦେଖିନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ରାଜ୍ୟବାସୀଙ୍କୁ ସେ ତାଙ୍କର ଭାଇ ବୋଲି କହିଛନ୍ତି ରାହୁଲ । ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରାଯିବ । ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ବେଳେ ଏହି ମାମଲାରେ ରାଜନୀତି କରିବି ନାହିଁ ବୋଲି ମଧ୍ୟ ସେ କହିଛନ୍ତି । 

ସମଗ୍ର ମଣିପୁର ଯନ୍ତ୍ରଣା ଭୋଗୁଛି । ରାଜ୍ୟର ଲୋକମାନଙ୍କୁ ଯେବେ ବି ମୋର କିମ୍ବା କଂଗ୍ରେସର ଆବଶ୍ୟକତା ପଡ଼ିବ ଆମେ ତାଙ୍କ ସହ ଛିଡ଼ା ହେବୁ ବୋଲି କଂଗ୍ରେସ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଭାବୁଥିଲି ଗ୍ରାଉଣ୍ଡରେ ସ୍ଥିତିରେ ସୁଧାର ଆସିଥିବ । କିନ୍ତୁ ଦୁଃଖର ବିଷୟ ଏଭଳି କିଛି ହୋଇନାହିଁ । ଘୃଣା ଏବଂ ହିଂସା ଦ୍ବାରା ସମସ୍ୟାର ସମାଧାନ ହେବ ନାହିଁ । ପ୍ରେମ ଏବଂ ଭାଇଚାରା ଦ୍ବାରା ସମାଧାନ ମିଳିପାରେ । ଆମେ ଯଥା ସମ୍ଭବ ସହାୟତା କରିବାକୁ ପ୍ରସ୍ତୁତ ଥିବା ନେଇ ରାଜ୍ୟପାଳଙ୍କୁ କହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାହୁଲ ଗାନ୍ଧୀ । 

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଣିପୁରର ବିଭିନ୍ନ ସ୍ଥାନରେ ଥିବା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି ।  ସେଠାରେ ଥିବା ହିଂସା ପୀଡ଼ିତଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ଏହା ପରେ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ସାକ୍ଷାତ କରିଛନ୍ତି । ଗତବର୍ଷ ମେ’ ମାସରେ ରାଜ୍ୟରେ ହିଂସା ଆରମ୍ଭ ହେବା ପରଠାରୁ ରାହୁଲ ୩ ଥର ସେଠାକୁ ଯାଇଛନ୍ତି । ମଣିପୁର ହିଂସାରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।




ମଣିପୁର ଗସ୍ତ ସମୟରେ ରାହୁଲ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ସ୍ଥିତି ସୁଧୁରୁଛି ବୋଲି ମନେ ହେଉ ନାହିଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଥରେ ମଣିପୁର ଯାଇ ସ୍ଥିତି ସମୀକ୍ଷା କରିବାକୁ ଦାବି କରିଛନ୍ତି ରାହୁଲ । ମଣିପୁରର ଲୋକେ ଚାହୁଁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏଠାକୁ ଆସନ୍ତୁ ଲୋକଙ୍କ ଦୁଃଖ ଶୁଣନ୍ତୁ । ଏହା ଦ୍ବାରା ମଣିପୁର ଲୋକଙ୍କୁ ଆଶ୍ବସ୍ତି ମିଳିପାରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । 

  • manipur
  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.