ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଜମ୍ମୁ କଠୁଆରେ ସେନା ଗାଡ଼ି ଉପରକୁ ଆକ୍ରମଣ , ୫ ଯବାନ ସହିଦ

ନୂଆଦିଲ୍ଲୀ – ଜମ୍ମୁର କଠୁଆରେ ସେନା ଯବାନ ଉପରେ ଆତଙ୍କୀ ହମଲାର ବଡ଼ ଖବର ସାମନାକୁ ଆସିଛି। ଏହି ହମଲାରେ ୪ଜଣ ଯବାନ ସହିଦ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ଏହି ହମଲାର ଖବର ସାମନାକୁ ଆସିଥିଲା। ଆତଙ୍କୀମାନେ ସେନା ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ଉକ୍ତ ହମଲାରେ ପ୍ରଥମେ ୪ ଯବାନ ଆହତ ହେବାର ଖବର ଆସିଥିଲା। ଏହାପରେ ବିଳମ୍ୱିତ ସନ୍ଧ୍ୟାରେ ଖବର ଆସିଲା ଯେ, ଆତଙ୍କବାଦୀଙ୍କ ହମଲାରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଏହାର କିଛି ଘଣ୍ଟା ପରେ ଆଉ ଜଣେ ଯବାନ ସହିଦ ହେବା ଖବର ଆସିଛି। ଯାହାକି ଏହି ଆତଙ୍କୀ ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ଜଣ ଯବାନ ସହିଦ ହୋଇଛନ୍ତି। 

ଅନ୍ୟପଟେ ଏହି ଘଟଣାରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଆର୍ମି ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଏଥିରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। 

ଘଟଣା ସ୍ଥଳରୁ ସେନା ଗାଡ଼ିର ଫଟୋ ସାମନାକୁ ଆସିଛି, ଯେଉଁଥିରେ ତାହା ଫାୟାରିଂ କାରଣରୁ କ୍ଷତିଗ୍ରସ୍ତ ହେବାର ଦେଖିବାକୁ ମିଳିଛି। ହମଲା ପରେ ଘାଟୀରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। 

ସୂତ୍ର ମୁତାବିକ , ପାହାଡ଼ ଉପରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନାର ଗାଡ଼ି ଉପରେ ଫାୟାରିଂ କରି ଥିଲେ ଏବଂ ସେମାନେ ସେନାର ଗାଡ଼ି ଉପରକୁ ଗ୍ରେନେଡ୍‌ ମଧ୍ୟ ଫିଙ୍ଗି ଥିଲେ। ସେନା ଓ ଆତଙ୍କୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। କହି ରଖୁଛୁ କି , ଗତ କିଛି ଦିନରୁ ପୁଣି ଥରେ ଘାଟୀରେ ସଂଘର୍ଷ ବଢିଛି। ଆତଙ୍କୀଙ୍କ ସହ ସଂଘର୍ଷର ଖବର ଲଗାତାର ଆସୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.