ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ପୁଣେରେ ବଢି ଚାଲିଛି ଜିକା ଭାଇରସ୍ ମାମଲା, ବର୍ତ୍ତମାନ ସୁଦ୍ଧା ୧୨ ରୋଗୀ ଚିହ୍ନଟ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଜିକା ଭାଇରସ୍‌ର ତିନୋଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭାଇରସ୍ ସଂକ୍ରମଣର ୧୨ ଟି ମାମଲା ପଂଜିକୃତ ହୋଇଛି । ପୁଣେ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଅଧିକାରୀ କଳ୍ପନା ବଲୱନ୍ତ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ରରେ ଜିକା ଭାଇରସ ଦେଖାଦେଖା ପରେ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏକ ଆଡଭାଇଜରୀ ଜାରି କରି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗର୍ଭବତୀ ମହିଳା ମାନଙ୍କର ଜିକା ଭାଇରସ୍ ପରୀକ୍ଷା ଉପରେ ଧ୍ୟାନ ଦେବା ଏବଂ ସଂକ୍ରମିତ ମହିଳାଙ୍କ ଗର୍ଭସ୍ଥ ଶିଶୁର ବିକାଶ ଉପରେ ନଜର ରଖିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡ ଅତୁଲ ଗୋୟଲଙ୍କ ଦ୍ବାରା ଦିଆଯାଇଥିବା ଆଡଭାଇଜରୀ ବ୍ୟତୀତ ମନ୍ତ୍ରଣାଳୟ ମଧ୍ୟ ଏକ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି, ଯିଏକି ଏଡିସ୍ ମଶା ସଂକ୍ରମଣରୁ ମୁକ୍ତ ସ୍ଥାନ ଉପରେ ନଜର ରଖିବେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଜିକା ଭାଇରସ୍ ସଂକ୍ରମଣ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏହି ମଶା ଡେଙ୍ଗୁ ଏବଂ ଚିକୁନଗୁନିଆ ମଧ୍ୟ ସୃଷ୍ଟି କରିଥାଏ । ଯଦିଓ ଜିକା ଭାଇରସ୍ ମୃତ୍ୟୁର କାରଣ ହୁଏ ନାହିଁ, ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଶିଶୁର 'ମାଇକ୍ରୋସେଫାଲୀ' ସମସ୍ୟା ହୋଇପାରେ, ଯେଉଁଥିରେ ତାଙ୍କ ମୁଣ୍ଡର ଆକାର ଅପେକ୍ଷାକୃତ ଛୋଟ ହୋଇଯାଏ । 

ସଂକ୍ରମିତ ରୋଗୀମାନଙ୍କୁ ଗର୍ଭବତୀ ମହିଳାମାନଙ୍କର ଜିକା ପରୀକ୍ଷା କରିବା ଏବଂ ନିର୍ଦ୍ଦେଶନାମା ଅନୁଯାୟୀ ମହିଳାଙ୍କ ଗର୍ଭସ୍ଥ ଶିଶୁର ବିକାଶ ଉପରେ ନଜର ରଖିବା ପାଇଁ ପ୍ରଭାବିତ ଅଞ୍ଚଳରେ କିମ୍ବା ଅନୁଷ୍ଠାନରେ ଅବସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.