ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବୀର ପହରିୟାଙ୍କୁ ଡେଟ୍‌ କରୁଛନ୍ତି ମାନୁଷୀ! ଏକାଠି ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ ୦୮/୦୭: ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ସଙ୍ଗୀତ ଉତ୍ସବ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ସେହି ଉତ୍ସବର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ସେଥିମଧ୍ୟରୁ ଗୋଟିଏ ଭିଡିଓରେ ବଲିଉଡ୍‌ ଅଭିନେତ୍ରୀ ମାନୁଷୀ ଛିଲ୍ଲରଙ୍କୁ ବୀର ପହରିୟାଙ୍କ ସହିତ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି । ଏହାପରେ ସେ ବୀରଙ୍କୁ ଡେଟିଂ କରୁଥିବା ଚର୍ଚ୍ଚା ଚାଲିଛି । ଭିଡିଓରେ ମାନୁଷୀ ଏକ ସିଲଭର ରଙ୍ଗର ପୋଷାକ ପିନ୍ଧିଛନ୍ତି । ବୀରଙ୍କୁ ସିଲଭର ରଙ୍ଗର କୁର୍ତ୍ତା, କଳା ପ୍ୟାଣ୍ଟରେ ଦେଖିବାକୁ ମିଳୁଛି । ଉଭୟ ଏକ ବଲିଉଡ୍‌ ଗୀତର ତାଳେ ତାଳେ ନାଚୁଥିବା ନଜର ଆସୁଛନ୍ତି । 




ବୀର ପହରିୟା ହେଉଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବୟଫ୍ରେଣ୍ଡ ଶିଖର ପହରିୟାଙ୍କର ଭାଇ । ଅନନ୍ତ-ରାଧିକାଙ୍କ ସଙ୍ଗୀତ ଉତ୍ସବ ପୂର୍ବରୁ ମାନୁଷୀ-ବୀର କିଛି ଦିନ ହେଲା ସଂପର୍କରେ ଥିବା କୁହାଯାଉଛି । ଅଭିନେତା ଅକ୍ଷୟ କୁମାରଙ୍କ ସହିତ ‘ସମ୍ରାଟ ପୃଥ୍ୱୀରାଜ’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ମାନୁଷୀ ଛିଲ୍ଲର । ପରେ ତାଙ୍କୁ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫ୍ୟାମିଲି’, ‘ଅପରେସନ୍‌ ଭାଲେଣ୍ଟାଇନ୍‌’, ‘ବଡ଼େ ମିୟାଁ ଛୋଟେ ମିୟାଁ’ରେ ଦେଖିବାକୁ ମିଳିଥିଲା । ଆଗକୁ ଜନ୍‌ ଆବ୍ରାହମ୍‌ଙ୍କ ସହ ‘ତେହରାନ୍‌’ରେ ନଜର ଆସିବେ ସେ । ସେପଟେ ବୀର ଚଳିତବର୍ଷ ଅକ୍ଷୟ କୁମାରଙ୍କର ଥ୍ରିଲର ‘ସ୍ପାଏ ଫୋର୍ସ’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିବେ । ପୂର୍ବରୁ ସେ ‘ଭେଡ଼ିୟା’ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.