ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଲୋଡେଡ୍‌ ବନ୍ଧୁକ ସହ କଣ କରୁଥିଲେ ଗୋବିନ୍ଦା , ହସ୍ପିଟାଲରୁ କାହିଁକି କଲେ ଭିଡ଼ିଓ ? ସବୁ ଜବାବ ଦେଲେ ହିରୋ ନଂ -୧

ମୁମ୍ୱାଇ : ବଲିଉଡ୍‌ର ହିରୋ ନମ୍ୱର-୧ କୁହାଯାଉ ଥିବା ଗୋବିନ୍ଦା ହସ୍ପିଟାଲରୁ ଘରକୁ ଫେରିଛନ୍ତି। ୧ ଅକ୍ଟୋବରରରେ ଅଭିନେତାଙ୍କ ସହ ତାଙ୍କ ଘରେ ହିଁ ଏକ ଅଘଟଣ ଘଟିଥିଲା। ସୂଚନା ଆଧାରରେ , ଗୋବନ୍ଦା ନିଜ ଘରେ ନିଜର ଲାଇସେନ୍ସ ପ୍ରାପ୍ତ ରିଭଲଭର ଚେକ୍‌ କରୁ ଥିଲେ। ସେତିକି ବେଳେ ବନ୍ଧୁକଟି ତାଙ୍କ ହାତରୁ ଖସି ପଡ଼ି ଥିଲା ଏବଂ ମିସ୍‌ଫାୟର ହୋଇ ଯାଇଥିଲା। ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ତାଙ୍କ ଗୋଡ଼ରେ ବାଜି ଥିଲା। ଅଭିନେତା ମୁମ୍ୱାଇର କ୍ରିଟିକେୟାର ହସ୍ପିଟାଲରେ ନିଜର ଚିକିତ୍ସା କରାଇ ଥିଲେ। ଏବେ ଘରକୁ ଆସିବା ପରେ ସେ ମିଡ଼ିଆ ସହ କଥା ହୋଇଛନ୍ତି ଏବଂ ନିଜ ସହ ଘଟିଥିବା ଘଟଣା ବିଷୟରେ ସବୁ ଖୋଲି କହିଛନ୍ତି। 

ନିଜର ସ୍ଥିତି ବିଷୟରେ ଗୋବିନ୍ଦା କହିଛନ୍ତି, ଏବେ ସୁସ୍ଥ ଅଛି, ମୁଁ କ୍ରିଟିକେୟାର ହସ୍ପିଟାଲକୁ ଧନ୍ୟବାଦ ଦେଉଛି। ଆଦରଣୀୟ ନାମ୍‌ ଯୋଶୀ ଜୀ, ମାସୁମା ଜୀ , ହେମଲ ଭଗତ ଜୀ , ଅମିତ ଜୀ , ଯିଏକି ସେଠାର ଡାକ୍ତର, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ସେଠାର ଯେଉଁ ନର୍ସ ଅଛନ୍ତି, ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି ଏବଂ ସେଠାର ଷ୍ଟାଫ୍‌ ଯିଏ ଅଛନ୍ତି , ସମସ୍ତଙ୍କୁ ଧନ୍ୟବାଦ ଏବଂ ଏହାସହ ପ୍ରେସ୍‌କୁ ମଧ୍ୟ ଧନ୍ୟବାଦ। ସାରା ଦେଶରେ ମୋତେ ଯେଉଁ ଭଲ ପାଇବା ମିଳିଲା, ମୋର ପ୍ରଶଂସକମାନେ ଯେଉଁଠି ସବୁ ଅଛନ୍ତି , ସାମ୍ୱାଦିକମାନେ ହୁଅନ୍ତୁ କି ପ୍ରଶାସନ ବା ପୁଲିସ ବିଭାଗ ,ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆଦରଣୀୟ ସିନ୍ଦେ ସାହେବ ( ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ)ଙ୍କର ଏବଂ ଆଉ ଯେଉଁ ସବୁ ରାଜନୀତି ସହ ସଂପୃକ୍ତ ନେତାମାନେ ଆପଣ ସମସ୍ତଙ୍କୁ ଧନ୍ୟବାଦ। କଳା ସହ ସଂପୃକ୍ତ ସବୁ କଳାକାର , ଯାହାଙ୍କ ଠାରୁ ମେସେଜ ଆସିଥିଲା , ମୋତେ ଭେଟିବାକୁ ଆସିଲେ , ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୋ ପାଖରେ ସେତିକି ଭାଷା କି ଶବ୍ଦ ନାହିଁ ,ଆପଣଙ୍କୁ କେମିତି କୃତଜ୍ଞତା ଜଣାଇବି। 

ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି କେମିତି ବାଜିଲା ? ଏହି ବିଷୟରେ ତାଙ୍କୁ ପଚରା ଯିବାରେ ଅଭିନେତା କହିଲେ – ମୁଁ ଶୋ’ ପାଇଁ କୋଲକାତା ଯିବାକୁ ବାହାରୁ ଥିଲି। ସକାଳ ସମୟ ପାଖାପାଖି  ୫ଟା କି ୪.୪୫ ହେବ। ଏହି ସମୟରେ ବନ୍ଧୁକଟି ଖସି ପଡ଼ିଲା, ଆଉ ଫୁଟି ଗଲା। ମୋତେ ଲାଗିଲା କି କିଛି ଝଟକା ଲାଗିଛି। ହେଲେ ଯେତେବେଳେ ଦେଖିଲି ଖୁବ୍‌ ରକ୍ତ ବୋହୁଛି ଗୋଡରୁ । ଏହା ପରେ ମୁଁ ଭାବିଲି ଏହାକୁ ଆଉ କେଉଁ ଜିନିଷ ସହ ଯୋଡ଼ା ନଯାଉ , କାହାକୁ କଷ୍ଟ ଦିଆ ନଯାଉ । ମୁଁ ଭିଡ଼ିଓ ପ୍ରସ୍ତୁତ କଲି ଏବଂ ଡାକ୍ତର ଅଗ୍ରୱାଲଙ୍କ ପାଖକୁ ଗଲି। ଅଗ୍ରୱାଲଙ୍କ ଘରକୁ ଗଲି ତ ସେ ସାଥିରେ ଆସିଲେ ଏବଂ ତାଙ୍କ ସହ ହିଁ ମୁଁ କ୍ରିଟିକେୟାର ହସ୍ପିଟାଲ ଗଲି। 

ଗୋବିନ୍ଦାଙ୍କୁ ପଚରା ଯାଇଥିଲା କି ସକାଳେ କାମକୁ ଯାଉଥିବା ବେଳେ ଲୋଡେଡ୍‌ ଲିଭରଭର ସହ କଣ କରୁଥିଲେ ? ଏହାର ଜବାବରେ ଗୋବିନ୍ଦା କହିଥିଲେ , ସକାଳେ ଯେତେବେଳେ ମୁଁ ପ୍ରସ୍ତୁତ ହେଉଥିଲି , ତ ସେମିତି ମଜା ମଜାରେ ଟିକେ ଦେଖୁଥିଲି ଯାହା ଅଛି ସବୁ ଠିକ୍‌ ଅଛି। ମୁଁ ସର୍ବଦା ମସ୍ତ ରହିଥାଏ , ଭାବି ନଥିଲି ଏମିତି ଘଟିବ ବୋଲି , ହେଲେ ସତର୍କ ରହିବା ଉଚିତ୍‌। ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି କି କାହା ସହ ଏମିତି ଭୁଲ୍ ନହେଉ ।  

ଗୋବିନ୍ଦାଙ୍କୁ ପଚରା ଯାଇଥିଲା ଯେ ଆପଣ ଇଣ୍ଡଷ୍ଟ୍ରୀର ସବୁଠୁ ହସମୁଖ ଅଭିନେତା , ଆପଣଙ୍କୁ ପୁଣି କାହାକୁ ଭୟ , ଯାହାକି ଆପଣଙ୍କୁ ରିଭଲଭର ଆବଶ୍ୟକ ? ଏହାକୁ ନେଇ ସେ କହିଥିଲେ , ଫେମ୍‌ ଇଜ୍‌ ଏ ଫ୍ଲେମ୍‌ ଏବଂ ଆପଣଙ୍କୁ ଏହି ଫ୍ଲେମ୍‌ (ନିଆଁ)କୁ ନେଇ ସଚେତନ ରହିବା ଉଚିବା, ଯାହା ସାରା ଦୁନିଆରେ ରହିଛି। ଏହା ଏକ ନିଆଁ ଭଳି ହୋଇଥାଏ , ଯେଉଁ ସମୟରେ ଆପଣଙ୍କୁ ନାମ ଯଶ ମିଳିଥାଏ , ଏଥିରେ ସମ୍ଭାଳି ଚାଲିବା ଉଚିତ। ଯେଉଁଠି ପ୍ରେମ କରିବା ଲୋକ ଅଛନ୍ତି , ସେଠାରେ ବହୁତ ଲୋକ ଅଛନ୍ତି ଯିଏ କି ଈର୍ଷା ବି କରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.