ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ମହିଳାଙ୍କ ଘରକୁ ଆସିଥିଲା ପାର୍ସଲ, ବାକ୍ସଟି ଖୋଲିବାରୁ ମିଳିଲା ଏକ ମୃତଦେହ !

Published By : Prameya | December 20, 2024 5:28 PM

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟକର ମାମଲା ଆନ୍ଧ୍ର ପ୍ରଦେଶରୁ ସାମନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ପାଖକୁ ଆସିଥିବା ଏକ ପାର୍ସଲରେ ଥିଲା ଏକ ମୃତଦେହ। ମାମଲାର ସୂଚନା ପାଇବା କ୍ଷଣି ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି , ପୋଷ୍ଟମର୍ଟମ ପାଇଁ ପଠାଇଛି। ଏବେସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ କି, ମୃତଦେହଟି କାହାର ? ଏହାକୁ କିଏ ପାର୍ସଲରେ ପଠାଇଛି ? ମହିଳା ଜଣଙ୍କ ଘର ନିର୍ମାଣରେ ବ୍ୟବହୃତ ସାମଗ୍ରୀକୁ ଅପେକ୍ଷା କରି ଥିଲେ।

ନ୍ୟୁଜ୍‌- ୧୮ର ରିପୋର୍ଟ ଅନୁସାରେ ,ଘଟଣାଟି ପଶ୍ଚିମ ଗୋଦାବରୀ ଜିଲ୍ଲାର ଉନ୍ଦି ମଣ୍ଡଳର ୟେଣ୍ଡାଗାନ୍ଦୀ ଗାଁରେ ଘଟିଛି। ନାଗ ତୁଳସୀ ନାମକ ଜଣେ ମହିଳା ଘର ନିର୍ମାଣର ସାହାଯ୍ୟ ପାଇଁ କ୍ଷତ୍ରିୟ ସେବା ସମିତିକୁ ଚିଠି ଲେଖି ଥିଲେ। ଏହାପରେ ମହିଳାଙ୍କୁ ସମିତି ପକ୍ଷରୁ ଟାଇଲ୍ସ ପଠାଯାଇ ଥିଲା। ଏହାପରେ ଯେବେ ମହିଳା ପୁଣି ଥରେ ସାହାଯ୍ୟ ମାଗିଲେ, ତ ସମିତି କଥିତ ଭାବେ ଇଲେକ୍ଟ୍ରୋନିକ ଜିନିଷ ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି କରିଥିଲା। 

ରିପୋର୍ଟ ମୁତାବିକ ,ଆବେଦକଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ ମିଳିଥିଲା କି , ତାଙ୍କୁ ଲାଇଟ୍‌ , ପଙ୍ଖା ଓ ସ୍ୱିଚ୍‌ ପଠାଇ ଦିଆ ଯିବ। ଏହାପରେ ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଘରେ ପହଞ୍ଚିଲେ ଏବଂ ପାର୍ସଲ ଛାଡ଼ି ଚାଲି ଯାଇ ଥିଲେ। ଏହାସହ ମହିଳାଙ୍କୁ କହିଲେ କି, ପାର୍ସଲରେ ଇଲେକ୍ଟ୍ରୋନିକ ଉପକରଣ ଅଛି। ପରେ ଯେବେ ତୁଳସୀ ବକ୍ସ ଖୋଲିଲେ , ତ ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେଥିରେ କୌଣସି ଇଲେକ୍ଟ୍ରୋନିକ ଜିନିଷ ନଥିଲା , ବଦଳରେ ବକ୍ସରେ ଥିଲା ଏକ ମୃତଦେହ।

ପରିବାର ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେବା ପରେ ପୋଲିସ ଅଧିକାରୀ ସେଠାରେ ପହଞ୍ଚି ଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ପଠାଇ ଥିଲେ। ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଖବର ଆସିଛି କି, ବକ୍ସରୁ ଏକ ଚିଠି ବି ମିଳିଛି, ଯେଉଁଥିରେ ପରିବାର ଠାରୁ ୧.୩୦ କୋଟି ଟଙ୍କା ଦାବି କରାଯାଇଛି। ଏହାସହ କୁହାଯାଇଛି ଯେ, ଅର୍ଥ ନମିଳିଲେ ଗୁରୁତର ପରିଣାଣ ଭୋଗିବ। 

ବର୍ତ୍ତମାନ ପୋଲିସ ପାର୍ସଲକୁ ଆଣିଥିବା ଲୋକଙ୍କୁ ଚିହ୍ନଟ କରିବାରେ ଲାଗି ପଡ଼ିଛି। ଏହାସହ ସମିତିର ପ୍ରତିନିଧିଙ୍କୁ ମଧ୍ୟ ପଚରାପଚରି ପାଇଁ ନୋଟିସ କରାଯାଇଛି। କୁହଯାଉଛି କି ମୃତଦେହଟି ଜଣେ ପୁରୁଷର , ବୟସ ପାଖାପାଖି ୪୫ ବର୍ଷ ହୋଇଥିବ । ୪-୫ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.