ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସାଉଥ ଅଭିନେତା ମୋହନ ରାଜଙ୍କ ପରଲୋକ, ଦୀର୍ଘଦିନ ଗମ୍ଭୀର ରୋଗରେ ଥିଲେ ପୀଡିତ

ମୁମ୍ବାଇ,୦୪/୧୦: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଥରେ ଝଟକା । ଭେଟେରାନ୍ ଅଭିନେତା ମୋହନ ରାଜ ସିନେମା ଜଗତକୁ ଦେଇଛନ୍ତି ବିଦାୟ । ଗତକାଲି ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିବା ସୂଚନା । ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ ହେଉଥିଲେ। ପାର୍କିନ୍ସନ୍ ନାମକ ରୋଗ ହେତୁ ମାଲାୟାଲମ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। 

ଏହି ରୋଗ ମାନବ ଶରୀରର ଗତିବିଧିକୁ କ୍ଷତି ପହଞ୍ଚାଏ ଏବଂ ଏହାକୁ ଶରୀର ଭିତ ଅଂଶ ଖରାପ କରିଦିଏ। ଏହି ରୋଗର  ଲକ୍ଷଣ ସାଧାରଣତ ସମସ୍ତଙ୍କ ପାଇଁ ଭିନ୍ନ ଥାଏ। ଏହା ପ୍ରାୟତଃ ଶରୀରର ଗୋଟିଏ ପାର୍ଶ୍ୱରୁ ଆରମ୍ଭ ହୋଇ ଅନ୍ୟ ପାର୍ଶ୍ୱକୁ ଚାଲିଯାଏ । ମୋହନ ରାଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ପରିବାର ତାଙ୍କ ଚିକିତ୍ସା ଘରେ କରୁଥିଲେ। ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମର ଅନେକ ସୁପରଷ୍ଟାରଙ୍କ ସହ କାମ କରିଥିଲେ।  ତେବେ ମୋହନ ରାଜଙ୍କ ଅକାଳ ବିୟୋଗ ପରେ ତାଙ୍କ ସାଙ୍ଗ ଏବଂ ପ୍ରଶଂସକମାନେ ସେମାନଙ୍କର ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ ସେୟାର କରିଛନ୍ତି। ମୋହନଲାଲ ନିଜ ଫେସବୁକ ହ୍ୟାଣ୍ଡେଲରେ ମାଲାୟାଲମରେ ଲେଖିଛନ୍ତି, 'ଚରିତ୍ର ନାମରେ ଡାକିବା ଏକ ଆଶୀର୍ବାଦ ଯାହାକୁ ସମସ୍ତେ ପାଇ ନାହାଁନ୍ତି ... ଏହି ଆଶୀର୍ବାଦ କେବଳ ସେହି କଳାକାରଙ୍କୁ ଦିଆଯାଏ । ଯିଏ ଲୋକଙ୍କ ହୃଦୟରେ ରହିଥାଅନ୍ତି। ପ୍ରିୟ ମୋହନ ରାଜ ଆମ ପ୍ରିୟ ବନ୍ଧୁ ଆମକୁ ଛାଡି ଚାଲି ଯାଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.