ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଜଷ୍ଟିନ ବିବରଙ୍କୁ ହୋଇଥିଲା ଅଦ୍ଭୁତ ରୋଗ, ଜାଣନ୍ତୁ କ'ଣ ଏହି ରାମସେ ହଣ୍ଟ ସିଣ୍ଡ୍ରୋମ...

Published By : Harapriya Sethi | July 7, 2024 11:29 AM

ବିଶ୍ୱ ପ୍ରସିଦ୍ଧ ପପ୍ ଗାୟକ ଜଷ୍ଟିନ ବିବର ଆଜିକାଲି ଭାରତ ଗସ୍ତରେ ଅଛନ୍ତି। ସେ ମୁକେଶ ଅମ୍ବାନୀଙ୍କ ପୁଅର ବିବାହ ଉତ୍ସବରେ ଯୋଗଦେବାକୁ ଭାରତ ଆସିଛନ୍ତି। ଜଷ୍ଟିନ ବିବର କେବଳ ଗୀତ ଗାଇବା ପାଇଁ ପ୍ରସିଦ୍ଧ ନୁହଁନ୍ତି । ତାଙ୍କର ଅସୁସ୍ଥତା ପାଇଁ ମଧ୍ୟ ସେ ଖୁବ ଚର୍ଚ୍ଚାରେ ଥିଲେ । ତାଙ୍କ ମୁହଁର ଅଧା ଭାଗ ପାରାଲାଇସ ହୋଇଯାଇଥିଲା। 

ଜଷ୍ଟିନ ବିବର ଯେଉଁ ରୋଗରେ ପୀଡିତ ଅଛନ୍ତି, ତାହା ହେଉଛି ରାମସେ ହଣ୍ଟ ସିଣ୍ଡ୍ରୋମ । ନାମ ଶୁଣି ଏହା କେଉଁ ପ୍ରକାରର ରୋଗ ତାହା ଅନୁମାନ କରିବା କଷ୍ଟକର । କିନ୍ତୁ ଏଥିରେ ମୁଖ୍ୟ କଥା ହେଉଛି ଏହି ରୋଗର ପୀଡିତ ଥିବା ବ୍ୟକ୍ତିର ଚେହେରା ପାରାଲାଇସ ହେବେ ଆରମ୍ଭ କରିଥାଏ । 

ରାମସେ ହଣ୍ଟ ସିଣ୍ଡ୍ରୋମର ଲକ୍ଷଣ-

ରାମସେ ହଣ୍ଟ ସିଣ୍ଡ୍ରୋମରେ ରୋଗୀଙ୍କର ମୁହଁ ପାରାଲାଇସ ହୋଇଯାଇଥାଏ । ଏଥିରେ ପିଡିତ ଥିବା ବ୍ୟକ୍ତି ଆଖିପତା ମଧ୍ୟ ହଲାଇ ପାରି ନଥାନ୍ତି । ଏହି ରୋଗ ହେବା ଦ୍ୱାରା କାନରେ ଯନ୍ତ୍ରଣା, ବେକ ଯନ୍ତ୍ରଣା, ଶ୍ରବଣ ଶକ୍ତି ହ୍ରାସ, ସ୍ୱାଦ ଜାଣି ନପାରିବା ଭଳି ଅସମର୍ଥତା ଏହି ସିଣ୍ଡ୍ରୋମର ଲକ୍ଷଣ । ଏହା ବ୍ୟତୀତ, ବେଳେବେଳେ ରୋଗୀ ବସିଥିବା ସ୍ଥାନ ଘୂର୍ଣ୍ଣନ କରିବା ଭଳି ମଧ୍ୟ ଅନୁଭବ କରିପାରନ୍ତି ।  କଥାବାର୍ତ୍ତା କରିବା ସମୟରେ ପାଟି ଲାଖିବା ମଧ୍ୟ ଏହି ରୋଗର ଲକ୍ଷଣ ଏକ ଲକ୍ଷଣ ଏଟେ।

ରାମସେ ହଣ୍ଟ ସିଣ୍ଡ୍ରୋମ-

ଏହି ସିଣ୍ଡ୍ରୋମର କାରଣଗୁଡ଼ିକରେ ବୟସ ବଢିବା, ଅସୁସ୍ଥତା ଏବଂ ଅନେକ ରୋଗ ବ୍ୟତୀତ ହାଡଫୁଟି ମଧ୍ୟ ରହିଛି । ହାଡଫୁଟି ଜୀବାଣୁ, ଭାରିସେଲା ଜୋଷ୍ଟର ଜୀବାଣୁ ବେଳେବେଳେ ଶରୀରରେ ରହିଯାଇଥାନ୍ତି ।  ଯେତେବେଳେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୁଏ, ଏହି ଜୀବାଣୁ ବା ଭାଇରସ ପୁନର୍ବାର ଆକ୍ରମଣ କରି ଏହି ରୋଗ ସୃଷ୍ଟି କରାଇଥାନ୍ତି । 

ରାମସେ ହଣ୍ଟ ସିଣ୍ଡ୍ରୋମର ଚିକିତ୍ସା-

ରାମସେ ହଣ୍ଟ ସିଣ୍ଡ୍ରୋମକୁ ବହୁ ପରିମାଣରେ ଆରୋଗ୍ୟ କରାଯାଇପରିବ । ଯଦି ଠିକ୍ ସମୟରେ ଚିକିତ୍ସା ଆରମ୍ଭ କରାଯାଏ ଏବଂ ବିଶେଷକରି ଆକ୍ରମଣର ତିନି ଦିନ ମଧ୍ୟରେ ଚିକିତ୍ସା ଆରମ୍ଭ ହୋଇଥାଏ ତେବେ ରାମସେ ହଣ୍ଟ ସିଣ୍ଡ୍ରୋମ ଭଲ ହୋଇପାରିବ । ଏହା ବ୍ୟତୀତ ଆବଶ୍ୟକ ଓୌଷଧ ମଧ୍ୟ ଗ୍ରହଣ କରିବା ଉଚିତ ।  ଏହା ବ୍ୟତୀତ ଆଖିକୁ ରକ୍ଷା କରିବା ପାଇଁ କିଛି ଆଖି ଲୁବ୍ରିକାଣ୍ଟ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ । ବାୟୋପ୍ସି, ଏମଆରଆଇ ଏବଂ ରକ୍ତ ପରୀକ୍ଷା ମାଧ୍ୟମରେ ଏହି ସିଣ୍ଡ୍ରୋମକୁ ଚିହ୍ନଟ କରାଯାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.