ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଙ୍ଘର ଧର୍ମଘଟ

Published By : Anindita Ratha | July 12, 2025 11:24 AM

କେନ୍ଦୁଝର ସଦର,୧୨/୦୭ : ବେଆଇନ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଙ୍ଘର ଧର୍ମଘଟ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ସଂଘର ଚେତାବନୀ। ତେବେ କେନ୍ଦୁଝର ସଦରର ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା।

ଆଉ ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ ପୁରଣ କରିବା, ରେଳ ବୋର୍ଡର ସମସ୍ତ ନିୟମକୁ ସଠିକ ଭାବରେ ପାଳନ କରି କାର୍ଯ୍ୟକାରୀ କରିବା, କେବଳ ଲୋକ ପାଇଲଟଙ୍କ ଦ୍ୱାରା ମେମୁଟ୍ରେନ ଚଳାଚଳ ନ କରାଇ ସହଚାଳକଙ୍କୁ ପୁନଃ ଅବସ୍ଥାପିତ କରିବା, ମାସକୁ ଅନ୍ୟୁନ ୪୬ ଘଣ୍ଟାର ଚାରୋଟି ସାପ୍ତାହିକ ବିଶ୍ରାମ ପ୍ରଦାନ କରିବା, ରେଳ ମୁଖ୍ୟାଳୟକୁ ଅତିକ୍ରମ କରି କାର୍ଯ୍ୟ କରିବାକୁ ବନ୍ଦ କରିବା, ଟ୍ରାଙ୍ଗୁଲାର ୱାର୍କିଂ ବନ୍ଦ କରି ରେଳ ଚାଳକ ଓ ସହ ଚାଳକଙ୍କୁ ୩୨ ଘଣ୍ଟା ମଧ୍ୟରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା ଆଦି ଦାବି ନେଇ ସର୍ବ ଭାରତୀୟ ରେଳ ଚାଳକ ସଂଘର ସଦସ୍ୟମାନେ  ପୂର୍ବତଟ ରେଳପଥ ଅଧିନସ୍ଥ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ କର୍ମୀଦଳ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନ ଦିନିକିଆ ବିକ୍ଷୋଭ ପଦର୍ଶନ କରିଥିଲେ। 

ଖୋର୍ଦ୍ଧା ରୋଡ଼, କଟକ, ପାରାଦୀପ ତାଳଚେର, ପୁରୀ, ଭଦ୍ରକ, ଯଖପୁରା, ପଲାସା ସମେତ କେନ୍ଦୁଝରଗଡ଼ ପ୍ରଭୃତି ସ୍ଥାନରେ  ରେଳ ଚାଳକ ସଙ୍ଘର ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦାଶ, ଶାଖା ସଚିବ ଜ୍ୟୋତି ରଞ୍ଜନ ରାଉତ, ଶାଖା ସଭାପତି ପ୍ରଦୀପ୍ତ ମହାନ୍ତି, ଗଣମାଧ୍ୟମ ପ୍ରଭାରୀ ରାକେଶ ମହାନ୍ତି, କୋଷାଧ୍ୟକ୍ଷ ଅରବିନ୍ଦ ନିରାଲା, ରବି ରଞ୍ଜନ, ଗଣେଶ ପାଣି ଗ୍ରାହୀ, ବାନାମ୍ବର ସାହୁ, ଦିଲୀପ ସାହୁଙ୍କ ନେତୃତ୍ୱରେ ଡିଭିଜନ ବ୍ୟାପି ଅନଶନ ଅନୁଷ୍ଠିତ ହେବା ସହିତ ରେଳବାଇର ଉଚ୍ଚ କତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସର୍ବ ଭାରତୀୟ ରେଳ ଚାଳକ ସଙ୍ଘ ତରଫରୁ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.