ପ୍ରମୂଖ ଖବର
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଇଡି ଜାଲରେ ଟେଲି ଷ୍ଟାର, ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ,୫/୭: ଇଡି ଜାଲରେ ଟେଲି ଷ୍ଟାର। ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି କ୍ରିଷ୍ଟଲ ଡିସୁଜା,ନିୟା ଶର୍ମା ଓ କରନ୍‌ ଓ୍ୱାହି। ଏମାନଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟଙ୍କା ବଦଳରେ ଅନ୍‌ଲାଇନ ଫରେକ୍ସ ଟ୍ରେଡିଂ ଆପ୍‌ ‘ଅକ୍ଟାଏଫ୍‌ଏକ୍ସ’ ଡଟ୍‌ କମ୍‌ ସହ ଜଡିତ ମନିଲଣ୍ଡରିଂ ମାମଲାରେ ଏମାନଙ୍କୁ ବୁଧବାର ଦିନ ଇଡି ପଚରାଉଚରା କରିଛି । ଜେରାରେ ବେଆଇନ ଅନ୍‌ଲାଇଲ ବିଦେଶୀ ଟ୍ରେଡିଂ ମାମଲାରେ ଉଭୟ କଳାକାରଙ୍କୁ ପ୍ରଶ୍ନ କରାଯିବା ସହ ପିଏମ୍‌ଏଲ୍‌ଏ ମାମଲାରେ ସେମାନଙ୍କର ବୟାନ ରେକର୍ଡ ହୋଇଛି। ଏହି ତିନି ଅଭିନେତା ଓ ଅଭିନେତ୍ରୀ ଉକ୍ତ ଆପ୍‌ର ପ୍ରଚାର କରୁଥିବା ଅଭିଯୋଗ ହୋଇଛି।

ତେବେ ‘ଅକ୍ଟାଏଫଏକ୍ସ’ ଆପ୍‌ ଉଚ୍ଚ ରିଟର୍ନର ପ୍ରଲୋଭନ ଦେଖାଇ ଅନେକ ନିବେଶକଙ୍କୁ ଠକିଥିବା ନେଇ ପୂର୍ବରୁ ଏପ୍ରିଲ ମାସରେ ପୁଣେ,ଚେନ୍ନାଇ, କୋଲକାତା ଓ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଇଡି ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଇଡି ୨.୭ କୋଟି ଟଙ୍କା ଓ ଅନେକ ବେଆଇନ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଜବତ କରିଥିବା ଜଣାଯାଇଛି। ନିକଟର ପୁଣେର ଶିବାଜୀନଗର ଥାନାରେ ଏହାର ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.