ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଓଡ଼ିଆ ଦର୍ଶକଙ୍କୁ ମୁକେଶ ଖାନ୍ନାଙ୍କ କଟାକ୍ଷ: ‘କଳ୍‌କୀ’ ସିନେମାକୁ ତୁମେମାନେ ବୁଝିପାରିବନି...

ଭୁବନେଶ୍ୱର,୦୭/୦୭: ୯୦ ଦଶକରେ ‘ଶକ୍ତିମାନ’  ଭଳି ଲୋକପ୍ରିୟ ଚରିତ୍ରରେ ଅଭିନୟ କରିଥିବା ବଲିଉଡର ବରିଷ୍ଠ ଅଭିନେତା ମୁକେଶ ଖାନ୍ନା  ‘କଳ୍‌କୀ ୨୮୯୮’ ସିନେମାକୁ  କଡ଼ା ସମାଲୋଚନା କରିଛନ୍ତି ।  ଏହି ପ୍ରସଙ୍ଗରେ ସେ ସିଧାସଳଖ  ଓଡ଼ିଆ ଓ ବିହାରୀ ଦର୍ଶକଙ୍କୁ ଟାର୍ଗେଟ କରି କଟାକ୍ଷ କରି କହିଛନ୍ତି, ଏଭଳି  ସିନେମା କେବଳ ତୀକ୍ଷ୍ଣ ବୁଦ୍ଧି ଥିବା ଲୋକଙ୍କ ପାଇଁ  ପ୍ରସ୍ତୁତ ହୋଇଛି । ଯାହାକୁ ସହଜରେ ଓଡ଼ିଶା ଓ  ବିହାରର ଦର୍ଶକମାନେ ବୁଝିପାରିବେନି । ଓଡ଼ିଆ  ଦର୍ଶକଙ୍କ ପ୍ରତି ମୁକେଶଙ୍କ ଏଭଳି କଟାକ୍ଷକୁ ନେଇ  ବିବାଦ ସୃଷ୍ଟି ହୋଇଛି ।  

ଦୁଇଦିନ ତଳେ ମୁକେଶ ଏହି ଫିଲ୍ମ  ଦେଖିଥିଲେ । ଫିଲ୍ମ ଦେଖିସାରି ସେ ଫିଲ୍ମର  ନିର୍ଦ୍ଦେଶକ ନାଗ ଅଶ୍ୱିନୀଙ୍କୁ ସମାଲୋଚନା କରିବା  ଆରମ୍ଭ କରିଥିଲେ । ଫିଲ୍ମରେ ଅଶ୍ୱତ୍‌ଥାମାଙ୍କ  ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିବା ସେ  ଅଭିଯୋଗ କରିଥିଲେ । ମୁକେଶ କହିଛନ୍ତି, ସେ  ୮୦ ଦଶକରେ ବିଆର୍‌ ଚୋପ୍ରାଙ୍କ ମହାଭାରତରେ  ପିତାମହ ଭୀଷ୍ମଙ୍କ ଚରିତ୍ରରେ ଅଭିନୟ  କରିଥିଲେ । ବେଦବ୍ୟାସ କୃତ ମହାଭାରତରେ  ଅଶ୍ୱତ୍ଥାମାଙ୍କ ମଣି ଛଡ଼ାଇଥିବା ବ୍ୟକ୍ତି ହେଉଛନ୍ତି  ଭୀମ ଓ ଅର୍ଜୁନ । ହେଲେ ଫିଲ୍ମରେ ଅଶ୍ୱତ୍ଥାମାଙ୍କ  ମଣିକୁ ଭଗବାନ ଶ୍ରୀକୃଷ୍ଣ ଛଡ଼ାଇ ନେଇ ତାଙ୍କୁ  ଅଭିଶାପ ଦେଉଥିବା ଦର୍ଶାଯାଇଛି । ଯାହା  ସମ୍ପୂର୍ଣ୍ଣ ଭୁଲ । ଏଥିସହ ମହାଭାରତର ବିକୃତ  କରାଯାଇଥିବା ସେ କହିଥିଲେ । ଏହାପରେ  ସେ ବିହାରୀ ସହ ଓଡ଼ିଆ ଦର୍ଶକଙ୍କୁ  ଟାର୍ଗେଟ୍‌ କରିଥିଲେ । ଫିଲ୍ମଟି ହଲିଉଡ୍‌  ସ୍ତରର ହୋଇଥିବାରୁ ଏହାକୁ କେବଳ  ସେହିମାନେ ବୁଝିବେ ଓ ଉପଭୋଗ  କରିବେ । କିନ୍ତୁ ଓଡ଼ିଆମାନେ ଏହାକୁ  କେବେବି ବୁଝିପାରିବେନି ।  

ପ୍ରକାଶଥାଉକି, ଦୀର୍ଘବର୍ଷ ତଳେ  ‘ଶକ୍ତିମାନ’ ସିରିଏଲ୍‌କୁ ଓଡ଼ିଆରେ  ରୂପାନ୍ତର କରାଯାଇଥିଲା । ଯାହାକୁ  ଓଡ଼ିଆ ଲୋକେ ବହୁତ ପସନ୍ଦ କରିଥିଲେ ।  ସେହିପରି ମୁକେଶ ନିଜେ ଓଡ଼ିଆ ଫିଲ୍ମ ଆୱାର୍ଡ  ସୋ’କୁ ଆସିଥିଲେ । ମାତ୍ର ତାଙ୍କର ଏଭଳି ମନ୍ତବ୍ୟ  ଓଡ଼ିଆ ଦର୍ଶକଙ୍କୁ କ୍ଷୁବ୍ଧ କରିଛି । ସମସ୍ତେ ମୁକେଶଙ୍କ  ଏଭଳି ବୟାନକୁ ଭର୍ତ୍ସନା କରିବା ସହ ସୋସିଆଲ୍‌  ମିଡିଆରେ କଡ଼ା ଜବାବ ଦେଇ ଘଟଣାକୁ ଟ୍ରୋଲ୍‌  କରିବା ଆରମ୍ଭ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.