ପ୍ରମୂଖ ଖବର
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଅନନ୍ତ-ରାଧିକାଙ୍କ ସଙ୍ଗୀତରେ ଜଷ୍ଟିନ୍‌ ବିବର ନେବେ ୮୩ କୋଟି, ବିମାନବନ୍ଦରରେ ନଜର ଆସିଲେ ଗାୟକ

ମୁମ୍ବାଇ ୦୫/୦୭: ଆସନ୍ତା ୧୨ ତାରିଖରେ ଅନନ୍ତ ଅମ୍ବାନି ଓ ରାଧିକାଙ୍କ ହାତଗଣ୍ଠି ପଡ଼ିବ । ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଚର୍ଚ୍ଚା ହେଉଛି ଉଭୟଙ୍କ ସଙ୍ଗୀତ ଉତ୍ସବରେ ପ୍ରଦର୍ଶନ କରିବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗାୟକ ଜଷ୍ଟିନ ବିବର । ଗତ ଗୁରୁବାର ବିବର ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ଗାଡ଼ିରେ ତାଙ୍କର ଯିବା ଭିଡିଓ ଇଣ୍ଟର୍‌ନେଟରେ ଖୁବ୍‌ ଭାଇରାଲ ହେଉଛି । 




୫ ତାରିଖ ଅର୍ଥାତ ଆଜି ଅମ୍ବାନି ବାସଭବନ ଆଣ୍ଟିଲିଆରେ ଅନନ୍ତ-ରାଧିକାଙ୍କ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବିବର ମଞ୍ଚରେ ଗୀତ ଗାଇବେ । ଏକ ପର୍ତ୍ତୁଗିଜ୍‌ ପୋର୍ଟାଲ ଲିଓଡିଆସ୍‌ର ରିପୋର୍ଟ ଅନୁସାରେ, ମଞ୍ଚ ପ୍ରଦର୍ଶନ ଲାଗି ଅମ୍ବାନି ପରିବାର ଜଷ୍ଟିନଙ୍କୁ ୮୩ କୋଟି ପାରିଶ୍ରମିକ ଦେଇଛି । ୭ ବର୍ଷ ପରେ ବିବର ଭାରତ ଆସିଛନ୍ତି । ଏହା ପୂର୍ବରୁ ୨୦୨୨ ମସିହାରେ ସେ ଭାରତରେ ଏକ କନ୍‌ସର୍ଟ କରିଥାନ୍ତେ । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାହା ବାତିଲ ହୋଇଥିଲା । ଏଥର ସେ କେବଳ ଅନନ୍ତଙ୍କ ବିବାହ ଉତ୍ସବରେ ପ୍ରଦର୍ଶନ କରିବେ । ମୁମ୍ବାଇର ଜିଓ ୱର୍ଲଡ୍‌ କନ୍‌ଭେନ୍‌ସନ ସେଣ୍ଟର୍‌ରେ ଆୟୋଜିତ ଅନନ୍ତ-ରାଧିକାଙ୍କ ବିବାହ ଉତ୍ସବରେ ଅଦିଲ, ଡ୍ରେକ୍‌ ଓ ଲାନା ଡେଲ ରେଙ୍କ ଭଳି ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅମ୍ବାନି ପରିବାର ଏହି କଳାକାରଙ୍କ ସହ ସମ୍ପର୍କ କରୁଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଥିଲା ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.