ପ୍ରମୂଖ ଖବର
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

‘ବୟାନ୍‌’ରେ ନଜର ଆସିବେ ହୁମା, ଚନ୍ଦ୍ରଚୂଡ଼ଙ୍କ ସହ କରିବେ ସ୍କିନ୍ ସେୟାର

ମୁମ୍ବାଇ ୦୬/୦୭: ‘ଗ୍ୟାଙ୍ଗ୍‌ସ ଅଫ୍‌ ୱସେପୁର’ ଓ ‘ମୋନିକା, ଓ ମାଇଁ ଡାର୍ଲିଙ୍ଗ୍‌’  ଭଳି ଫିଲ୍ମ ଜରିଆରେ ଦର୍ଶକଙ୍କଠୁ ଭଲପାଇବା ପାଇଥିବା ହୁମା କୁରେଶୀ ଏବେ ଏକ ନୂଆ ପୁଲିସ ଡ୍ରାମା ଫିଲ୍ମ ‘ବୟାନ୍‌’ରେ ନଜର ଆସିବେ । ବିକାଶ ମିଶ୍ର ଫିଲ୍ମର କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ଫିଲ୍ମରେ ହୁମାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଚନ୍ଦ୍ରଚୂଡ଼ ସିଂହ ଓ  ସଚିନ ଖେଡ଼େକର ।




ରାଜସ୍ଥାନର ପୃଷ୍ଠଭୂମିରେ ଫିଲ୍ମଟି ପର୍ଯ୍ୟବସିତ । ରୁହି ନାମ୍ନୀ ଜଣେ ମହିଳା ଗୁପ୍ତଚରଙ୍କୁ ନେଇ ଏହାର କାହାଣୀ ଗତିଶୀଳ । ନିଜର ପ୍ରଥମ ମାମଲାର ଯାଞ୍ଚ୍‌ ଲାଗି ରୁହିକୁ ଏକ ଛୋଟ ସହରକୁ ପଠାଯାଇଛି । କିନ୍ତୁ ସ୍ଥାନୀୟ ଶାସନରେ ପ୍ରତିପକ୍ଷଙ୍କ ପ୍ରଭାବ ଯୋଗୁ  ସେଠାରେ ସେ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛି । ତା’ର ବାପା ଜଣେ ପ୍ରସିଦ୍ଧ ଲ ଏନ୍‌ଫୋର୍ସମେଣ୍ଟ୍‌ ଅଫିସର ହୋଇଥିବାବେଳେ ତାଙ୍କ ସମ୍ମାନକୁ ରକ୍ଷା କରୁଥିବା ରୁହିର ଯାତ୍ରା ଏଥିରେ ଦେଖିବାକୁ ମିଳିବ । ଫିଲ୍ମର ସବୁ ଦାୟିତ୍ୱ ହୁମାଙ୍କ କାନ୍ଧରେ ଥିବାବେଳେ ଏହାକୁ ନେଇ ଖୁବ୍‌  ଉତ୍ସାହିତ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.