ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିନେମା "ସନମ୍‌ ତୁ ସୁହାନା’ର ସ୍ପିନ୍‌ ଅଫର, ଗୋଟିଏ ସିନେମାରେ ଆଉ ଗୋଟିଏ ସିନେମା ଟିକଟ୍‌ ଫ୍ରି’

Published By : Prameya | October 1, 2024 1:54 PM

ଭୁବନେଶ୍ୱର,୦୧/୧୦: ଲୋକଙ୍କୁ ଆତ୍କୃଷ୍ଟ କରିବାକୁ  ପ୍ରଯୋଜକଙ୍କ ନୂଆ ଉପାୟ । ଗୋଟିଏ ଟିକଟ୍‌ରେ ଦର୍ଶକ ମାଗଣାରେ  ଦେଖିବେ ଆଉ ଏକ ସିନେମା । ଚକ୍ର ନିର୍ଦ୍ଧାରଣ କରିବ ୪ଟି ସିନେମା  ଭିତରୁ କେଉଁ ଟିକଟ୍‌ ମିଳିବ । ତେବେ ଆସନ୍ତା ଅକ୍ଟୋବର ୪ ତାରିଖରେ  ରିଲିଜ୍‌ ହେଉଛି ସିନେମା "ସନମ୍‌ ତୁ  ସୁହାନା’ ।  ଏହି ଅବସରରେ ଆସନ୍ତା ୪ ରୁ ୬  ତାରିଖ ପର୍ଯ୍ୟନ୍ତ ସ୍ପିନ୍‌ ଅଫର୍‌ ଘୋଷଣା  କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ ।  

ଦଶହରାରେ ତଥା ଅକ୍ଟୋବର ୯  ତାରିଖରେ ଆସୁଥିବା ଅନ୍ୟ ୪ଟି ଫିଲ୍ମ  ‘କର୍ମ’, ‘ଭିଲେନ୍‌’, ‘ଖୋକାଭାଇ ତମ  ପାଇଁ’ ଓ ‘ଦୁର୍ଗା’ ସିନେମାକୁ ମଧ୍ୟ  ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ୍‌  କରୁଛନ୍ତି । ସୋମବାର ଏନେଇ ଏକ  ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ  ବିନି ପଟ୍ଟନାୟକ ଏବଂ ମିଡିଆ  ପ୍ଲାନର୍‌ ପ୍ରଣୟ ଜେଠୀ ଉପସ୍ଥିତ ରହି  ସବିଶେଷ ବର୍ଣ୍ଣନା କରିଛନ୍ତି । 

୪ ରୁ ୬ ତାରିଖ ଭିତରେ  ଯେଉଁ ଦର୍ଶକ "ସନମ୍‌ ତୁ ସୁହାନା’  ସିନେମାର ଟିକଟ୍‌ କାଟି ଦେଖିବାକୁ  ଆସିବେ ସେମାନେ ଏକ ସ୍ପିନ୍‌ ଗେମ୍‌ ଖେଳିବାର ସୁଯୋଗ ପାଇବେ । ଏହି  ସ୍ପିନ୍‌ର ତଥା ଚକ୍ର ଘୁରାଇବା ଫଳରେ  ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ  ସେହି ଫିଲ୍ମର ଟିକଟ୍‌ ମାଗଣା ମିଳିବ  ବୋଲି ପ୍ରଯୋଜକ କହିଛନ୍ତି । ଏଥିପାଇଁ  କୌଣସି ସମୟ ସୀମା ନାହିଁ ବରଂ  ଗୋଟିଏ ଟିକଟ୍‌ ପିଛା ଅନ୍ୟ ଗୋଟିଏ ଟିକଟ୍‌ର ବମ୍ପର ଅଫର୍‌ ବୋଲି ସେ  କହିଛନ୍ତି । ଅନ୍ୟ ପ୍ରଯୋଜକମାନଙ୍କ  ସହ ଏ ବିଷୟରେ ଆଲୋଚନା ସରିଛି  ସେମାନଙ୍କ ସହ ମିଳିତ ସହଯୋଗରେ  ଏହି ଅଫର୍‌ ଘୋଷଣା ହୋଇଥିବା ସେ  ଜଣାଇଛନ୍ତି । ଏମିତି କରିବା ଫଳରେ  ଲୋକମାନେ ତାଙ୍କ ଫିଲ୍ମ ସାଙ୍ଗକୁ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ।  ତା’ସହ ଓଡ଼ିଆ ଫିଲ୍ମର ଲଢ଼େଇ  ନୁହଁ, ବରଂ ଚଳିତ ବର୍ଷ ଦଶହରାରେ  ଭାଇଚାରା ଦେଖିବାକୁ ମିଳିବ ବୋଲି  ସେ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.