ମୁମ୍ବାଇ ୦୧/୧୦: ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜନ୍ ୨’ ଗତ ସପ୍ତାହରେ ନେଟଫ୍ଲିକ୍ସରେ ଆରମ୍ଭ ହୋଇଛି। ଗତ ଶନିବାର ଦିନ ଏହି ଶୋ'କୁ ଦେବରା ପାର୍ଟ-୧' ର ଷ୍ଟାର-ଷ୍ଟଡ୍ ଟିମ୍ ପହଞ୍ଚିଥିଲେ। ଯେଉଁଥିରେ ସୈଫ ଅଲ୍ଲୀ ଖାନ, ଜୁନିଅର ଏନଟିଆର ଏବଂ ଜାହ୍ନଭୀ କପୁର ସାମିଲ ଥିଲେ। ଏହି ସମୟରେ, ଏହି ତିନି ତାରକା ସେମାନଙ୍କ ଅନୁଭୂତି ଏବଂ ଅଭିନୟ କ୍ୟାରିୟର ବିଷୟରେ ଅନେକ ଖୁଲାସା କରିଥିଲେ । ଏଥିସହିତ ସୈଫ କହିଥିଲେ ଯେ ସେ କ୍ରିକେଟ୍ ବଦଳରେ କାହିଁକି ଅଭିନୟକୁ ବାଛିଲେ?
ଏହି ଶୋ’ରେ କପିଲ ଶର୍ମା ସୈଫଙ୍କୁ ପଚାରିଥିଲେ ଯେ ତୁମ ପାଖରେ ଦୁଇଟି ଅପ୍ସନ୍ ଥିଲା, ତୁମର ବାପା ଜଣେ କ୍ରିକେଟର ଏବଂ ମା’ ଜଣେ ଭେଟେରାନ୍ ଅଭିନେତ୍ରୀ। ତେବେ ତୁମେ କାହିଁକି ଅଭିନୟ ବାଛିଲ? ଏହା ଉତ୍ତରରେ ସୈଫ କହିଛନ୍ତି, କ୍ରିକେଟ୍ ତାଙ୍କ ପାଇଁ ମାନସିକ ସ୍ତରରେ ଠିକ୍ ନଥିଲା। ସୈଫ କହିଛନ୍ତି, “ଲୋକମାନେ କହୁଥିଲେ ଯେ ମୋତେ ଅଭିନୟ ମୋ ମା’ଙ୍କ ଆଶୀର୍ବାଦ ଭାବରେ ମିଳିଛି। ଏହା ଜେନେଟିକ୍ ଭାବରେ ଟାଗୋର ପରିବାରରୁ ଆସିଥିଲା। ମୋ ପାଖରେ ସେହି ମେଣ୍ଟାଲ୍ ଫୋକସ୍ ନଥିଲା କ୍ରିକେଟ୍ ରେ ଆବଶ୍ୟକ ଥିଲା, ତେଣୁ କ୍ରିକେଟ୍ ମୋ ପାଇଁ ସେତେଟା ଭଲ ନଥିଲା । ମୁଁ ଭାବୁଛି ମୁଁ ସଠିକ୍ ପ୍ରଫେସନ୍ ବାଛିଛି । ମୁଁ ଅଭିନୟକୁ ଉପଭୋଗ କରେ ।