ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗୁଳି ବାଜିବା ପରେ ଗୋବିନ୍ଦାଙ୍କ ଲାଇସେନ୍ସ ବନ୍ଧୁକକୁ ଜବତ କଲା ପୁଲିସ , ମାସେ ବିଶ୍ରାମ ନେବେ ଅଭିନେତା

Published By : Prameya | October 1, 2024 7:58 PM

ମୁମ୍ୱାଇ : ଗୋବିନ୍ଦାଙ୍କ ଲାଇସେନ୍ସ ରିଭଲଭରରୁ ମଙ୍ଗଳବାର ସକାଳେ ଭୁଲରେ ଗୁଳି ଫୁଟି ଯାଇଥିଲା, ଯେଉଁଥିରେ ସେ ଆହତ ହୋଇ ଥିଲେ। ପାଦରେ ଗୁଳି ବାଜିବା ପରେ ତାଙ୍କୁ ଜୁହୁ ସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଣ୍ଟାଏ ଯାଏ ଚାଲି ଥିବା ସର୍ଜରୀ ପରେ ଗୁଳିକୁ ବାହାର କରାଯାଇ ଥିଲା। ଗୋବିନ୍ଦାଙ୍କ ସ୍ଥିତି ଏବେ ବିପଦମୁକ୍ତ, କିନ୍ତୁ ଏବେ ବି ତାଙ୍କୁ କିଛି ଦିନ ଯାଏ ହସ୍ପିଟାଲର ରହିବାକୁ ହେବ। ସେପଟେ ପୁଲିସ ତାଙ୍କର ଲାଇସେନ୍ସ ରିଭଲଭରକୁ ମଧ୍ୟ ସିଜ୍‌ କରିଛି।

ଗୋବିନ୍ଦାଙ୍କ ସର୍ଜରୀ କରିଥିବା ଡାକ୍ତର ରମେଶ ଅଗ୍ରୱାଲ କହିଛନ୍ତି କି, ଗୁଳିକୁ ବାହାର କରି ଦିଆ ଯାଇଛି ଏବଂ ଅଭିନେତାଙ୍କର ସ୍ଥିତି ଠିକ୍‌ ଅଛି। ଆଗାମୀ ୩ରୁ ୪ ଦିନରେ ଗୋବିନ୍ଦାଙ୍କୁ ହସ୍ପିଟାଲରୁ ମୁକ୍ତି ମିଳି ଯିବ। ହେଲେ ମାସ ସାରା ଆରାମ କରିବାକୁ ପଡ଼ିବ। ହସ୍ପିଟାଲରୁ ହିଁ ଅଭିନେତା ନିଜର ପ୍ରଶଂସକଙ୍କ ପାଇଁ ଏକ ଅଡ଼ିଓ ମେସେଜ୍‌ ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ସେ ପୂରା ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ , ମୋ ଠାରେ ଗୁଳି ବାଜିଛି, କିନ୍ତୁ ତାକୁ ବାହାର କରି ଦିଆ ଯାଇଛି। ମୁଁ ଡାକ୍ତରଙ୍କୁ ଓ ଆପଣମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ଦେଉଛି।  

ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନାଙ୍କ ଅନୁସାରେ , ଅଭିନେତାଙ୍କ ସହ ଏହି ଘଟଣା ମଙ୍ଗଳବାର ସକାଳେ ଘଟି ଥିଲେ , ସେତେବେଳେ ସେ କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ। ମ୍ୟାନେଜର କହିଥିଲେ, ତାଙ୍କର କୋଲକାତାରେ ଏକ ଶୋ’ ଥିଲା , ସେଥିପାଇଁ ସେ ସକାଳ ୬ଟାରେ ଫ୍ଲାଇଟ୍‌ରେ ଚଢିବାର ଥିଲା। ଗୋବିନ୍ଦା ଏୟାରପୋର୍ଟ ପାଇଁ ବାହାରୁ ଥିଲେ, ସେତେବେଳେ ଏହି ଘଟଣା ଘଟିଲା। 

ଏହା ଭଗବାନଙ୍କ କୃପା ଯେ, ଗୋବିନ୍ଦାଙ୍କ ପାଦରେ ହିଁ ଆଘାତ ଲାଗି ଥିଲା ଏବଂ କିଛି ବି ଗୁରୁତର ସ୍ଥିତି ଉପୁଜି ନଥିଲା। ଅଭିନେତାଙ୍କ ପତ୍ନୀ ସୁନୀତା ଆହୁଜା ମଧ୍ୟ କୋଲକାତାରେ ହିଁ ଥିଲେ ଏବଂ ଅଭିନେତା ନିଜ ଘରେ ଏକୁଟିଆ ଥିଲେ। ଗୁଳି ବାଜିବାର ଖବର ପାଇବା କ୍ଷଣି ସୁନୀତା ମଧ୍ୟ ମୁମ୍ୱାଇ ଅଭିମୂଖେ ବାହାରି ଆସିଥିଲେ।

ମ୍ୟାନେଜରଙ୍କ କହିବାନୁସାରେ , ଗୋବିନ୍ଦା ନିଜ ରିଭଲଭରକୁ ଆଲମାରୀରେ ରଖିଥିଲେ , ସେ ଯିବାକୁ ପ୍ରସ୍ତୁତ ହେବା ବେଳେ ବନ୍ଧୁକଟି ସେଠାରୁ ତଳେ ଖସି ପଡ଼ିଥିଲା ଏବଂ ଗୁଳି ଫୁଟି ଯାଇଥିଲା। ଅଭିନେତା ନିଜ ପତ୍ନୀ ଓ ମ୍ୟାନେଜରଙ୍କୁ ତୁରନ୍ତ ଏ ବିଷୟରେ କହି ଥିଲେ। ମ୍ୟାନେଜର ତୁରନ୍ତ ସେଠାରେ ପହଞ୍ଚି ଅଭିନେତାଙ୍କୁ ହସ୍ପିଟାଲ ନେଇଥିଲେ। ଏହି ସମୟରେ ପୁଲିସକୁ ମଧ୍ୟ ସୂଚନା ଦିଆଯାଇ ଥିଲା । ପୁଲିସ ତୁରନ୍ତ ପହଞ୍ଚି ଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.