ପ୍ରମୂଖ ଖବର
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ପ୍ରଶାନ୍ତ କିଶୋର ଲଞ୍ଚ୍ କଲେ ନୂଆ ଦଳ, ମଦ ନିଷେଧ ହଟାଇବାକୁ ଦେଲେ ପ୍ରତିଶ୍ରୁତି

ପାଟନା, ୨/୧୦ :  ନିର୍ବାଚନୀ ରଣନୀତିକାରରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ପାଟନାର ଭେଟନାରୀ ଗ୍ରାଉଣ୍ଡରେ ଔପଚାରିକ ରୂପରେ ନିଜ ରାଜନୈତିକ ଦଳକୁ ଲଞ୍ଚ୍ କରିଛନ୍ତି । ପ୍ରଶାନ୍ତ କିଶୋର ନିଜ ପାର୍ଟିର ନାଁ ‘ଜନ ସୁରଜ ପାର୍ଟି’ ରଖିଛନ୍ତି ।  ଏହାସହ ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି କି ତାଙ୍କ ସରକାର ହେବ ତ ମଦ ନିଷେଧକୁ ବନ୍ଦ କରିଦିଆଯିବ । ପ୍ରଶାନ୍ତ କିଶୋର ପ୍ରଥମରୁ ସ୍ପଷ୍ଟ କରି ଦେଇଛନ୍ତି କି ବିହାରରେ ୨୦୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟି ସବୁ ସିଟରେ ନିଜର ପ୍ରାର୍ଥୀ ଓହ୍ଲାଇବ । 

ଦଳକୁ ଲଞ୍ଚ୍ କରି ପ୍ରଶାନ୍ତ କିଶୋର କହିଛନ୍ତି କି, ଜନ ସୁରଜ ଅଭିଯାନ ୨-୩ବର୍ଷରୁ ଚାଲୁଛି । ଲୋକ ପଚାରୁଛନ୍ତି କି ଆମେ ପାର୍ଟି କେବେ କରିବୁ । ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ଆଜି ନିର୍ବାଚନ ଆୟୋଗ ଅଫିସିଆଲ ଭାବେ ଜନ ସୁରଜକୁ ଜନ ସୁରଜ ପାର୍ଟି ରୂପରେ ସ୍ବୀକାର କରି ନେଇଛନ୍ତି ।

ଏହି ଅବସରରେ ପ୍ରଶାନ୍ତ କିଶୋର କହିଛନ୍ତି କି ଯଦି ରାଜ୍ୟରେ ଆମ ସରକାର ହେବ ତ ଏକ ଘଣ୍ଟା ଭିତରେ ମଦ ନିଷେଧର ନୀତିକୁ ଉପାଡ଼ି ଫିଙ୍ଗିଦେବୁ । ଏହା ସହ ସେ କହିଛନ୍ତି କି ଏହି ଟଙ୍କାର ବ୍ୟବହାର ବିହାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ କରିବୁ । 

‌ସେ କହିଛନ୍ତି କି, ଯଦି ବିହାରରେ ବିଶ୍ବସ୍ତରୀୟ ଶିକ୍ଷା ବ୍ୟବସ୍ଥା କରିବାକୁ ହେବ ତ ଆଗାମୀ ୧୦ବର୍ଷରେ ୫ଲକ୍ଷ କୋଟି ଟଙ୍କା ଜରୁରୀ ହେବ । ଯେତେବେଳେ ମଦ ନିଷେଧ ହଟାଇବା ତ ଉକ୍ତ ଟଙ୍କା ବଜେଟରେ ଯିବ ନାହିଁ ଏବଂ ନା ନେତାଙ୍କ ସୁରକ୍ଷା ଲାଗି ବ୍ୟବହାର କରାଯିବ ଏବଂ ନା ଏହାର ଉପଯୋଗ ରାସ୍ତା, ପାଣି ଏବଂ ବିଜୁଳି ଲାଗି କରାଯିବ । ଏହାର ଉପଯୋଗ କେବଳ ବିହାରରେ ନୂତନ ଶିକ୍ଷା ବ୍ୟବସ୍ଥା କରିବା ଲାଗି କରାଯିବ । ମଦ ନିଷେଧ ହେବା ଦ୍ବାରା ବିହାରକୁ ପ୍ରତ୍ୟେକ ବର୍ଷ ୨୦,୦୦୦କୋଟି ଟଙ୍କାର କ୍ଷତି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.