ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ନିଜ କେଶ କାଟିଲେ କର୍କଟ ପୀଡ଼ିତା ହିନା, ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ ୦୫/୦୭: ଅଭିନେତ୍ରୀ ହିନା ଖାନ୍‌ ଷ୍ଟେଜ୍‌-୩ ସ୍ତନ କର୍କଟରେ ପୀଡ଼ିତ । ସେ ଏହି ଖବର ଜଣାଇବା ପରଠୁ ଫ୍ୟାନ୍‌ ଓ ସେଲିବ୍ରିଟି ତାଙ୍କର ମନୋବଳ ବଢ଼ାଉଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଇତିମଧ୍ୟରେ ହିନା ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ନିଜେ ନିଜର କେଶ କାଟୁଥିବା ନଜର ଆସିଛନ୍ତି । ହିନାଙ୍କ କେଶ କଟା ହେଉଥିବା ଦେଖି ତାଙ୍କ ମା’ କାନ୍ଦୁଛନ୍ତି । ହିନା ମା’ଙ୍କୁ ବୁଝାଉଛନ୍ତି, ପୁଣି ଥରେ ନୂଆ କେଶ ଉଠିବ । ପଛରୁ ହିନାଙ୍କ ବୟଫ୍ରେଣ୍ଡ୍‌ ରକି ଜୟସୱାଲଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳିଛି । ସେ ହିନାଙ୍କ ମା’ଙ୍କୁ ନ କାନ୍ଦିବାକୁ ଅନୁରୋଧ କରୁଛନ୍ତି । ଏହା ପରେ ହନା ନିଜେ କଇଁଚି ଧରି ନିଜ କେଶ କାଟିଛନ୍ତି। 




କେଶ କାଟିବା ପରେ ଖୁବ୍‌ ଭଲ ଅନୁଭବ କରୁଛନ୍ତି ବୋଲି ହିନା କହିଛନ୍ତି । ନିଜ ନୂଆ ଲୁକ୍‌କୁ ସେ ପସନ୍ଦ କରିଛନ୍ତି । ଭିଡିଓ ଶେଷରେ ମା’ ହିନାଙ୍କୁ ଖୁବ୍‌ ଗେହ୍ଲା କରିଛନ୍ତି । ଭିଡିଓ ସହ ହିନା ତାଙ୍କ ଭଳି କର୍କଟ ସହ ଲଢ଼େଇ କରୁଥିବା ମହିଳାଙ୍କ ପାଇଁ ଏକ ବାର୍ତ୍ତା ବି ଦେଇଛନ୍ତି । ସେ କହିଛନ୍ତି, କେଶ ମହିଳାଙ୍କ ପାଇଁ ମୁକୁଟ ଭଳି । ଏହାକୁ ସେମାନେ କେବେ ବାହାର କରିବାକୁ ଚାହାନ୍ତି ନାହିଁ । କିନ୍ତୁ କେମୋ ଯୋଗୁ କେଶ ଝଡ଼ିବା ପୂର୍ବରୁ ହିନା ଏହାକୁ କାଟିବାକୁ ଚାହୁଁଥିଲେ । ମାନସିକ ସ୍ତରରେ ସେ ଭାଙ୍ଗିପଡ଼ିବାକୁ ଚାହୁଁନଥିଲେ । ସେଥିପାଇଁ ସେ ନିଜେ କେଶ କାଟିଦେଲେ । ତାଙ୍କର ଏହି ସଂଘର୍ଷପୂର୍ଣ୍ଣ ଯାତ୍ରା ଭବିଷ୍ୟତରେ କାମରେ ଆସିପାରିବ ବୋଲି ଆଶା କରି ହିନା ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.