ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଅନନ୍ତ-ରାଧିକା ସଙ୍ଗୀତରେ ତାରକା ମେଳା, ମତୁଆଲା କଲେ ଜଷ୍ଟିନ୍‌ ବିବର

ମୁମ୍ବାଇ ୦୭/୫୧: ଅନନ୍ତ ଅମ୍ବାନି-ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ଉତ୍ସବ ବେଶ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି । ଗତ ଶୁକ୍ରବାର ଆୟୋଜିତ ଏହି ଭବ୍ୟ ଉତ୍ସବରେ ଅନ୍ତର୍ଜାତୀୟ ପପ୍‌ ସିଙ୍ଗର ଜଷ୍ଟିନ୍‌ ବିବର ସମସ୍ତଙ୍କୁ ମତୁଆଲା କରିଥିଲେ । ଏଥିଲାଗି ସେ ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ପ୍ରଦର୍ଶନ ଶେଷ କରି ଫେରିଗଲେ । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଉତ୍ସବରେ ପ୍ରଦର୍ଶନ ଲାଗି ବିବର ୮୩ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତି ଭାରତକୁ ଫେରିଥିବା କ୍ରିକେଟ୍‌ ତାରକା ମଧ୍ୟ ଏହି ଉତ୍ସବରେ ପହଞ୍ଚିଥିଲେ । କ୍ୟାପ୍ଟେନ୍‌ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଏ ଅବସରରେ ସମ୍ମାନିତ କରାଯାଇଥିଲା । ନୀତା ଓ ମୁକେଶ ଅମ୍ବାନି ୩ ଜଣଙ୍କୁ ମଞ୍ଚକୁ ଡାକି ଆଲିଙ୍ଗନ କରିଥିଲେ ।






ଅନନ୍ତ-ରାଧିକାଙ୍କ ସଙ୍ଗୀତ ଉତ୍ସବରେ ସଲମାନ ଖାନ୍‌, ଅର୍ଜୁନ କପୁରଙ୍କ ସମେତ ଅନେକ ବଲିଉଡ୍‌ ସେଲିବ୍ରିଟି ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ଶାହିଦ କପୁର, ବରୁଣ ଧୱନ, ରଣବୀର କପୁର, ଆଲିୟା ଭଟ୍ଟ, ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର ବି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏ ଅବସରରେ ପୂରା ଅମ୍ବାନି ପରିବାର ମଞ୍ଚରେ ନଜର ଆସିଥିଲା । ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଗୀତ ‘ଦିୱାନଗୀ-ଦିୱାନଗୀ’ରେ ସମସ୍ତେ ନୃତ୍ୟ ପ୍ରଦର୍ଶନ କରିଥିଲେ । ସଙ୍ଗୀତରେ ଅନନ୍ତ-ରାଧିକାଙ୍କ ଲଭ୍‌ଷ୍ଟୋରୀ ପ୍ରଦର୍ଶିତ ହୋଇଥିଲା । ଦୁହେଁ କେବେ, କେଉଁଠି ଓ କେମିତି ପରସ୍ପରକୁ ଭେଟିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ କେମିତି ହେଲା, ଗୀତ-ନୃତ୍ୟ ଜରିଆରେ ବର୍ଣ୍ଣନା କରାଯାଇଥିଲା ।

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.