ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଜଣାଶୁଣା ଅଭିନେତ୍ରୀ ସ୍ମୃତି ବିଶ୍ବାସଙ୍କ ପରଲୋକ, ୩୦ ବର୍ଷର ଚଳଚ୍ଚିତ୍ର ଜୀବନରେ ଦେଇଛନ୍ତି ଅନେକ ସଫଳ ଚଳଚ୍ଚିତ୍ର...

ନୂଆଦିଲ୍ଲୀ: ଆଉ ନାହାଁନ୍ତି ହିନ୍ଦୀ, ମରାଠୀ ଏବଂ ବଙ୍ଗଳା ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ସ୍ମୃତି ବିଶ୍ବାସ । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମହାରାଷ୍ଟ୍ରର ନାଶିକ ସହରରେ ଗତକାଲି ଅର୍ଥାତ ଜୁଲାଇ ୩, ୨୦୨୪ ବୁଧବାର ଦିନ ସେ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି । ଚଳଚ୍ଚିତ୍ର ନିର୍ମାତା ହନସାଲ ମେହେଟ୍ଟା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସ୍ମୃତି ତାଙ୍କ ଖ୍ରୀଷ୍ଟିଆନ ମିଶନାରୀ ଭଉଣୀଙ୍କ ସହ ରହିବା ପାଇଁ ୨୮ ବର୍ଷ ପୂର୍ବେ ମୁମ୍ବାଇରୁ ନାଶିକକୁ ଯାଇଥିଲେ । ସେ ତାଙ୍କର ଶେଷ ସମୟରେ ଅଭାବୀ ପରିସ୍ଥିତି ସହିତ ସଂଘର୍ଷ କରିଥିଲେ । ୧୯୩୦ ରେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ୧୯୬୦ ଦଶକ ପର୍ଯ୍ୟନ୍ତ ଅନେକ ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି ।  ଏଥିମଧ୍ୟରେ 'ନେକ ଦିଲ', 'ଆପରାଜିତା' ଏବଂ 'ମଡର୍ଣ୍ଣ ଗାର୍ଲ' ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ରହିଛି ।

ଚଳଚ୍ଚିତ୍ର ନିର୍ମାତା ହନସାଲ ମେହେଟ୍ଟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସ୍ମୃତି ବିଶ୍ବାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଅଭିନେତ୍ରୀଙ୍କ କିଛି ଫଟୋ ସେୟାର କରିଛନ୍ତି । ଏହା ସହିତ ଏହା ଲେଖିଛନ୍ତି ଯେ, - ପ୍ରିୟ ସ୍ମୃତିଜୀ ଶାନ୍ତିରେ ଏବଂ ଏକ ଖୁସି ସ୍ଥାନକୁ ଯାଆନ୍ତୁ । ଆମ ଜୀବନକୁ ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ । RIP ସ୍ମୃତି ବିଶ୍ବାସ । 

ସ୍ମୃତି ବିଶ୍ବାସ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ବଙ୍ଗଳା ଚଳଚ୍ଚିତ୍ର ସନ୍ଧ୍ୟାରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ଗୁରୁ ଦତ୍ତ, ଭି ଶାନ୍ତାରାମ, ମୃଣାଲ ସେନ୍, ବିମଲ ରୟ, ବି.ଆର ଚୋପ୍ରା ଏବଂ ରାଜ କପୁରଙ୍କ ଭଳି ଅନେକ ବିରିଷ୍ଠ ଅଭିନେତାଙ୍କ ସହ କରିଥିଲେ।

ସ୍ମୃତି ଅନେକ ପ୍ରସିଦ୍ଧ ଅଭିନେତାଙ୍କ ସହ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ଦେବ ଆନନ୍ଦ, କିଶୋର କୁମାର ଏବଂ ବଲରାଜ ସାହନିଙ୍କ ସହ ପରଦାରେ ନଜର ଆସିଥିଲେ । ତାଙ୍କୁ ଶେଷ ଥର ପାଇଁ ହିନ୍ଦୀ ଚଳଚ୍ଚିତ୍ର ମଡେଲ ଗାର୍ଲ (୧୯୬୦) ରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଫିଲ୍ମ ନିର୍ମାତା ଏସଡି ନାରଙ୍ଗଙ୍କୁ ବିବାହ କରିଥିଲେ ଏବଂ ଅଭିନୟରୁ ସବୁଦିନ ପାଇଁ ବିଦାୟ ନେଇଥିଲେ । ସ୍ମୃତିଙ୍କର ଦୁଇ ପୁଅ ରାଜୀବ ଏବଂ ସତ୍ୟଜିତ୍ ଅଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.