ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ତାମିଲନାଡୁ ବିଏସପି ରାଜ୍ୟ ସଭାପତିଙ୍କୁ ଛୁରୀ ମାରି ହତ୍ୟା

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ର ତାମିଲନାଡୁ ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ତାଙ୍କ ଘର ନିକଟରେ ୬ଜଣ ଲୋକ ଏକାଠି ହୋଇ ହତ୍ୟା କରିଛନ୍ତି । ଅପରାଧୀ ମାନେ ତାଙ୍କୁ ପେରମ୍ବୁର ଅଂଚଳର ସଦୟାପନ୍ ଷ୍ଟ୍ରିଟରେ ତାଙ୍କ ଘର ନିକଟରେ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପେରାମବୁର ନିକଟ ସେମ୍ବିୟମ୍ ଠାରେ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସେ ତାଙ୍କ ଘର ନିକଟରେ ବନ୍ଧୁ ଏବଂ ସମର୍ଥକଙ୍କ ସହ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ଅପରାଧୀ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ପୋଲିସର ସୂଚନାନୁସାରେ, ସନ୍ଧ୍ୟା ପ୍ରାୟ ସାତଟା ବେଳେ ଏହି ଅପରାଧୀ ଗ୍ୟାଙ୍ଗ ତିନୋଟି ବାଇକରେ ଆସି ଏହି ଘଟଣା ଘଟାଇଥିଲେ ।

ରିପୋର୍ଟ ଅନୁଯାୟୀ, ବିଏସପି ନେତାଙ୍କ ଘନିଷ୍ଠ ସମ୍ପର୍କୀୟ ମାନେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏହା ପୂର୍ବରୁ ଅପରାଧି ମାନେ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ । ଆଉ ଏହି ସମୟରେ ସେମାନଙ୍କୁ ମଧ୍ୟ ଅପରାଧି ମାନେ ଭୟଭୀତ କରିଥିଲେ । ଫଳରେ ସେମାନେ ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । 

ଆର୍ମଷ୍ଟ୍ରଙ୍ଗଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ସଦସ୍ୟ ଦୌଡ଼ି ଆସି ଦେଖିଲେ ଯେ, ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି । ଆର୍ମଷ୍ଟ୍ରଙ୍ଗଙ୍କ ପରିବାର ତାଙ୍କୁ ଥାଓଜେଣ୍ଟ ଲାଇଟ୍ସର ଗ୍ରିମସ୍ ରୋଡର ଏକ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.