ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ମୁମ୍ୱାଇରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା , ସତର୍କ କରାଇଲା ପାଣିପାଗ ବିଭାଗ

ମୁମ୍ୱାଇ – ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ତାଜା ପୂର୍ବାନୁମାନ ଆସିଛି। ଆଗାମୀ ୨୪ ଘଣ୍ଟା ଭିତରେ ମୁମ୍ୱାଇ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଆଇଏମଡି ସତର୍କ ସୂଚନା ଜାରି କରିଛି। ସନ୍ଧ୍ୟା ୬.୧୫ରେ ଜାରି ସତର୍କ ସୂଚନାରେ ଆଇଏମଡି କହିଛି , ମୁମ୍ୱାଇର ଭିନ୍ନ ଭିନ୍ନ ସ୍ଥାନରେ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ଭିତରେ ଖୁବ୍‌ ବର୍ଷା ହୋଇ ପାରେ। 

ଆଇଏମଡିର ଏହି ଚେତାବନୀ ଓ ପୂର୍ବାନୁମାନ ସେତେବେଳେ ଜାରି ହୋଇଛି, ଯେବେ ପୂର୍ବରୁ ମୁମ୍ୱାଇ ଜଳାର୍ଣ୍ଣବ ହୋଇ ରହିଛି। ମୁମ୍ୱାଇରେ ପ୍ରବଳ ବର୍ଷା କାରଣରୁ ରେଳ ଓ ବିମାନ ସେବା ପ୍ରଭାବିତ ହୋଇଛି। ସ୍କୁଲ ଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆ ଯାଇଛି। ପାଣିପାଗ ବିଭାଗ ପୂରା ମୁମ୍ୱାଇରେ ରେଡ୍‌ ଆଲର୍ଟ ଜାରି କରିଛି। 

ରବିବାର ଓ ସୋମବାର ହୋଇଥିବା ବର୍ଷା କାରଣରୁ ମୁମ୍ୱାଇ ଓ ଏହାର ଆଖପାଖର ଅଞ୍ଚଳରେ ଥିବା ରେଳ ଟ୍ରାକ୍‌ରେ ଜଳ ଭରି ରହିଛି। ଏହି କାରଣରୁ ମଧ୍ୟ ରେଲୱେ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ବିମାନ ବନ୍ଦରରେ ମଧ୍ୟ ବିମାନ ପରିଚାଳନା ଉପରେ ପ୍ରଭାବ ପଡ଼ିଛି, ଯେଉଁଥି ପାଇଁ ସୋମବାର ୫୦ଟି ଉଡ଼ାଣକୁ ରଦ୍ଦ କରିବାକୁ ପଡ଼ିଛି। ଖୁବ୍‌ ବର୍ଷା କାରଣରୁ ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି, ଯେଉଁଥିରେ ଯାନବାହନର ଯାତାୟତରେ ବାଧା ଉପୁଜିଛି। ଲୋକେ ଜଳମଗ୍ନ ସଡ଼କରେ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି। 

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମନ୍ତ୍ରଣାଳୟରେ ଏକ ବୈଠକ କରି ମୁମ୍ୱାଇରେ ପ୍ରବଳ ବର୍ଷା ସ୍ଥିତିର ସମୀକ୍ଷା କରିବା ସହ ବିଏମସିର ନିୟନ୍ତ୍ରଣ କକ୍ଷକୁ ମଧ୍ୟ ଗସ୍ତ କରିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.