ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଧୋନି-ସାକ୍ଷୀଙ୍କ ବିବାହ ବାର୍ଷିକ, ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ମୁମ୍ବାଇ, ୪/୭: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଓ ପତ୍ନୀ ସାକ୍ଷୀ ଆଜି ସେମାନଙ୍କର ୧୫ତମ ବିବାହ ବାର୍ଷିକ ମନାଉଛନ୍ତି। ଏନେଇ ସାକ୍ଷୀ ଇନଷ୍ଟାଗ୍ରାମରେ ଉଭୟଙ୍କ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ଧୋନିଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେର ଏହି ଦମ୍ପତ୍ତିଙ୍କୁ ବଲିଉଡ ବହୁ କଳାକାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ବୁଧବାର ରାତିରେ ସାକ୍ଷୀ ଏକ କୋଲାଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିବାହର ୧୪ ବର୍ଷ ପୂରଣ ହୋଇ ୧୫ ତମ ବର୍ଷ ଆରମ୍ଭ ହୋଇଥିବା ସେ କ୍ୟାପସନରେ ଲେଖି ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ ୪ଟି ଫଟୋ ରହିଛି । ଯେଉଁଥିରେ ଧୋନି ଓ ସାକ୍ଷୀଙ୍କ ଖୁସି ସମୟରେ ଫଟୋ ରହିଛି ।

ସେପଟେ ବଲିଉଡର ବହୁ ତାରକା ଧୋନି ଓ ସାକ୍ଷୀଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ଅନୁଷ୍କା ଶର୍ମା, ଆଥିଆ ଶେଟ୍ଟୀ, ଅନନ୍ୟା ପାଣ୍ଡେ, ରାମ ଚରଣଙ୍କ ପତ୍ନୀ ଉପସାନା କାମେନି, ସାଉଥ ନିର୍ଦ୍ଦେଶକ ବିଗ୍ନେଶ ଶିବନ, ଶାହାରୁଖଙ୍କ ମ୍ୟାନେଜର ପୂଜା ଦାଦଲାନି, ଅଭିନେତ୍ରୀ ପ୍ରୀତି ଜିଣ୍ଟା ଓ ଚହଲଙ୍କ ପତ୍ନୀ ଧନଶ୍ରୀ ଦମ୍ପତିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ତେବେ ୨୦୧୦ରେ ସାକ୍ଷୀଙ୍କୁ ବିବାହ କରିଥିଲେ ମହେନ୍ଦ୍ର ସିଂ ଧୋନି । ଏହି ଖବର କ୍ରୀଡାପ୍ରେମୀଙ୍କୁ ଚକିତ କରିଥିଲା । ଉଭୟ କାହାକୁ ନଜଣାଇ ବିବାହ କରିଥିଲେ । କ୍ରିକେଟରେ ବଳିଷ୍ଠ ଅବଦାନ ପାଇଁ ମାହିଙ୍କୁ ୨୦୧୮ରେ ପଦ୍ମଭୂଷଣ,୨୦୦୯ରେ ପଦ୍ମଶ୍ରୀ, ୨୦୦୮ରେ ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.