ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

କଙ୍ଗନାଙ୍କୁ ଚାପୁଡା ମାରିବା ଘଟଣା, ମହିଳା ସୁରକ୍ଷାକର୍ମୀଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରହିଛି ବଳବତ୍ତର

ନୂଆଦିଲ୍ଲୀ,୪/୭: ସିଆଇଏସଏଫ ମହିଳା ସୁରକ୍ଷା କର୍ମୀ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା । ଏନେଇ ସମ୍ପୃକ୍ତ ମହିଳା ସୁରକ୍ଷା କର୍ମୀଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିଛି । ଅର୍ଥାତ୍ ବର୍ତ୍ତମାନସୁଦ୍ଧା ମଧ୍ୟ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇନାହିଁ । ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ହେଉଥିଲା । ଯାହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି CISF ବରିଷ୍ଠ ଅଧିକାରୀ ।

ସୂଚନା ଅନୁସାରେ, ଚଣ୍ଡିଗଡ଼ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଚାପୁଡ଼ା ମାରିଥିବା ମହିଳା ସୁରକ୍ଷାକର୍ମୀଙ୍କ ଉପରୁ ନିଲମ୍ବନ ହଟିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ନେଇ ଖବର ସୋସିଆଲ ମିଡିଆରେ ପ୍ରଚାର ହେଉଥିଲା । ଯାହା ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି CISF ବରିଷ୍ଠ ଅଧିକାରୀ । ସେ କହିଛନ୍ତି, "ମହିଳା ସୁରକ୍ଷା କର୍ମୀ ଜଣଙ୍କ ଏବେବି  ନିଲମ୍ବିତ ଅଛନ୍ତି । ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ବିଚାରଧୀନ ଅଛି ।"ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନା ରାଣାୱତଙ୍କ ସହ ଘଟିଥିବା 'ଚାପୁଡ଼ା ଘଟଣା' ପଛର କାରଣ କୃଷକଙ୍କ ଆନ୍ଦୋଳନ ସହ ଜଡିତ । ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ କୃଷକଙ୍କ ଆନ୍ଦୋଳନ ସମୟରେ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏହି ଧର୍ମଘଟରେ ଭାଗ ନେଉଥିବା ଚାଷୀଙ୍କ ବିଷୟରେ ୧୦୦ଟଙ୍କା ଦେଇ ମନ୍ତବ୍ୟ ଦେଇଛନ୍ତି ବୋଲି କହିଥିଲେ । କେବଳ ଏତିକି ନୁହେଁ, ଏକ ମାଗାଜିନରେ ସେହି ବୃଦ୍ଧ ମହିଳାଙ୍କୁ ଭାରତୀୟ ତାଲିକାରେ ଅନ୍ତର୍ଭୁକ୍ତ କରି କାହାଣୀ ଲେଖିଥିବା ନେଇ କଙ୍ଗନା ତାଙ୍କୁ ପରିହାସ କରିଥିଲେ । ଏଥିସହିତ କୃଷକ ଆନ୍ଦୋଳନରେ ବିରୋଧ କରୁଥିବା ଲୋକଙ୍କୁ କଙ୍ଗନା ରାଣାୱତ ମଧ୍ୟ ଆତଙ୍କବାଦୀ ବୋଲି କହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସିଏସ୍ଏଫ୍ ମହିଳା କନଷ୍ଟେବଳ କୁଲୱିନ୍ଦର କୌର କ୍ରୋଧିତ ହୋଇ ଏଭଳି କରିଥିଲେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.