ପ୍ରମୂଖ ଖବର
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷାରେ ତିନିରଥ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

‘ଅଜୟ ଦେବଗନ ପିଲାବେଳୁ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ ‘, ତବ୍ବୁ ଖୋଲିଲେ ରାଜ୍

ମୁମ୍ବାଇ,୩/୭ : ତବ୍ବୁ ଏବଂ ଅଜୟ ଦେବଗନ, ବଲିଉଡ଼ର ଏଭଳି ଯୋଡ଼ି ଅଟନ୍ତି ଯାହାଙ୍କୁ ୯୦ଦଶକରେ ବଡ଼ ପରଦାରେ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥିଲା । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ’ଓରୋ ମେ କହା ଦମ୍ ଥା’ ଏହି ଯୋଡ଼ିର ୧୦ମ ଫିଲ୍ମ ହେବ । ଏବେ ତବ୍ବୁ କହିଛନ୍ତି କି କିଭଳି ଭାବେ ଅଜୟଙ୍କ ସହ ତାଙ୍କର ଏଭଳି ଅନସ୍କ୍ରିନ କେମେଷ୍ଟ୍ରି କ୍ରିଏଟ ହୋଇଥିଲା ।

ତବ୍ବୁ କହିଛନ୍ତି କି ଅଜୟଙ୍କ ବ୍ୟତୀତ ସେ ଯେତିକି ବି କୋଷ୍ଟାର୍ସଙ୍କ କାମ କରିଛନ୍ତି ତାଙ୍କ ସହ ଏଭଳି କେମେଷ୍ଟ୍ରି ନାହିଁ । ଅଜୟଙ୍କ ସହ ତାଙ୍କର ଏକ ‘ଭିନ୍ନ ରିଲେଶନଶିପ’ ରହିଛି ।

ଏକ ସାକ୍ଷାତକାରରେ କଥା ହେବା ସମୟରେ ତବ୍ବୁ କହିଛନ୍ତି କି, ମୁଁ ଅଜୟଙ୍କୁ ସେବେଠାରୁ ଜାଣିଛି ଯେତେବେଳେ ଆମେ ୧୨-୧୨ବର୍ଷର ଥିଲୁ । ସେ ମୋ ଭାଇଙ୍କର ପିଲାବେଳର ସାଙ୍ଗ ଅଟନ୍ତି । ତ ପ୍ରାୟ ଆମେ ଏକାସାଥିରେ ବଡ଼ ହୋଇଛୁ । ଏଥିଲାଗି ମୁଁ ତାଙ୍କୁ ଫିଲ୍ମରୁ ଜାଣି ନାହିଁ । ମୁଁ ତାଙ୍କୁ ବହୁତ ପ୍ରଥମରୁ ଜାଣିଛି । ପିଲାବେଳେ ଅଜୟ କେମିତି ଥିଲେ ଏହାକୁ କହିବାକୁ ଯାଇ ତବ୍ବୁ କହିଥିଲେ କି, ସେ ପିଲାବେଳୁ ଏଭଳି ଅଟନ୍ତି । ତାଙ୍କଠାରେ କୌଣସି ଅଧିକ ପରିବର୍ତ୍ତନ ହୋଇନାହିଁ କେବଳ ତାଙ୍କର ବିବାହ ହୋଇଛି ଏବଂ ଏବେ ତାଙ୍କର ପିଲା ହୋଇଛନ୍ତି । ମୋତେ ତାଙ୍କଠାରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ସେ ସିନେମାକୁ ନେଇ ବହୁତ ଉତ୍ସାହୀ ଅଟନ୍ତି ।

ତବ୍ବୁ ଆହୁରି ମଧ୍ୟ କହିଛନ୍ତି କି ଅଜୟ ସବୁବେଳେ ଜଣେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ, ଅଭିନେତା ନୁହେଁ । ସେ ଆଗକୁ ମଧ୍ୟ କହିଛନ୍ତି କି , ସେ କେବେ ବି ଅଭିନେତା ହେବାକୁ ଚାହୁଁ ନଥିଲେ । ସେ ଭିଡ଼ିଓରେ ସର୍ଟ ଫିଲ୍ମ କରୁଥିଲେ । ମୋତେ ସେ ସେହିଭଳି ମନେ ଅଛନ୍ତି । ମୋତେ ଲାଗୁଛି କି ତାଙ୍କ ସହ ମୋର ଏଥିଲାଗି କମ୍ଫର୍ଟ ଅଟେ କି କାରଣ ଆମେ ଅଭିନୟକୁ ଆସିବାର ବହୁ ପୂର୍ବରୁ ଜଣେ ଅନ୍ୟ ଜଣେଙ୍କୁ ଜାଣିଛୁ । ଏହା ଆମର ରିଲେଶନଶିପର ଆଧାର ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.