ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଅଗଷ୍ଟରେ ଭାଙ୍ଗିଯିବ ମୋଦୀ ସରକାର: ଲାଲୁ ଯାଦବ

Image Courtesy: abplive

ପାଟନା: ଆରଜେଡିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସାମିଲ ହୋଇଥିଲେ ।  ନିଜର ଭାଷଣରେ କେନ୍ଦ୍ର ସରକାରଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ଲାଲୁ ଯାଦବ । ସେ କହିଛନ୍ତି ଯେ, ଅଗଷ୍ଟ ମାସରେ ମୋଦୀ ସରକାର ଭାଙ୍ଗିଯିବ । ଦେଶରେ ଇଣ୍ଡି ମେଣ୍ଟର ସରକାର ଗଠନ ହେବ ।

ଏହା ସହ ସେ ଆହୁରି କହିଛନ୍ତି, ଆଜି ପାର୍ଟି(ଆରଜେଡି)ର ୨୮ ତମ ପ୍ରତିଷ୍ଠା ଦିବସ । ଆରଜେଡିର ଜନ୍ମ ଦିଲ୍ଲୀର ବିହାର ଭବନରେ ହୋଇଥିଲା । ସେତେବେଳେ ପାର୍ଟି ନାଁ କଣ ହେବ ସେନେଇ ଆମେ ଚିନ୍ତା କରୁଥିଲୁ । ଏହି ସମୟରେ ଦଳର ନାଁ ଆରଜେଡି ଦିଆଯିବ ବୋଲି ସ୍ଥିର ହୋଇଥିଲା । ଆମ ଦଳ ଅନେକ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥ ଦେଇଛି । ଏବେ ଦିଲ୍ଲୀର ସରକାର ବିଲକୁଲ କମଜୋର । ବୋଧହୁଏ ଏହି ସରକାର ନିଜର କାର୍ଯ୍ୟକାଳ ପୂରଣ କରିପାରିବ ନାହିଁ ଲାଗୁ ଯାଦବ ଦାବି କରିଛନ୍ତି । 

ଏହା ସହ ଦଳର କାର୍ଯ୍ୟକର୍ତ୍ତାଙ୍କୁ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ ଦେଇଛନ୍ତି । କାରଣ ନିର୍ବାଚନ କୌଣସି ସମୟରେ ହୋଇପାରେ । ଦିଲ୍ଲୀର ମୋଦୀ ସରକାର ଖୁବ କମଜୋର । ସେପଟେ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିବ ବୋଲି ଲାଲୁ ଯାଦବ ସ୍ପଷ୍ଟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.