ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର-୨’, ଫିଲ୍ମର ଲିଡ୍‌ ଲେଡି ହେବେ ଏହି ଅଭିନେତ୍ରୀ

ମୁମ୍ବାଇ ୦୩/୦୭: ୨୦୧୨ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସନ୍‌ ଅଫ୍‌ ସର୍ଦ୍ଦାର’ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଅଜୟ ଦେବଗନ, ସଞ୍ଜୟ ଦତ୍ତ, ଜୁହି ଚାୱଲା ଓ ସୋନାକ୍ଷୀ ସିହ୍ନା । ଅଶ୍ୱିନ ଧୀରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌-କମେଡି ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ମର୍ଯ୍ୟାଦା ରମନ୍ନା’ର ରିମେକ୍‌ ଥିଲା । ୟଶ ଚୋପ୍ରାଙ୍କ ଫିଲ୍ମ ‘ଜବ୍‌ ତକ୍‌ ହୈ ଜାନ୍‌’ ସହିତ ଫିଲ୍ମଟି ରିଲିଜ୍‌ ହୋଇ ସୁଦ୍ଧା ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା । ‘ସନ୍‌ ଅଫ୍‌ ସର୍ଦ୍ଦାର’ ଥିଏଟରକୁ ଆସିବାର ୧୪ ବର୍ଷ ବିତିଯାଇଛି । ଏବେ ନିର୍ମାତା ଏହାର ସିକ୍ୱେଲ ଯୋଜନା କରୁଛନ୍ତି । 

ସଦ୍ୟ ରିପୋର୍ଟ ଅନୁସାରେ, ‘ସନ୍‌ ଅଫ୍‌ ସର୍ଦ୍ଦାର-୨’ରେ ଉଭୟ ଅଜୟ ଦେବଗନ ଓ ସଞ୍ଜୟ ଦତ୍ତ ପୁଣି ଥରେ ଆଉ ଏକ ହାସ୍ୟରସାତ୍ମକ କାହାଣୀ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମୂଳ ଫିଲ୍ମ ଭଳି ସିକ୍ୱେଲରେ ଦୁହେଁ ପୁଣି ଥରେ ଜସ୍‌ସି ଓ ବିଲ୍ଲୁ ଭୂମିକାରେ ନଜର ଆସିବେ । କିନ୍ତୁ ଫିଲ୍ମର ଲିଡ୍‌ ଲେଡି ସୋନାକ୍ଷୀ ହେବେ ନାହିଁ । ସୁଖ୍‌ମୀତ ଓରଫ ସୁଖ୍‌ ଭୂମିକା ନିର୍ବାହ କରିଥିବା ସୋନାକ୍ଷୀଙ୍କ ସ୍ଥାନରେ ଆଉ ଜଣେ ନାୟିକା ନଜର ଆସିବେ । 

ରିପୋର୍ଟ ଅନୁସାରେ, ‘ସନ୍‌ ଅଫ୍‌ ସର୍ଦ୍ଦାର-୨’ର ଫିମେଲ ଲିଡ୍‌ ହେବେ ମୃଣାଳ ଠାକୁର । ସ୍କଟ୍‌ଲାଣ୍ଡରେ ଫିଲ୍ମର ୫୦ ଦିନିଆ ସୁଟିଂ ସିଡ୍ୟୁଲ୍‌ ରହିଛି । ଅଜୟ ଓ ମୃଣାଳଙ୍କୁ ନେଇ କିଛି ରୋମାଣ୍ଟିକ୍‌ ଗୀତର ସୁଟିଂ ମଧ୍ୟ ଦେଶର ସବୁଠୁ ସୁନ୍ଦର ସ୍ଥାନରେ ହେବ । ତେବେ ନିର୍ମାତାଙ୍କ ପକ୍ଷରୁ ମୃଣାଳଙ୍କ ନାଁ ଔପଚାରିକ ଘୋଷଣା ହୋଇନାହିଁ । ସିକ୍ୱେଲର ନିର୍ଦ୍ଦେଶନା ଦେବେ ବିଜୟ କୁମାର ଅରୋରା । ସଞ୍ଜୟ ଦତ୍ତ ଓ ଅଜୟ ଦେବଗନ ଅଫ୍‌ସ୍କ୍ରିନ୍‌ ଘନିଷ୍ଠ ବନ୍ଧୁ ହୋଇଥିବାବେଳେ ଫିଲ୍ମରେ ଅଜୟଙ୍କ ଶତ୍ରୁ ଭୂମିକାରେ ନଜର ଆସିବେ ସଞ୍ଜୁ । ଭିଲେନ୍‌ ଭାବେ ୨ୟ ଭାଗରେ ସଞ୍ଜୁଙ୍କ ରୋଲ୍‌ ବେଶ ମଜାଦାର ହେବ ବୋଲି ଅଜୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.