ପ୍ରମୂଖ ଖବର
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

କିଛି ଘଣ୍ଟାର ଅପେକ୍ଷା...ଆଜି ଖୋଲିବ ସୁନକ- ଷ୍ଟାର୍ମରଙ୍କ ଭାଗ୍ୟ, ହାତୀ କାହା ମୁଣ୍ଡରେ ଢ଼ାଳିବ ସୁନା କଳସ

ଲଣ୍ଡନ ୦୫/୦୭: ବ୍ରିଟେନରେ ଶୁକ୍ରବାର ଭୋଟ୍ ଗଣତି । ହାଉସ୍ ଅଫ୍ କମନ୍ସରେ ସାଧାରଣ ନିର୍ବାଚନର ମତଗଣନା ହେବ । ଗୁରୁବାର ୬୫୦ ସିଟ୍‌ରେ ହୋଇଥିଲା ଭୋଟିଂ । ସମସ୍ତ ଭୋଟ୍ ବାଲଟ୍ ପେପର ଜରିଆରେ ହୋଇଛି । କଞ୍ଜରଭେଟିଭ୍‌ ପାର୍ଟିର ପ୍ରାର୍ଥୀ ରିଷି ସୁନକ ଏବଂ ଲେବର ପାର୍ଟିର  ପ୍ରାର୍ଥୀ କୈର ଷ୍ଟାର୍ମରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି । ଚଳିତ ଥର ପ୍ରଥମ କରି ନିର୍ଦ୍ଦିଷ୍ଟ ସମୟରୁ  ୬ମାସ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଛି । ପ୍ରାୟ ୫ କୋଟି ଭୋଟର ଆସନ୍ତା ୫ ବର୍ଷ ପାଇଁ ନେତା ବାଛିଛନ୍ତି । ଶୁକ୍ରବାର ମତଗଣନାରେ ବହୁମତ ହାସଲ କରିଥିବା ପାର୍ଟି ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବେ କିଙ୍ଗ୍ସ ଚାର୍ଲ୍ସ ।

କଞ୍ଜରଭେଟିଭ୍‌ ପାର୍ଟି ୧୪ ବର୍ଷ ହେଲା କ୍ଷମତା ନିଜ ପାଖରେ ରଖିଥିବାବେଳେ ଏଥର କିନ୍ତୁ ଦଳକୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲେବର  ପାର୍ଟି ଶାସକ କଞ୍ଜରଭେଟିଭ ପାର୍ଟିଠାରୁ ଦୃଢ଼ ସ୍ଥିତିରେ ରହିଛି ।  ସରକାର ଗଢ଼ିବା ପାଇଁ ବ୍ରିଟେନ ସଂସଦର ୬୫୦ ଆସନରୁ ୩୨୬ ଆସନ ହାସଲ କରିବାକୁ ପଡ଼ିବ । ଯଦି କୌଣସି ଦଳକୁ  ବହୁମତ ନ ମିଳେ ତେବେ ଏବେ ପ୍ରଧାନମନ୍ତ୍ରୀ ଥିବା ସୁନକଙ୍କୁ ମେଣ୍ଟ ସରକାର ଗଢ଼ିବା ଲାଗି ସୁଯୋଗ ମିଳିବ । ୟୁ ଗଭ୍‌ର  ଆକଳନ ଅନୁସାରେ, ଏଥର ଲେବର ପାର୍ଟି ୨୧୨ ଆସନ ପାଇ  ସବୁଠୁ ବଡ଼ ଦଳ ହୋଇପାରେ । ଲେବର ପାର୍ଟିର ୬୧ ବର୍ଷୀୟ  କୈର ଷ୍ଟାର୍ମର ଏଥର ସୁନକଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି । ନିର୍ବାଚନ ପରେ ବୁଥ୍ ବାହୁଡ଼ା ମତ ଅନୁଯାୟୀ, ଲେବର ପାର୍ଟି ଏପର୍ଯ୍ୟନ୍ତ ୧୭୬ଟି ଆସନରେ ବିଜୟୀ ହୋଇସାରିଛି । ମାଜିକ୍ ନମ୍ବର ୩୨୬ ରହିଥିବା ବେଳେ ବିଜୟ ଆଡ଼କୁ ଅଗ୍ରସର ହେଉଛି କୈର ଷ୍ଟାର୍ମରଙ୍କ ଲେବର ପାର୍ଟି । 

ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ଲେବର ପାର୍ଟି ବହୁମତ ହାସଲ କରିବା ନେଇ ମତ ପ୍ରକାଶ ପାଇଛି । ବ୍ରିଟେନର କେନ୍ଦ୍ରୀୟ ବମପାନ୍ଥୀ ଲେବର ନେତା ବଡ଼ ବିଜୟ ସହିତ କୈର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ହେବେ । ଏକଜିଟ୍ ପୋଲର ସଙ୍କେତ ଅନୁଯାୟୀ, ବ୍ରିଟେନରେ କଞ୍ଜରଭେଟିଭ୍‌ ପାର୍ଟି ୧୪ ବର୍ଷ ସତ୍ତାରେ ରହିଛି । ଏହି ୧୪ ବର୍ଷ ମଧ୍ୟରେ ୫ଜଣ ଅଲଗା ଅଲଗା ପ୍ରଧାନମନ୍ତ୍ରୀ ଶାସନ କ୍ଷମତାରେ ରହିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମୟରେ କଞ୍ଜରଭେଟିଭ୍‌ ପାର୍ଟି ସବୁଠୁ ବଡ଼ ପରାଜୟ ଆଡ଼କୁ ଅଗ୍ରସର ହେଉଛି । ହାଉସ୍ ଅଫ୍ କମନ୍ସର ମୋଟ୍ ୬୫୦ ସିଟ୍‌ରୁ ମାତ୍ର ୧୩୧ଟିରେ ବିଜୟ ମିଳିବ ବୋଲି ଏକ୍‌ଜିଟ୍ ପୋଲ୍ ରିପୋର୍ଟରେ ତଥ୍ୟ ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.