ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ବ୍ରିଟେନ ସଂସଦୀୟ ନିର୍ବାଚନ ହାରିଛନ୍ତି ଋଷି ସୁନକ, ତଥାପି ତାଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ ମୋଦୀ, ହେଲେ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ମୂଳ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ସ୍ବିକାର କରିଛନ୍ତି । ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ୟୁ.କେ.କୁ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଆପଣଙ୍କର କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଗଭୀର କରିବାରେ ଆପଣଙ୍କର ସକ୍ରିୟ ଅବଦାନ ପାଇଁ ଋଷି ସୁନକଙ୍କୁ ଧନ୍ୟବାଦ । ଏଥିସହ ପିଏମ ମୋଦୀ ଋଷି ସୁନକ ଏବଂ ତାଙ୍କ ପରିବାରକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

ସଦ୍ୟ ବ୍ରିଟେନରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି । ଏହି ବିଜୟ ପାଇଁ ସେ ଲେବର ପାର୍ଟି ନେତା କିଆର ଷ୍ଟାରମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, “ବ୍ରିଟିଶ ଲୋକମାନେ ଏକ ସମ୍ମାନଜନକ ନିଷ୍ପତ୍ତି ଦେଇଛନ୍ତି । ଏଥିରୁ ବହୁତ କିଛି ଶିଖିବା ଆବଶ୍ୟକ । ମୁଁ ପରାଜୟକୁ ଗ୍ରହଣ କରୁଛି । ତେବେ ଋଷି ସୁନକ ୟର୍କସାୟାରରେ ରିଚମଣ୍ଡ ଆସନ ଜିତି ଆସନ ବଜାୟ ରଖିଛନ୍ତି ।

ସୂଚନାଥାଉକି, ଯେ ବ୍ରିଟେନରେ ୨୦୧୯ ନିର୍ବାଚନରେ କନଜରଭେଟିଭ୍ ପାର୍ଟି ୬୫୦ ସିଟ୍ ବିଶିଷ୍ଟ ସଂସଦରେ ୩୬୪ ଟି ଆସନ ଜିତିଥିଲେ ଏବଂ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ଗତ ଥର ତୁଳନାରେ ଏହା ୪୭ ଟି ସିଟ୍ ହାସଲ କରିଥିଲା ।  କିନ୍ତୁ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏଥର ଲେବର ପାର୍ଟି ୧୪ ବର୍ଷ ପରେ ବ୍ରିଟେନରେ କ୍ଷମତାକୁ ଫେରୁଛି । ବ୍ରିଟେନର ମୋଟ ୬୫୦ ଟି ସିଟ୍ ମଧ୍ୟରୁ ଲେବର ପାର୍ଟି ୪ ଶହରୁ ଅଧିକ ସିଟ୍ ଜିତିଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.