ପ୍ରମୂଖ ଖବର
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଦକ୍ଷିଣପନ୍ଥୀ ନେତା ମାରିନ୍‌ ଲେ ପେନ୍‌ କିଏ ? ମାକ୍ରନଙ୍କୁ ହରାଇ ହେବେ ଫ୍ରାନ୍ସର ରାଷ୍ଟ୍ରପତି !

Image Courtesy: globaleurope.eu

ନୂଆଦିଲ୍ଲୀ: ଫ୍ରାନ୍ସରେ ସଂସଦୀୟ ନିର୍ବାଚନରେ ଶେଷ ପର୍ଯ୍ୟାୟ ଭୋଟିଂ ହୋଇଛି । ନ୍ୟାସନାଲ ରାଲି (ଏନଆର)ର ନେତ୍ରୀ ମାରିନ୍‌ ଲେ ପେନ୍‌ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ପଛରେ ପକାଇ ଦେଶର  ନେତୃତ୍ବ ନେବାକୁ ଯାଉଛନ୍ତି । ସବୁଠୁ ବଡ଼ କଥା ହେଉଛି, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ଫ୍ରାନ୍ସରେ ଦକ୍ଷିଣପନ୍ଥୀ ସରକାର ଗଠନ ହେବାକୁ ଯାଉଛି ।ଲେ ପେନଙ୍କ ବାପା ଜିନ୍ ମେରି ଲେ ପେନ୍‌ ନ୍ୟାସନାଲ ରାଲି (ଏନଆର) ଦଳର ପ୍ରତିଷ୍ଠା କରିଥିଲେ । ଏହି ଦଳ ୧୯୭୨ରୁ ୨୦୧୮ ମଧ୍ୟରେ ନ୍ୟାସନାଲ ଫ୍ରଣ୍ଟ ଭାବରେ ଜଣାଯାଉଥିଲା । ଲେ ପେନ୍‌ ୧୯୮୬ରେ ଦଳରେ ଯୋଗ ଦେଇଥିଲେ । 

୨୦୦୩ରେ ଦଳର ଉପସଭାପତି ହୋଇଥିଲେ ଲେ ପେନ୍‌ । ପରବର୍ତ୍ତୀ ସମୟରେ ୨୦୧୧ରେ ବାପାଙ୍କ ସ୍ଥାନରେ ସେ ଦଳର ସଭାପତି ହୋଇଥିଲେ ।  କିନ୍ତୁ ବାପାଙ୍କ ଛତ୍ରଛାୟା ତଳେ ରହି ଲେ ପେନ୍‌ ରାଜନୀତି କରୁଥିଲେ । ତେବେ ଦେଶର ରାଜନୀତିର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଦୁଇ ଥର ବିବାହ ବିଚ୍ଛେଦର ସାମ୍ନା କରିଥିବା ଏବଂ ୩ ପିଲାର ମା ଲେ ପେନ୍‌ ଶେଷରେ ଦଳରୁ ନିଜ ବାପାଙ୍କୁ ବାହାର କରିଦେଇଥିଲେ ।  ସେ ୨୦୧୨, ୨୦୧୯ ଏବଂ ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ । କିନ୍ତୁ ୨୦୧୯ ଏବଂ ୨୦୨୨ରେ ମାକ୍ରନଙ୍କ ବିରୋଧ ତାଙ୍କୁ ଯଥାକ୍ରମେ ୩୩.୯ ପ୍ରତିଶତ ଏବଂ ୪୮.୫ ପ୍ରତିଶତ ଭୋଟ ମିଳିଥିଲା ।  

 ଦକ୍ଷିଣପନ୍ଥୀ ଚିନ୍ତାଧାରାରେ ବିଶ୍ବାସ କରୁଥିବା ନେତା ଲେ ପେନ୍‌ ବାପାଙ୍କ ଭଳି ପ୍ରବାସୀ ବିରୋଧରେ ମତ ରଖିଆସିଛନ୍ତି । ଦେଶରେ ପ୍ରବାସୀଙ୍କ ସଂଖ୍ୟା କମ୍‌ କରିବେ ବୋଲି କହିଆସିଛନ୍ତି ଲେ ପେନ୍‌ । ଲେ ପେନଙ୍କ ଦଳ ଏନଆର ସର୍ବଜନୀନ ସ୍ଥାନରେ ମୁସଲିମ ମହିଳାଙ୍କ ହିଜାବକୁ ବିରୋଧ କରିଆସିଛି । ନିକଟରେ ନିଜର ଏକ ଇଣ୍ଡରଭ୍ୟୁରେ ଲେ ପେନ୍‌ ଋଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ନିଜର ଯୋଜନା ସଂପର୍କରେ କହିଥିଲେ । ଫ୍ରାନ୍ସ ଯୁଦ୍ଧାସ୍ତ୍ରରେ ଯୁଦ୍ଧ ଲଢ଼ିବାକୁ ୟୁକ୍ରେନ୍‌କୁ ବାରଣ କରିବା ସହ ସେଠାରୁ ପୂର୍ବରୁ ମୁତୟନ ଫ୍ରାନ୍ସ ସୈନିକଙ୍କୁ ଫେରାଇ ଆଣିବେ ବୋଲି ଲେ ପେନ୍‌ କହିଥିଲେ ।  ଯଦି ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ପ୍ୟାରିସ ନାଟୋର ‘ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଷ୍ଟ୍ରକ୍ଚର’ରୁ ଓହରିବ ବୋଲି ସେ ଦାବି କରିଥିଲେ । 

ସେପଟେ ବିଶିଷ୍ଟ ଫୁଟବଲର କିଲିୟାନ୍‌ ଏମବାପେ ମଧ୍ୟ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ । ଦେଶରେ ଏବେ ଭୟଙ୍କର ରାଜନୈତିକ ସ୍ଥିତି ଥିବା କଥା କହିବା ସହ ଲୋକମାନଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ଫୁଟବଲ୍‌ ଲିଜେଣ୍ଡ । ଫ୍ରାନ୍ସରେ ଶେଷ ରାଉଣ୍ଡ ଭୋଟିଂ ସରିଥିବା ବେଳେ ଏକଜିଟ୍‌ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । କୌଣସି ଦଳକୁ ସରକାର ଗଢ଼ିବାକୁ ହେଲେ ୫୭୭ରୁ ୨୮୯ ଆସନରେ ବିଜୟୀ ହେବାକୁ ହେବ ।  

  • France
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.