ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଇରାନ, ଲେବାନନ ଓ ଗାଜା ଉପରେ ଭୟଙ୍କର ଆକ୍ରମଣ ଲାଗି ପ୍ରସ୍ତୁତି କରୁଛି ଇସ୍ରାଏଲ !

Image Courtesy: euronews

ନୂଆଦିଲ୍ଲୀ: ଇରାନ୍‌ ଓ ଲେବାନନ୍‌ ସମେତ ଗାଜା ଯୁଦ୍ଧର ତୀବ୍ରତା ବଢ଼ି ବଢ଼ି ଚାଲିଛି । ଇସ୍ରାଏଲ ସେନା ବେରୁଟରେ ଲଗାତାର ହେଜବୁଲ୍ଲାକୁ ଟାର୍ଗେଟ କରୁଛି । ଏହାରି ମଧ୍ୟରେ ଇସ୍ରାଏଲର ସରକାରୀ ଗଣମାଧ୍ୟମ କେଏଏନ୍‌ ଏବଂ ଅନ୍ୟ ମିଡିଆ ଯୁଦ୍ଧର ପ୍ରସ୍ତୁତିକୁ ନେଇ ବଡ଼ ଖୁଲାସା କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ବଡ଼ ଧରଣର ଯୁଦ୍ଧ ଲାଗି ଇସ୍ରାଏଲ ପ୍ରସ୍ତୁତି କରୁଛି । 

 ଏହା ସହ ଇସ୍ରାଏଲ ଉପରେ ଇରାନ୍‌ କରିଥିବା ମିସାଇଲ ଆକ୍ରମଣର ଜବାବ ଦେବାକୁ ଆଇଡିଏଫ ବଡ଼ ପ୍ରସ୍ତୁତି କରୁଛି । ଏବେ ଆଇଡିଏଫ୍‌ ନିଜର ଲକ୍ଷ୍ୟକୁ ଗୋଟିଏ ପରେ ଗୋଟିଏ ଚୟନ କରୁଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିଗର ସହାୟତା ଚାହୁଁଛି ଇସ୍ରାଏଲ । ଗାଜା ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏହାର ତୀବ୍ରତା ବଢ଼ାଇବାକୁ ଇସ୍ରାଏଲ ସେନା ଯୋଜନା କରୁଛି । 

 ବର୍ତ୍ତମାନ ଦକ୍ଷିଣ ଲେବାନନ୍‌ରେ କାଁ ଭାଁ ଅପରେସନ୍‌ କରୁଛି ଇସ୍ରାଏଲ । ଆଗାମୀ ଦିନରେ ଏହାର ତୀବ୍ରତା ଆହୁରି ବଢ଼ିବ ।  ହେଜବୁଲ୍ଲା ବିରୋଧରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଆଇଡିଏଫର ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ହାସନ ନସରଲ୍ଲାହ ଏବଂ ତାର ଉତ୍ତରାଧିକାରୀର ମୃତ୍ୟୁ ହୋଇଛି । ଏହାକୁ ବିରୋଧ କରି ଇରାନ୍‌ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିଲା । ଆଉ ଏହାର ପ୍ରତିଜବାବ ଦେବାକୁ ଯୋଜନା କରୁଛି ଇସ୍ରାଏଲ ।  

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.