ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

'ବେରୁଟ'କୁ 'ବାରୁଦ' ବନେଇଦେଲା ଇସ୍ରାଏଲ; ହିଜବୁଲ୍ଲାହର ଗ‌ଡ଼ରେ ଅହରହ ଆକ୍ରମଣ

Image source: NDTV

ନୂଆଦିଲ୍ଲୀ,୦୫/୧୦: ଇରାନର ଆକ୍ରମଣ ପରେ ଇସ୍ରାଏଲ ଆଉ ଥୟ ଧରୁନି। ଅହରହ ଆକ୍ରମଣ କରି ଦେଖାଉଛି ନିଜର ଦମ୍‌। ସେ ପୂର୍ବରୁ କହିଥଲା ଯେ ଆଇଡିଏଫ୍‌ ଇରାନ୍‌କୁ ଶିକ୍ଷା ଦେବ। ବୁଧବାର ବିଳମ୍ବିତ ରାତିରେ ଇସ୍ରାଏଲ କେନ୍ଦ୍ରୀୟ ବେରୁଟରେ ଥିବା ଏକ କୋଠାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍‌ କରି‌ଥିଲା। ଏହି ଆକ୍ରମଣରେ ନଅ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ଆଜି ବି ଜାରି ରହିଛି। 

ଇରାନର ଆକ୍ରମଣ ପରେ ପ୍ରତିଶୋଧର ନିଆଁରେ ଜଳୁଥିବା ଇସ୍ରାଏଲ ପୁଣିଥରେ ଦକ୍ଷିଣ ବେରୁଟକୁ ଟାର୍ଗେଟ କରିଛି। ସେ ଏଠାରେ ଅନେକ ବିସ୍ଫୋରଣ କରିଥିଲା। ଇସ୍ରାଏଲ୍ ସେନା  ପକ୍ଷରୁ ଏହି ଅଞ୍ଚଳର କିଛି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେବା ପରେ ଶନିବାର ସକାଳେ ବେରୁଟର ଦକ୍ଷିଣ ଉପକଣ୍ଠରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଲେବାନନର ରାଜଧାନୀରେ କ୍ରମାଗତ ଭାବେ ବିସ୍ଫୋରଣ ହୋଇଥିଲା। ଏଏଫ୍‌ପି ଫୁଟେଜରେ ବିମାନବନ୍ଦର ନିକଟରେ ଥିବା ଅଞ୍ଚଳରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତେବେ ଇସ୍ରାଏଲ ସୈନ୍ୟବାହିନୀର ଆରବୀ ଭାଷାର ମୁଖପାତ୍ର ଆଭିଚାଇ ଆଡ୍ରେ ଏହି ଅଞ୍ଚଳକୁ ଖାଲି କରିବାକୁ ପୂର୍ବରୁ ଚେତାବନୀ ଦେଇଥିଲେ।

ଲେବାନନରେ ଇସ୍ରାଏଲ୍ ସୈନିକଙ୍କ ସହ ଚାଲିଥିବା ସଂଘର୍ଷ ଉପରେ ହିଜବୁଲ୍ଲାହ ଶନିବାର ଦିନ କହିିଛି ଯେ,'ଆମେ ମଧ୍ୟ ମୁହଁତୋଡ଼ ଜବାବ ଦେବୁ। ଆମେ ଇସ୍ରାଏଲ ସୈନିକଙ୍କୁ ଆମ ଅଞ୍ଚଳରୁ ହଟାଇଦବୁ। ସଂଗଠନ ଏକ ବିବୃତ୍ତିରେ କହିଛି, "ଇସ୍ରାଏଲର ଶତ୍ରୁ ସୈନ୍ୟମାନେ ଆଦାସେ ଗାଁ ପୌରପାଳିକା ଆଖପାଖ ଅଞ୍ଚଳ ଆଡ଼କୁ ବଢ଼ିବାକୁ ଚେଷ୍ଟା କରିଥିଲେ, ଯାହାକୁ ଆମ ସୈନ୍ୟମାନେ ରୋକିବାରେ ସଫଳ ହୋଇଥିଲେ। ସଂଘର୍ଷ ଏବେ ବି ଜାରି ରହିଛି।"

ହିଜବୁଲ୍ଲାହ ଏହା ପୂର୍ବରୁ କହିଥିଲା ଯେ, ଏହାର ଯୋଦ୍ଧାମାନେ ଇସ୍ରାଏଲ ସୈନ୍ୟମାନଙ୍କୁ ସେହି ଅଞ୍ଚଳରେ ପଛକୁ ହଟିବାକୁ ବାଧ୍ୟ କରିଥିଲେ। ଏହା ଦକ୍ଷିଣ ଲେବାନନର ୟାରୁନ ଅଞ୍ଚଳରେ ଏକ “ରକେଟ୍ ସାଲଭୋ” ସହିତ ସୈନ୍ୟମାନଙ୍କୁ ଟାର୍ଗେଟ୍ କରିଥିଲା ଏବଂ ସୀମା ପାର୍ଶ୍ୱରେ ଥିବା ଦୁଇଟି ସ୍ଥାନରେ ସୈନ୍ୟମାନଙ୍କ ଉପରେ ରକେଟ୍ ମାଡ଼ ମଧ୍ୟ କରିଥିଲା। ହିଜବୁଲ୍ଲାହ ଏବଂ ଇସ୍ରାଏଲ୍ ସୀମାରେ ଗୋଳାବାରୁଦ ମାଡ଼ ପ୍ରାୟ ଏକ ବର୍ଷ ହେଲା ଦୈନିକ ନୀତିରେ ଚାଲିଛି। ଗାଜା ଯୁଦ୍ଧରେ ପାଲେଷ୍ଟାଇନର ସହଯୋଗୀ ହମାସକୁ ସମର୍ଥନ କରେ ବୋଲି ହିଜବୁଲ୍ଲାହ କହିଛି। ସେପଟେ ଇସ୍ରାଏଲ୍ କହିଛି ଯେ ବିସ୍ଥାପିତ ଲୋକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଇସ୍ରାଏଲର ଉତ୍ତର ଅଞ୍ଚଳକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ଏବଂ ସେଥିପାଇଁ ଆଇଡିଏଫ୍‌ ହିଜବୁଲ୍ଲାହକୁ ଟାର୍ଗେଟ କରୁଛି। ସେ ବୋମା ବିସ୍ଫୋରଣକୁ ଆହୁରି ତୀବ୍ର କରିଛିି ଏବଂ ଲେବାନନରେ ଗ୍ରାଉଣ୍ଡ ଆଟାକ୍‌ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.