ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଚୀନ୍‌ରେ ଶି ଜିନପିଙ୍ଗଙ୍କର ହେବ ପୂଜା ! ଚର୍ଚ୍ଚରୁ ହଟାଗଲା ପବିତ୍ର କ୍ରସ୍‌ : ଆମେରିକୀୟ ରିପୋର୍ଟରେ ଦାବି

ନୂଆଦିଲ୍ଲୀ – ଚୀନ୍‌ ସରକାର ଈସାଇ ଧର୍ମର ଚର୍ଚ୍ଚାରେ କ୍ରସ୍‌ ହଟେଇବା ଓ ଯୀଶୁ ମସିହ ବା ମଦର ମେରୀଙ୍କର ଫଟୋକୁ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଫଟୋରେ ବଦଳାଇବାର ଆଦେଶ ଦେଇଛି। ଏହି ସୂଚନା ସଂଯୁକ୍ତ ରାଷ୍ଟ୍ର ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ (ୟୁଏସସିଆଇଆରଏଫ)ର ଏକ ନୂଆ ରିପୋର୍ଟରେ ଦିଆ ଯାଇଛି। ଏହି ରିପୋର୍ଟକୁ ସେୟାର କରି ରିପବ୍ଲିକାନ ପାର୍ଟିର ନେତା ତଥା ପୂର୍ବ ସିଆଇଏ ଡାଇରେକ୍ଟର ମାଇକ୍ ପୋମ୍ପିଓ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କ୍ରସ୍ ହଟାଇ ଚର୍ଚ୍ଚ ଗୁଡ଼ିକରେ କ୍ରୁର ନେତା ଶି ଜିନପିଙ୍ଗଙ୍କ ଫଟୋ ଲଗାଯାଉଛି। 

ମାଇକ୍‌ ପୋମ୍ପିଓ କହିଛନ୍ତି , ଆଜି, ଚୀନ କ୍ରସ୍‌କୁ ହଟେଇ ତାଙ୍କ ସ୍ଥାନରେ ନିଜର କ୍ରୁ ନେତା ଶି ଜିନପିଙ୍ଗଙ୍କ ଫଟୋ ଲଗାଉଛି । ଯେଉଁମାନେ ଚୀନ୍‌ରେ ବିଶ୍ୱାସ କରୁଛନ୍ତି , ନିଜର ବିଶ୍ୱାସ ହରାନ୍ତୁ ନାହିଁ। ଶି ଭଗବାନଙ୍କୁ ଓ ନିଜକୁ ଡ଼ରୁଛନ୍ତି । ତାଙ୍କର ଇଚ୍ଛା ପୃଥିବୀରେ ମଧ୍ୟ ପୂରା ହେବ ଯେମିତି ସ୍ୱର୍ଗରେ ହୋଇଥାଏ। 

ରିପୋର୍ଟ ମୁତାବିକ , ଚାଇନା କମ୍ୟୁନିଷ୍ଟ (ସିସିପି) କ୍ୟାଥୋଲିକ୍‌ ଓ ପ୍ରୋଟେଷ୍ଟେଣ୍ଟ ଈସାଇଙ୍କୁ ଟାର୍ଗେଟ କରୁଛି, ଯାହାକୁ ସିନିଫିକେସନ( ପାପୀକରଣ) ନାମରେ ଜଣାଯାଏ । ଏଥିରେ ଚର୍ଚ୍ଚର ପ୍ରବେଶ ଦ୍ୱାରରେ ସିସିପିର ନାରା ଦେବା , ଧାର୍ମିକ ଗ୍ରନ୍ଥ ଗୁଡ଼ିକର ସେନ୍ସରିଂ , ସିସିପି ଦ୍ୱାରା ଧାର୍ମିକ ସାମଗ୍ରୀର ପ୍ରଚଳନ ଓ ପାଦ୍ରୀଙ୍କୁ ସିସିପି ବିଚାରଧାରାର ପ୍ରଚାର କରିବାକୁ ନିର୍ଦ୍ଦେଶ ସାମିଲ ଅଛି।

ରିପୋର୍ଟରେ କୁହାଯାଇଛି ଯେ ସିନିଫିକେସନ ସିସିପିର ନିୟନ୍ତ୍ରଣକୁ ପ୍ରତି ଧାର୍ମିକ ଜୀବନର ବିଭାଗକୁ ସମାହିତ କରିଥାଏ, ଯେଉଁଥିରେ ୫ ଅଫିସିଆଲି ମାନ୍ୟତା ପ୍ରାପ୍ତ ଧର୍ମର ସମୂହକୁ ନିଜ ବିଶ୍ୱାସ ,କାର୍ଯ୍ୟକଳାପ, ଅଭିବ୍ୟକ୍ତି , ପୋଷାକ , ନେତୃତ୍ୱ , ଭାଷା , ପୂଜା ଘର ଆଦିକୁ ସିସିପିର ବିଚାରଧାରାର ଅନୁସାରେ ଯିବାକୁ ପଡ଼ିଥାଏ। 

ଏହା ବ୍ୟତୀତ ଚାଇନା ସରକାର ବୌଦ୍ଧ , କ୍ୟାଥୋଲିକ୍ , ପ୍ରୋଟେଷ୍ଟେଣ୍ଟ ଈସାଇ , ମୁସଲିମ୍‌ ଓ ତାଓବାଦୀ ଙ୍କ ଧାର୍ମିକ ଜୀବନରେ ସିସିପିର ବିଚାରଧାରାକୁ ସାମିଲ କରିଛି। ଚୀନର ଲକ୍ଷ ଲକ୍ଷ ଇସାଇ ରାଜ୍ୟ ନିୟନ୍ତ୍ରିତ ଧାର୍ମିକ ସଙ୍ଗଠନ ଭଳି , ଦେଶଭକ୍ତ ଧାର୍ମିକ ସଙ୍ଗଠନ ଗୁଡିକରେ ସାମିଲ ହେବାକୁ ମନା କରୁଛନ୍ତି ଏବଂ ଗୁପ୍ତ ଭାବେ ପୂଜା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.