ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣତି: ଆଣ୍ଟାର୍କଟିକାରେ ବଢ଼ୁଛି ସବୁଜିମା, ୪ ଦଶନ୍ଧିରେ ୧୦ ଗୁଣ ବଢ଼ିଛି ଶୈବାଳ

ନୂଆଦିଲ୍ଲୀ,୦୫/୧୦: ଜଳବାୟୁ  ପରିବର୍ତ୍ତନର କୁପ୍ରଭାବରୁ ପୃଥିବୀର ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକା ମଧ୍ୟ ବାଦ୍‌ ପଡିନାହିଁ । ବରଫାବୃତ୍ତ ଆଣ୍ଟାର୍କଟିକାର  କିଛି ଅଂଶ ଏବେ ସବୁଜିମାମୟ ଦେଖାଯାଉଛି । ବିଶେଷକରି ଏଠାରେ  ଶୈବାଳ ଜାତୀୟ ଉଦ୍ଭିଦ ବିପଜ୍ଜନକ  ହାରରେ ବୃଦ୍ଧି ପାଉଛି ବୋଲି  ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂଆ ଗବେଷଣାରୁ ସ୍ପଷ୍ଟ ହୋଇଛି । ଆଣ୍ଟାର୍କଟିକା ଉପଦ୍ୱୀପରେ ଗଛଲତା ବୃଦ୍ଧି ସ୍ତରକୁ ବିଶ୍ଳେଷଣ କରିବା ଲାଗି  ବୈଜ୍ଞାନିକମାନେ ଉପଗ୍ରହର ଫଟୋ  ଓ ତଥ୍ୟକୁ ବ୍ୟବହାର କରିଥିଲେ ।  ସେମାନେ ଦେଖିଲେ ଯେ, ବିଗତ ୪  ଦଶନ୍ଧି ମଧ୍ୟରେ ଏଠାରେ ଶୈବାଳ  ଜାତୀୟ ଉଦ୍ଭିଦ ୧୦ ଗୁଣରୁ ଅଧିକ  ବଢ଼ିଛି । ଇଂଲଣ୍ଡର ଏକ୍ସଟେର ଓ  ହାର୍ଟଫୋର୍ଡସାୟାର ବିଶ୍ୱବିଦ୍ୟାଳୟର  ବୈଜ୍ଞାନିକ ଓ ବ୍ରିଟିଶ୍‌ ଆଣ୍ଟର୍କଟିକ୍‌ ସର୍ଭେ  ପକ୍ଷରୁ କରାଯାଇଥିବା ଏହି ଅନୁଧ୍ୟାନ ଶୁକ୍ରବାର ଜର୍ଣ୍ଣାଲ ନେଚର୍‌ ଜିଓସାଇନ୍ସରେ ପ୍ରକାଶିତ ହୋଇଛି । ଏହାପରେ ଏହି ମହାଦେଶର ପରିବର୍ତ୍ତିତ ଦୃଶ୍ୟପଟ୍ଟ  ସଂପର୍କରେ ଉଦ୍‌ବେଗ ପ୍ରକାଶ ପାଇଛି ।

ଅଧ୍ୟୟନ ଅନୁସାରେ, ୧୯୮୬ରେ  ଆଣ୍ଟାର୍କଟିକା ଉପଦ୍ୱୀପରେ ୦.୪ ବର୍ଗ  ମାଇଲ୍‌ରୁ କମ୍‌ କ୍ଷେତ୍ରରେ ଗଛଲତା  ଥିଲା । କିନ୍ତୁ ୨୦୨୧ରେ ଏହା ପ୍ରାୟ ୫  ବର୍ଗ ମାଇଲ୍‌ ଯାଏ ପହଞ୍ଚିଯାଇଛି । ଗତ ୪  ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ସବୁଜିମା  ବୃଦ୍ଧି ପାଇବାର ହାର ମଧ୍ୟ ବଢ଼ିଛି । ୨୦୧୬ରୁ ୨୦୨୧ ମଧ୍ୟରେ ସେଥିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।  ଏକ୍ସଟେର ବିଶ୍ୱବିଦ୍ୟାଳୟରେ ପରିବେଶ  ବୈଜ୍ଞାନିକ ତଥା ଅଧ୍ୟୟନରେ ସାମିଲ  ଥିବା ଥୋମାସ୍‌ ରୋଲାଣ୍ଡ କହିଛନ୍ତି,  ଆଣ୍ଟାର୍କଟିକା ଏବେ ମଧ୍ୟ ପୂରା ବରଫ ଓ ପଥର ଦ୍ୱାରା ଆବୃତ୍ତ । କିନ୍ତୁ ଏହି ଛୋଟିଆ ସବୁଜ ଅଞ୍ଚଳ ନାଟକୀୟ ଭାବେ ୧୯୮୦ର  ମଧ୍ୟଭାଗରୁ ବଢ଼ିଚାଲିଛି । ଆମର ନିଷ୍କର୍ଷରୁ ସ୍ପଷ୍ଟ  ହୋଇଛି ଯେ, ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର  ପ୍ରଭାବର କୌଣସି ସୀମା ନାହିଁ । ଏପରିକି ଆଣ୍ଟାର୍କଟିକା  ଉପଦ୍ୱୀପର ଏହି ଦୁର୍ଗମ ଅଞ୍ଚଳରେ ମଧ୍ୟ ଦୃଶ୍ୟପଟ୍ଟ ବଦଳୁଛି । ଏହାର ପ୍ରଭାବକୁ ମହାକାଶରୁ ସ୍ପଷ୍ଟ ଭାବେ  ଦେଖିହେଉଛି । 

ପୃଥିବୀର ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକା  ନିକଟରେ ଅତ୍ୟଧିକ ଗରମ ଜନିତ ଘଟଣା ଯୋଗୁ  ପ୍ରଭାବିତ ହେଉଛି । ଚଳିତବର୍ଷ ଗ୍ରୀଷ୍ମଦିନରେ ଏହି  ମହାଦେଶର କିଛି ଅଂଶରେ ହିଟ୍‌ ୱେଭ୍‌ ରେକର୍ଡ ଭାଙ୍ଗିଥିଲା । ଜୁଲାଇ ମାସର ମଧ୍ୟଭାଗରେ ତାପମାତ୍ରା  ସ୍ୱାଭାବିକ ଠାରୁ ୫୦ ଡିଗ୍ରୀ ଫାରେନ୍‌ହାଇଟ୍‌ ଉପରକୁ  ଉଠିଥିଲା । ଜୀବାଶ୍ମ ଇନ୍ଧନ ଜନିତ ପ୍ରଦୂଷଣ ସାରା  ବିଶ୍ୱକୁ ଉତ୍ତପ୍ତ କରିଚାଲିଥିବାବେଳେ ଆଣ୍ଟାର୍କଟିକା  ଆଗରୁ ଆହୁରି ଉତ୍ତପ୍ତ ହୋଇଚାଲିବ ଓ ଏହି  ସବୁଜିମା ମଧ୍ୟ ବଢ଼ିଚାଲିବ ବୋଲି ବୈଜ୍ଞାନିକମାନେ  ଆକଳନ କରିଛନ୍ତି । ସବୁଜିମା ଯେତେ ଅଧିକ ବଢ଼ିବ  ସେତେ ଅଧିକ ମାଟି ସୃଷ୍ଟି ହେବ ।

ଏଥିସହ ଏହି  କ୍ଷେତ୍ର ବିଦେଶୀ ପ୍ରଜାତି ଲାଗି ଅଧିକ ଅନୁକୂଳ  ହୋଇଯିବ । ଫଳରେ ଦେଶୀ ବନ୍ୟଜୀବଙ୍କ ଲାଗି  ବିପଦ ସୃଷ୍ଟି ହେବ । ବୀଜ, ବୀଜାଣୁ ଓ ଗଛର ଅଂଶ  ସହଜରେ ପର୍ଯ୍ୟଟକ ଓ ଗବେଷକମାନଙ୍କର ଜୋତା  କିମ୍ବା ଉପକରଣ ମାଧ୍ୟମରେ କିମ୍ବା ପ୍ରବାସୀ ପକ୍ଷୀ ଓ ବାୟୁ ସହ ଜଡ଼ିତ ଅଧିକ ପାରମ୍ପରିକ ମାର୍ଗ ଦ୍ୱାରା ଆଣ୍ଟାର୍କଟିକ ଯାଏ ନିଜର ରାସ୍ତା ଖୋଜିନେବେ । ସେଥିଯୋଗୁ ଏଠାରେ ବିପଦ ସ୍ପଷ୍ଟ ବୋଲି ସେ  କହିଛନ୍ତି । ଏହି ସବୁଜିମା ଯୋଗୁ ଉପଦ୍ୱୀପର ସୌର  ବିକିରଣକୁ ପୁଣି ଅନ୍ତରୀକ୍ଷକୁ ପ୍ରତିବିମ୍ବିତ କରିବାର  କ୍ଷମତା ମଧ୍ୟ କମିପାରେ। କାରଣ ଗାଢ଼ ରଙ୍ଗର  ପୃଷ୍ଠ ଅଧିକ ଉତ୍ତାପକୁ ଅବଶୋଷନ କରିଥାଏ । ଅଧ୍ୟୟନରେ ସାମିଲ ଆଉ ଜଣେ ବୈଜ୍ଞାନିକ  ଓଲି ବାର୍ଟଲେଟ୍‌ କହିଛନ୍ତି, ଏହି ପ୍ରଭାବ କେବଳ  ସ୍ଥାନୀୟ ହୋଇପାରେ । କିନ୍ତୁ ଜଳବାୟୁ ଉତ୍ତପ୍ତ  ହୋଇଚାଲୁଥିବାରୁ ଉଦ୍ଭିଦର ବିକାଶକୁ ଏହା ଆହୁରି  ତ୍ୱରାନ୍ୱିତ କରିବ । ସେଥିଯୋଗୁ ଏଠାକାର ଦୃଶ୍ୟପଟ୍ଟ  ସବୁଦିନ ପାଇଁ ବଦଳିଯାଇପାରେ । 

ସ୍କଟିଶ୍‌ ଆସୋସିଏସନ୍‌ ଫର୍‌ ମେରାଇନ୍‌  ସାଇନ୍ସରେ ଆସୋସିଏଟ୍‌ ପ୍ରଫେସର ଥିବା ମାଥ୍ୟୁ  ଡାଭେ କହିଛନ୍ତି, ଆଣ୍ଟାର୍କଟିକାରେ ଉଦ୍ଭିଦର ଜୀବନକୁ  ବୁଝିବା ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ସର୍ବେକ୍ଷଣ ।  ଚିହ୍ନିତ ହୋଇଥିବାଠାରୁ ବି ଅଧିକ ବୃକ୍ଷଲତା ସେଠାରେ  ଥାଇପାରେ । ଆଣ୍ଟାର୍କଟିକାରେ ଉଦ୍ଭିଦ ଜୀବନର  ବାସ୍ତବିକ କ୍ଷେତ୍ରରେ ବୃଦ୍ଧି କମ୍‌ ରହିଛି, କିନ୍ତୁ ଯେଉଁ  ହାରରେ ଏହା ବୃଦ୍ଧି ପାଇଛି ତାହା ନାଟକୀୟ । ଏଥିରୁ  ଧୀରେ ଧୀରେ ହେଲେ ମଧ୍ୟ ବୃକ୍ଷଲତା ବଢ଼ୁଥିବା  ଜଣାପଡୁଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.