ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ପାକିସ୍ତାନ ଅଶାନ୍ତ: ସଂସଦ ଘେରିଲେ ଇମ୍ରାନ୍‌ ଖାନଙ୍କ ସମର୍ଥକ, ମୁତୟନ ହେଲା ସେନା

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ ଇନସାଫ (ପିଟିଆଇ) ସମର୍ଥକମାନେ ନିଜ ନେତାଙ୍କୁ ଜେଲରୁ ମୁକ୍ତ କରିବାକୁ ଦାବି କରି ଆନ୍ଦୋଳନ ଜାରି କରିଛନ୍ତି । ଇମ୍ରାନ ଖାନଙ୍କୁ ଜେଲରୁ ବାହାର କରିବାକୁ ଦାବି କରିବା ସହ ନ୍ୟାୟପାଳିକାର ସ୍ବାଧୀନତା ଦାବି କରିଛନ୍ତି ଆନ୍ଦୋଳନକାରୀ । ସେପଟେ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଛି । ଏହା ସହ ସବୁ ରାଜରାସ୍ତାକୁ ଅବରୋଧ କରିଦେଇଛି ପୋଲିସ । 

ଇଣ୍ଟରନେଟ ବ୍ୟାନ୍‌ କରାଯାଇଥିବା ବେଳେ ଧାରା ୧୪୪ ଲାଗୁ ହୋଇଛି । ପିଟିଆଇ ଦାବି କରିଛି ଯେ, ରେଞ୍ଜର୍ସ ଯବାନମାନେ ଇସ୍ଲାମାବାଦରେ କେପି ହାଉସ୍‌ ଭିତରକୁ ଜବରଦସ୍ତି ପଶିବା ସହ କେପିର ମୁଖ୍ୟମନ୍ତ୍ରୀ ଅଲି ଅମୀନ ଗନ୍ଦପୁରଙ୍କୁ ଗିରଫ କରିଛନ୍ତି ।  ସେପଟେ ପିଟିଆଇ ନେତା ଇମ୍ରାନ ଖାନ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ନିଜର ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହା ସହ ଡି-ଚୌକ ଆଡ଼କୁ ବଢ଼ିବାକୁ ଏବଂ ଅଲି ଅମୀନଙ୍କ କାରକେଡରେ ସାମିଲ ହେବାକୁ ଆନ୍ଦୋଳନକାରୀଙ୍କୁ ଅପିଲ କରିଛନ୍ତି ଇମ୍ରାନ ଖାନ । ସେ କେପି, ଉତ୍ତର ପଞ୍ଜାବ ଏବଂ ଇସ୍ଲାମାବାଦର ଲୋକମାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ପ୍ରଚଣ୍ଡ ଗୁଳିମାଡ଼, ହେଲିକପ୍ଟରରୁ ମାଡ଼ ହେଉଥିବା କେମିକାଲ୍‌ ସତ୍ତ୍ୱେ ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରତ୍ୟେକ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇମ୍ରାନ ଖାନ । 

ସେପଟେ ଆନ୍ଦୋଳନ ଏତେ ଭୀଷଣ ରୂପ ଧାରଣ କରିଛି ଯେ, ଇସ୍ଲାମାବାଦ ଏବଂ ଲାହୋରରେ ସେନା ମୁତୟନ ହୋଇଛି । ପୋଲିସ ଏବଂ ପିଟିଆଇ ସମର୍ଥକଙ୍କ ମଧ୍ୟରେ ହିଂସ୍ରକ ଲଢ଼େଇର ଗୋଟିଏ ଦିନ ପରେ ଶନିବାର ଇସ୍ଲାମାବାଦରେ ସ୍ଥିତି ଅଣାୟତ୍ତ ହୋଇଛି । ରାଜଧାନୀ ଏବଂ ଏହାର ନିକଟବର୍ତ୍ତୀ ରାଓ୍ବଲପିଣ୍ଡିରେ ଲଗାତାର ଦୁଇ ଦିନ ହେଲା ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । 

  • Imran Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.