ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସାଇବେରିଆ ମାଟି ତଳେ ବିସ୍ଫୋରଣରୁ ସୃଷ୍ଟି ହେଉଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ,୦୫/୧୦:ଋଷ୍‌ର ୟମାଲ-ନେନେଟ୍ସ ଅଟୋନମସ୍‌ କ୍ଷେତ୍ରରେ ସାଇବେରିଆ ଅବସ୍ଥିତ । ସେଠାରେ ଗତ କିଛି ବର୍ଷ ହେଲା ବିସ୍ଫୋରଣ ହେଉଛି । ଏହାର ଶବ୍ଦ ଅନେକ କିମି ଦୂରକୁ ଶୁଣାଯାଉଛି । ତେବେ, ବିସ୍ଫୋରଣର କାରଣ ଖୋଜିବା ବେଳେ ବଡ଼ ବଡ଼ ଗର୍ତ୍ତ ନଜରକୁ ଆସିଛି । ଯାହାପରେ ବୈଜ୍ଞାନିକମାନେ ଗର୍ତ୍ତଗୁଡ଼ିକର ଉତ୍ପତ୍ତି ବିଷୟରେ ଯାଞ୍ଚ୍‌ କରିଛନ୍ତି । ତେବେ ଏହା ପର୍ମାଫ୍ରଷ୍ଟ୍‌ କ୍ଷେତ୍ର ଅର୍ଥାତ୍‌ ଭୂମି, ମାଟି, ପଥର, ବରଫ, ପାଣି ସବୁକିଛି କୋଟି କୋଟି ବର୍ଷ ତଳୁ ବିଯୁକ୍ତ ତାପମାତ୍ରାରେ ଜମି ରହିଛି । ଏଭଳି ସ୍ଥାନରେ ବିସ୍ଫୋରଣର କାରଣ କ’ଣ, ତାହା ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର ପ୍ରଭାବ ମେରୁ ଉପରେ ମଧ୍ୟ ପଡୁଛି । ସାଇବେରିଆରେ ପର୍ମାଫ୍ରଷ୍ଟ୍‌ର ତାପମାତ୍ରା ଲଗାତାର ବଢୁଛି । ଭୂମି ତଳେ ଜଳ ପ୍ରବାହ ଆରମ୍ଭ ହୋଇଛି । ଏହା ଦ୍ୱାରା ପର୍ମାଫ୍ରଷ୍ଟ୍‌ ତଳେ ଫାଟ ସୃଷ୍ଟି ହେଉଛି । ଏହା ଯୋଗୁଁ ବଡ଼ ବଡ଼ ସୁଡ଼ଙ୍ଗ ସୃଷ୍ଟି ହେଉଛି । 

ଏହି ସୁଡ଼ଙ୍ଗ ସୃଷ୍ଟି ହେବା ଦ୍ୱାରା ଯେତେବେଳେ ମିଥେନ୍‌ ବାହାରେ, ତାକୁ ବାହାରକୁ ଆସିବା ପାଇଁ ସ୍ଥାନ ଆବଶ୍ୟକ ହୁଏ । ସ୍ଥାନ ନ ମିଳିବାରୁ ଚାପ ସୃଷ୍ଟି ହୁଏ । ଫଳରେ ବିସ୍ଫୋରଣ ସହିତ ଗର୍ତ୍ତ ସୃଷ୍ଟି ହୁଏ । ସେହି ଗର୍ତ୍ତ ଜରିଆରେ ମିଥେନ୍‌ ଗ୍ୟାସ୍‌ ବାହାରକୁ ବାହରେ । ବୈଜ୍ଞାନିକମାନେ ଏଭଳି ଏକ ଗର୍ତ୍ତର ଅଧ୍ୟୟନ କଲେ । ତାହା ୧୬୦ ଫୁଟ ଗଭୀର ଓ ୨୩୦ ଫୁଟ ଚଉଡ଼ା ଥିଲା । ୨୦୧୪ ମସିହାରେ ପ୍ରଥମ ଥର ଗର୍ତ୍ତଟି ସୃଷ୍ଟି ହୋଇଥିଲା । ଅଧ୍ୟୟନ ଲାଗି ବୈଜ୍ଞାନିକମାନେ ଗର୍ତ୍ତ ଭିତରକୁ ଗଲେ । ସୁଡ଼ଙ୍ଗରୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହେଉଥିଲା । ଭିତରେ ଭାରି ମାତ୍ରାରେ ବରଫ ଓ ପଥର ମଧ୍ୟ ଥିଲା । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କେମିକାଲ ଇଞ୍ଜିନିୟର ଓ ଅଧ୍ୟୟନରେ ସାମିଲ ଏନା ମରୋଗାଦୋ କହିଛନ୍ତି, ତାପମାତ୍ରା ବୃଦ୍ଧି ଯୋଗୁ ପର୍ମାଫ୍ରଷ୍ଟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଛି । ପର୍ମାଫ୍ରଷ୍ଟ୍‌ ତଳର ସ୍ଥିତି ବିଗୁଡ଼ୁଛି । ଭିତରୁ ମିଥେନ୍‌ ବାହାରିବା ପାଇଁ ସ୍ଥାନ ଆବଶ୍ୟକ । ସ୍ଥାନ ନ ମିଳିଲେ ଏ ପ୍ରକାର ବିସ୍ଫୋରଣ ଜାରି ରହିବ । ତାଙ୍କ ଅନୁସାରେ, ସାଇବେରିଆରେ ଏ ପ୍ରକାର ଗର୍ତ୍ତ ଦେଖାଯାଇଛି । ସେଗୁଡ଼ିକର ଯାଞ୍ଚ୍‌ ଚାଲିଛି । ପାଣି-ମିଥେନ୍‌ରେ ସୃଷ୍ଟ ସ୍ଫଟିକଗୁଡ଼ିକର ସେମାନେ ନିରନ୍ତର ଯାଞ୍ଚ୍‌ କରୁଛନ୍ତି । ଏହାକୁ ମିଥେନ୍‌ ହାଇଡ୍ରେଟ୍ସ କୁହାଯାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.