ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଇସ୍ରାଏଲକୁ ‘ତୈଳ’ ନେଇ ଧମକ ଦେଲା ଇରାନ, ଖାମେନେଇ ହିଜବୁଲ୍ଲା ପାଖକୁ ପଠାଇଲେ ମନ୍ତ୍ରୀ

ବେରୁଟ୍ : ଇସ୍ରାଏଲ ଓ ଇରାନ ଏହି ସମୟରେ ସିଧାସଳଖ ଯୁଦ୍ଧ ମୈଦାନରେ। ନିକଟରେ ଇରାନ ଇସ୍ରାଏଲ ଉପରେ ପାଖାପାଖି ୨୦୦ ମିସାଇଲ ଦ୍ୱାରା ହମଲା କରିଥିଲା। ଏବେ ପୁଣି ଥରେ ଇରାନ ଚେତାବନୀ ଦେଇଛି। ଇରାନର ଇସଲାମିକ୍‌ ରିଭୋଲ୍ୟୁସନାରି ଗାର୍ଡ କପର୍ସ (ଆଇଆରଜିସି) ଇସ୍ରାଏଲକୁ ତାର ତୈଳ ରିଫାଇନାରି ଓ ଗ୍ୟାସ୍‌ ଫିଲ୍‌ଡ୍ ଉପରେ ଆକ୍ରମଣର ଚେତାବନୀ ଦେଇଛି।

କହି ରଖୁଛୁ କି, ଇରାନ ଦୁନିଆର ସବୁଠୁ ବଡ଼ ତୈଳ ଉତ୍ପାଦକ ଦେଶ ଗୁଡ଼ିକ ମଧ୍ୟରେ ଗୋଟିଏ। ଏଥିରେ ଏହି କଥାର ଆଶଙ୍କା କରାଯାଉଛି ଯେ , ଇସ୍ରାଏଲ ଇରାନର ତୈଳ ଭଣ୍ଡାରକୁ ଟାର୍ଗେଟ୍‌ କରିପାରେ। କିନ୍ତୁ ଏହି ଥର ଓଲଟା ଇରାନ ଇସ୍ରାଏଲର ତୈଳ ରିଫାଇନାରୀ ଗୁଡିକୁ ଉଡ଼ାଇ ଦେବାକୁ ଧମକ ଦେଇଛି।

ଆଇଆରଜିସିର ଡେପୁଟୀ କମାଣ୍ଡର ଅଲୀ ଫଦଭି କହିଛନ୍ତି ଯେ , ଯଦି ଇସ୍ରାଏଲ ତେହରାନ ଉପରେ ହମଲା କରେ ତ , ଇରାନ ଏକ ସାଥିରେ ଇସ୍ରାଏଲର ଶକ୍ତି କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍‌ କରିବ। ସେ କହିଛି, ଯଦି ଇସ୍ରାଏଲ କିଛି ଭୁଲ କରେ ତ , ତାର ସବୁ ଶକ୍ତି କେନ୍ଦ୍ର , ରିଫାଇନାରି ଓ ଗ୍ୟାସ୍‌ ଫିଲ୍ମଡ ଉପରେ ହମଲା ହେବ। ଇରାନ ଏକ ବଡ଼ ଦେଶ , ଇସ୍ରାଏଲର ପାଖରେ କେବଳ ୩ଟି ପାୱାର ପ୍ଲାଣ୍ଟସ ଓ କିଛି ରିଫାଇନାରି ଅଛି , ଯାହାକୁ ଆମେ ଏକା ସାଥିରେ ଟା୍ର୍ଗେଟ୍‌ କରି ପାରିବୁ। 

ଏହା ବ୍ୟତୀତ ଇରାନର ବିଦେଶ ମନ୍ତ୍ରୀ ଅବାସ ଅରଘାଚୀ ଇସ୍ରାଏଲ ବିରୋଧରେ ଆହୁରି କଡ଼ା ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶପଥ ନେଇଛନ୍ତି। ଅରଘାଚୀ କହିଛନ୍ତି , ଇରାନ ଆଉ ହମଲା କରିବାକୁ ଚାହୁଁନି , ହେଲେ ଯଦି ଇସ୍ରାଏଲ ତେହରାନ ବିରୋଧରେ କୌଣସି ପଦକ୍ଷେପ ନିଏ , ତ ପ୍ରତି ଜବାବ ଆହୁରି କଠୋର ହେବ। ଅରଘାଚୀ ଏହି ସମୟରେ ଲେବାନନର ଅଧିକାରୀଙ୍କ ସହ ସାକ୍ଷାତ କରିବାକୁ ରାଜଧାନୀ ବେରୁଟରେ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.