ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବ୍ରିଟେନ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଶିବାନୀଙ୍କ କମାଲ, ଭାଙ୍ଗିଲେ ୩୭ ବର୍ଷର ରେକର୍ଡ

ଲଣ୍ଡନ,୬।୭: ବ୍ରିଟେନ୍ ନିର୍ବାଚନରେ ଏଥର ଭାରତୀୟଙ୍କ ଖୁବ୍ ପ୍ରଭାବ। ସଂସଦରେ ୨୬ ଭାରତୀୟ ବଂଶୋଦ୍ଭବ ସାଂସଦ ହୋଇଛନ୍ତି। କଞ୍ଜରଭେଟିବ ପାର୍ଟି ଯଦିଓ ନିର୍ବାଚନରେ ହାରିଯାଇଛି, କିନ୍ତୁ ଦଳର ନବ ନିର୍ବାଚିତ ସାଂସଦଙ୍କ ଭିତରେ ଅଛନ୍ତି ବହୁ ଭାରତୀୟ ବଂଶୋଦ୍ଭାବ। ଏବେ ସେମାନଙ୍କ ଭିତରେ ଚର୍ଚ୍ଚାରେ ଅଛନ୍ତି ଶିବାନୀ ରାଜା। ସେ ଏଥର ଲାଇସେଷ୍ଟର ଇଷ୍ଟ ଆସନରୁ ନିର୍ବାଚନ ଜିତିଛନ୍ତି। ଶିବାନୀ ଲଣ୍ଡନର ପୂର୍ବତନ ଡେପୁଟି ମେୟର ରାଜେଶ ଅଗ୍ରଓ୍ବାଲଙ୍କୁ ମାତ୍ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ୩୭ ବର୍ଷୀୟ ଶିବାନୀ କୌଣସି କଞ୍ଜରଭେଟି୍‌ ନେତା ଭାବରେ ଜିତିଛନ୍ତି।

ଲାଇସେଷ୍ଟର ଇଷ୍ଟ ଆସନରୁ ଲେବର ପାର୍ଟିର ପ୍ରଭାବ ରହିଛି। ୩୭ ବର୍ଷରେ ପ୍ରଥମ ଥର ଏହି ଆସନରେ କଞ୍ଜରଭେଟିଭ ଜିତିଛି। ଲାଇସେଷ୍ଟର ଇଷ୍ଟରେ ଶିବାନୀ ରାଜାଙ୍କୁ ୧୪୫୨୬ ଭୋଟ ମିଳିଛି। ରାଜେଶ ଅଗ୍ରଓ୍ବାଲଙ୍କ ବିରୋଧରେ ୪ ହଜାରରୁ ଅଧିକ ଭୋଟରେ ସେ ଜିତିଛନ୍ତି। ରାଜା ଗୁଜରାଟୀ ବଂଶୋଦ୍ଭବ। ତାଙ୍କ ପରିବାରର ଲୋକ ଦୀଭରେ ରହୁଥିଲେ। ନିର୍ବାଚନ ବେଳେ ଶିବାନୀ ଲଗାତାର ବ୍ରିଟେରେ ରହୁଥିବା ଭାରତୀୟ ପ୍ରବାସୀଙ୍କ  ସହ ଯୋଡି ହୋଇ ରହୁଥିବାର ତାଙ୍କୁ ଏହାର ଫାଇଦା ମିଳିଛି। 

ନିକଟରେ ନିର୍ବାଚନ ପ୍ରଚାର ବେଳେ ସେ ଶିବ କଥା ଶୁଣିବାକୁ ପହଁଞ୍ଚି ଥିଲେ। ଏହାପରେ ସେ ଗରଓ୍ବା ମଧ୍ୟ କରିଥିଲେ। ସେ ଭାରତରେ ରହଥିବା ବ୍ରିଟିସ୍ ଭୋଟରଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ ଓ ତାଙ୍କୁ ଅନଲାଇନ୍ ଭୋଟିଂ କରିବାର ଅପିଲ କରିଥିଲେ। ବିଶେଷ ଭାବରେ ଦୀଭ ଓ ଗୁଜରାଟରେ ରହୁଥିବା ବ୍ରିଟିସ୍ ଲୋକଙ୍କଊ ଶିବାନୀ ଯୋଗାଯୋଗ କରିଥିଲେ। ଶିବାନୀଙ୍କ ବାପା-ମା ୭୦ ଦଶକରେ କେନିଆରୁ ଲାଇସେଷ୍ଟର ଆସିଥିଲେ। ସେ ନିଜର ଶିକ୍ଷାଗ୍ରଡଣ ଡି ମୋଣ୍ଟଫୋର୍ଟ ୟୁନିଭର୍ସିଟିରୁ ଶେଷ କରି ଗ୍ରାଜୁଏସନ୍ ଫାର୍ମାସ୍ୟୁଟିକାଲସ୍‌ ଆଣ୍ଡ କସମେଟିକ୍ ସାଇନ୍ସ କରିଥିଲେ। ଏହାପରେ ସେ ବହୁ କସମେଟିକ୍ ବ୍ରାଣ୍ଡ ସହ କାମ କରିଥିଲେ। ଉଲ୍ଲେଖନୀୟ ଯେ, ଏଥର ନିର୍ବାଚନରେ ଲେବର ପାର୍ଟିକୁ ୪୧୨ ଆସନ ମିଳିଛି। ସେଭଳି କଞ୍ଜରଭେଟିଭ୍‌କୁ ପାର୍ଟିକୁ ୧୨୧ଟି ଆସନ ମିଳିଛି। ଏହାପରେ ଋଷି ସୁନକ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.