ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଇରାନ-ଇସ୍ରାଏଲର ଗୋଟିଏ ଦିନର ଯୁଦ୍ଧରେ କେତେ ହେଉଛି ଖର୍ଚ୍ଚ ; ମିସାଇଲ ତିଆରି କରିବା ମହଙ୍ଗା ନା ଏହାକୁ ନଷ୍ଟ କରିବା ? ଜାଣନ୍ତୁ

ନୂଆଦିଲ୍ଲୀ : ଅନେକ ସମୟରେ କୁହାଯାଏ କି କିଛି ବି ତିଆରି କରିବା ମହଙ୍ଗା ହୋଇଥାଏ , କିନ୍ତୁ ଏହାକୁ ଭାଙ୍ଗି ଦେବା ବହୁତ ସହଜ , କିନ୍ତୁ ଯୁଦ୍ଧ ମୈଦାନରେ ଏହି କଥା ଭୁଲ୍‌ ସାବ୍ୟସ୍ତ ହେଉଛି। ହିଜବୁଲ୍ଲା ଚିଫ୍‌ ନସରୁଲ୍ଲାହଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଇରାନ ମଙ୍ଗଳବାର ଇସ୍ରାଏଲ ଉପରେ ପାଖାପାଖି ୨୦୦ ମିସାଇଲ ଦ୍ୱାରା ଆଟାକ୍‌ କରିଥିଲା। ଏହି ସବୁ ମିସାଇଲରୁ ରକ୍ଷା ପାଇବା ପାଇଁ ଇସ୍ରାଏଲ ଆଇରନ ଡୋମ୍, ଏରୋ ଓ ଡେଭିଜ୍‌ ସ୍ଲିଙ୍ଗ ଏୟାର ଡିଫେନ୍ସ ସିଷ୍ଟମର ବ୍ୟବହାର କରିଥିବା ବେଳେ ,ଆମେରିକା ଓ ଡାର୍ଜନ ମଧ୍ୟ ଇଣ୍ଟରସେପ୍ଟର ବ୍ୟବହାର କରି ଇରାନର ଅନେକ ବାଲିଷ୍ଟିକ୍‌ ମିସାଇଲକୁ ଇସ୍ରାଏଲ ଉପରେ ଖସିବା ପୂର୍ବରୁ ଏୟାରରେ ହିଁ ନଷ୍ଟ କରି ଦେଇ ଥିଲେ, କିନ୍ତୁ ଏହି ପ୍ରତିରକ୍ଷା ଅଭିଯାନରେ ଇସ୍ରାଏଲକୁ ଏହାର ଖୁବ୍‌ ମୂଲ୍ୟ ଦେବାକୁ ପଡ଼ିଛି।

୧୯୯୧ରେ ହୋଇଥିବା ଗଲଫ୍‌ ୱାର ବେଳେ ଆମେରିକାକୁ ମଧ୍ୟ କିଛି ଏହି ପ୍ରକାରର ମିସାଇଲ ହମଲାକୁ ରୋକିବାରେ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା , କାରଣ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ମିସାଇଲରେ ହମଲା କରିବା ଠାରୁ ଅଧିକ ଖର୍ଚ୍ଚ ସେହି ସବୁ ମିସାଇଲକୁ ଏୟାରରେ ହିଁ ଇଣ୍ଟରସେପ୍ଟ କରି ନଷ୍ଟ କରିବାରେ ହୋଇଛି। ୧୯୯୧ ର ଗଲ୍ଫ ଯୁଦ୍ଧରେ ଆମେରିକାକୁ ସ୍କଡ୍‌ ମିସାଇଲ ଠାରୁ ରକ୍ଷା  କରିବା ପାଇଁ ବହୁତ ମହଙ୍ଗା ମିସାଇଲର ବ୍ୟବହାର କରିବାକୁ ପଡ଼ିଥିଲା, ଯେଉଁଥିରେ ଖୁବ୍‌ ଖର୍ଚ୍ଚ ହୋଇଥିଲା। ଏହିପରି ଇସ୍ରାଏଲକୁ ମଧ୍ୟ ଏକ ଦିନର ଇରାନୀ ଆକ୍ରମଣକୁ ଅସଫଳ କରିବାରେ ଖୁବ୍‌ ଖର୍ଚ୍ଚ କରିବାକୁ ପଡ଼ିଛି।

ଜେରୁସାଲେମ୍‌ ପୋଷ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ମଙ୍ଗଳବାର ଇରାନ ପକ୍ଷରୁ ମାଡ଼ କରାଯାଇ ପାଖାପାଖି ୨୦୦ଟି ମିସାଇଲ ମଧ୍ୟରୁ ଅଧିକାଂଶକୁ ଇସ୍ରାଏଲ ଓ ୧୨ଟି ମିସାଇଲକୁ ଆମେରିକୀୟ ଯୁଦ୍ଧ ଜାହାଜ ମାଡ଼ କରି ଖସାଇ ଦେଇଥିଲା। ଅର୍ଥାତ୍‌ ଏହି ଦୁଇ ଦେଶ ମିଶି ଇରାନର ପାଖାପାଖି ସବୁ ୨୦୦ଟି ମିସାଇଲକୁ ଇଣ୍ଟରସେପ୍ଟ କରିଦେଇଛି। ରିପୋର୍ଟରେ କୁହାଯାଇଛି ଯେ , ଇରାନ ଅଧିକାଂଶ ବାଲିଷ୍ଟିକ୍‌ ମିସାଇଲରେ ହମଲା କରିଥିଲା। ଏଥିରେ ହାଇପରସୋନିକ ମିସାଇଲର ଗତିରେ ଯାଉଥିବା ଫତହ-୧ ମିସାଇଲ ମଧ୍ୟ ସାମିଲ ଥିଲା। କିନ୍ତୁ ଏମିତି କେତେ ମିସାଇଲ ଏହି ହମଲାରେ ଇରାନ ବ୍ୟବହାର କରିଥିଲା, ଏହା ସଠିକ୍‌ ଭାବେ ଜଣାପଡ଼ି ନାହିଁ। 

ଏକ ଅନୁମାନ ଅନୁଯାୟୀ , ଇରାନକୁ ଏକ ବାଲିଷ୍ଟିକ୍‌ ମିସାଇଲ ତିଆରି କରିବାରେ ମୋଟ ୧୦ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି। ଏହି ପ୍ରକାରର ତାକୁ ମୋଟ ୨୦୦ଟି ମିସାଇଲର ନିର୍ମାଣରେ ୨୦ କୋଟି ଡଲାରର  ଖର୍ଚ୍ଚ ହୋଇଥିବ। ରିପୋର୍ଟରେ କୁହାଯାଇଛି ଯେ,  ଅନ୍ୟପଟେ ଇସ୍ରାଏଲ ଏହି ମିସାଇଲକୁ ନଷ୍ଟ କରିବାକୁ ଆଇରନ ଡୋମ୍‌ରୁ ନେଇ ଡେଭିଡ୍‌ ସ୍ଲିଙ୍ଗ ଓ ଏରୋ ଡିଫେନ୍ସ ମିସାଇଲ ସିଷ୍ଟମର ବ୍ୟବହାର କରିଛି। ଏକ ଏରୋ  ଇଣ୍ଟରସେପ୍ଟର ତିଆରି କରିବାରେ ପାଖାପାଖି ୨୦ ଲକ୍ଷ ଡଲାରର ଖର୍ଚ୍ଚ ହୋଇଥାଏ। ଏହିପରି ଯଦି ଇସ୍ରାଏଲ ଇରାନୀ ମିସାଇଲକୁ ନଷ୍ଟ କରିବାକୁ ୧୮୦ ଏରୋ ଡିଫେନ୍ସ ସିଷ୍ଟମର ବ୍ଯବହାର କରେ ତ ଏହା ଉପରେ ମୋଟ ୪୫ କୋଟି ଡଲାରର ଖର୍ଚ୍ଚ ଆସିଛି , ଯାହା ଇରାନର ଫାଇଟର ଡ୍ରୋନ୍‌ରେ ହୋଇଥିବା ଖର୍ଚ୍ଚର ଦୁଇ ଗୁଣାରୁ ଅଧିକ। 

ଏହା ସ୍ପଷ୍ଟ କି ଗୋଟିଏ ଦିନର ଇସ୍ରାଏଲ-ଇରାନ ଯୁଦ୍ଧରେ ଦୁଇ ପକ୍ଷରୁ ପାଖାପାଖି ୫୪୫୭.୫୩ କୋଟି ଟଙ୍କା ( ୬୫ କୋଟି ଡଲାର) ଖର୍ଚ୍ଚ କେବଳ ମିସାଇଲ ମାଡ଼ କରିବା ଓ ମିସାଇଲକୁ ନଷ୍ଟ କରିବାରେ ହୋଇଛି। ଇରାନ ଏମିତି ମିସାଇଲକୁ ବ୍ୟବହାର କରିଥିଲା , ଯାହାର ରେଞ୍ଜ୍‌ ୧୫୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.