ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବେରୁଟ ଏୟାରପୋର୍ଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ହିଜବୁଲ୍ଲାର ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସଫିଦ୍ଦୀନ ପ୍ରାଣ ହରାଇଥିବା ସୂଚନା

ନୂଆଦିଲ୍ଲୀ,୦୪ /୧୦: ଆଜି ଲେବାନନର ରାଜଧାନୀ ବେରୁତରେ ପୁଣି ଥରେ ଆକ୍ରମଣ କରିଛି ଇସ୍ରାଏଲ ।  ଏଜେନ୍ସି ଅନୁଯାୟୀ ବେରୁଟ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରିବାର କିଛି ମିନିଟ ପରେ ଏକ ବଡ଼ ବିସ୍ଫୋରଣ ହୋଇଛି ।ତେବେ ଗତ ସପ୍ତାହରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମୁଖ୍ୟକୁ ହସନ ନସ୍‌ରଲ୍ଲାହକୁ ହତ୍ୟା କରିଥିଲା ଆଇଡିଏଫ । ଆଉ ଏବେ ନସ୍‌ରଲ୍ଲାହର ଉତ୍ତରାଧିକାରୀ ବା ହିଜବୁଲ୍ଲାର ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସଫିଦ୍ଦୀନକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଟାର୍ଗେଟ୍ କରି ହମଲା କରିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବିମାନବନ୍ଦର ଚାରିପାଖରେ ଧୂଆଁ ଆକାଶ ଆଡକୁ ଉଠୁଥିବାର ଦେଖିବାକୁ ମିଳିଥିଲା । ତେବେ ବେରୁତ ବିମାନ ବନ୍ଦରରେ ଅବତରଣ କରୁଥିବା ବିମାନଟି ଦୁବାଇରୁ ଆସିଥିବା ସୂଚନା ମିଳିଛି। 

ରିପୋର୍ଟ କୁହାଯାଇଛି, ହିଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲାହକୁ ଯେଉଁ ଭଳି ଭାବେ ଆଇଡିଏଫ ଟାର୍ଗେଟ୍ କରିଥିଲା, ହାସିମ୍ ସଫିଦ୍ଦୀନକୁ ମରିବାକୁ ତା’ଠାରୁ ଅନେକ ଗୁଣା ଅଧିକ ବୋମା ବର୍ଷା କରିଛି ଇସ୍ରାଏଲ ସେନା । ସେପଟେ ଇସ୍ରାଏଲୀ ଅଧିକାରୀ ଦି ନ୍ୟୁୟର୍କ ଟାଇମ୍ସକୁ ସୂଚନା ଦେଇ କହିଛନ୍ତି, ଇସ୍ରାଏଲ ଏହି ହମଲାରେ ହାସିମ୍ ସଫିଦ୍ଦୀନ ସହିତ ହିଜବୁଲ୍ଲାର ପ୍ରମୁଖ ନେତାଙ୍କୁ ଟାର୍ଗେଟ୍ କରାଯାଇଛି । ଏଥିରେ ସଫିଦ୍ଦୀନ ପ୍ରାଣ ହରାଇଥିବା କୁହାଯାଉଛି । ତେବେ ଏହାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୌଣସି ବାୟାନ ଆସିନାହିଁ । ତେବେ ବିସ୍ଫୋରଣ ବିମାନବନ୍ଦର ଭିତରେ ଘଟି ନଥିଲା। କିନ୍ତୁ ବିମାନବନ୍ଦରଠାରୁ ୬.୮ କିଲୋମିଟର ଦୂରରୁ ଦୃଶ୍ୟମାନ ହୋଇଥିଲା । ବିମାନ ବନ୍ଦରରେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ହୋଇଥିବା କୌଣସି ସୂଚନା ମିଳିନି । ଯୁଦ୍ଧ ମଧ୍ୟରେ ଆଜି ଅର୍ଥାତ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ । କାରଣ ହିଜବୁଲ ମୁଖ୍ୟ ନସରୁଲ୍ଲାଙ୍କ ଅନ୍ତିମ ସଂସ୍କାର କରାଯିବ ।  ଯାହାଙ୍କ ମୃତଦେହ ବିଷୟରେ ଏବେବି ସନ୍ଦେହ ରହିଛି । କିନ୍ତୁ ଏହା ନିଶ୍ଚିତ ଯେ ଶୁକ୍ରବାର ଦିନ ନସରୁଲ୍ଲାଙ୍କ ଅନ୍ତିମ ସଂସ୍କାର କରାଯିବ । ସେପଟେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ ତେହେରାନରେ ଭାଷଣ ଦେବାକୁ ଯାଉଛନ୍ତି । ନାସରାଲ୍ଲାଙ୍କ ମୃତ୍ୟୁ ପରେ ଖାମେନେଇଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଥିଲା । ଏହା ପରେ ଖାମେନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସିବାକୁ ଯାଉଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.