ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଅନ୍ୟ ଏକ ଯୁଦ୍ଧର ଆଭାସ ! ଦକ୍ଷିଣ କୋରିଆକୁ ପରମାଣୁ ଆକ୍ରମଣ ଧମକ ଦେଲେ କିମ୍‌ ଜଙ୍ଗ ଉନ

ନୂଆଦିଲ୍ଲୀ: ଉତ୍ତର କୋରିଆ ନିଜର ପାରମ୍ପରିକ ଶତ୍ରୁ ଦକ୍ଷିଣ କୋରିଆକୁ ପୁଣି ଦେଇଛି ଧମକ । ଏଥର ପରମାଣୁ ବୋମା ପକାଇ ଦେଶକୁ ଦୁନିଆ ମାନଚିତ୍ରରୁ ଉଡ଼ାଇ ଦେବେ ବୋଲି ଧମକ ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍‌ । ଏହା ପୂର୍ବରୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଉତ୍ତର କୋରିଆ ବିରୋଧରେ ବୟାନ ଦେଇଥିଲେ । ସେ କହିଥିଲେ, ଯଦି ଉତ୍ତର କୋରିଆ ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ କରେ ତେବେ କିମ୍‌ ଜଙ୍ଗ ଉନଙ୍କ ଶାସନ ଶେଷ ହୋଇଯିବ । 

କୋରିଆ ଉପଦ୍ବୀପରେ ଅଶାନ୍ତି ହେବା କୌଣସି ନୂଆ କଥା ନୁହେଁ । କିନ୍ତୁ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ଉଗ୍ରରୂପ ନେବାର କାରଣ ପଛରେ ରହିଛି ଦକ୍ଷିଣ କୋରିଆର ଏକ ବଡ଼ ନିଷ୍ପତ୍ତି। ନିକଟରେ ଦକ୍ଷିଣ କୋରିଆ ପରମାଣୁ ଯୁଦ୍ଧାସ୍ତ୍ର ପରୀକ୍ଷଣକୁ ବଢ଼ାଇବା ଲାଗି ଘୋଷଣା କରିବା ପରେ ଉତ୍ତର କୋରିଆ ଉତକ୍ଷୀପ୍ତ ହୋଇଉଠିଛି । ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ କହିଛନ୍ତି, ଯଦି ଦକ୍ଷିଣ କୋରିଆ ନର୍ଥ କୋରିଆର ସାର୍ବଭୌମତ୍ବ ଉପ‌ରେ ଆକ୍ରମଣ କରେ ତେବେ ଆମେ ତା ଉପରେ ସମସ୍ତ ଶକ୍ତି ଖଟାଇ ହମଲା କରିବୁ । ଏଥିରେ ପରାମଣୁ ବୋମାର ପ୍ରୟୋଗ ମଧ୍ୟ କରାଯିବ । 

ଦକ୍ଷିଣ କୋରିଆକୁ ଧମକ ଦେଇ କିମ୍‌ କହିଛନ୍ତି, ଯଦି ଏଭଳି ସ୍ଥିତି ସୃଷ୍ଟି ହୁଏ ତେବେ ସିଓଲ ଏବଂ ଦକ୍ଷିଣ କୋରିଆର ଅସ୍ତିତ୍ବ ସବୁଦିନ ପାଇଁ ହଜିଯିବ । ସେପଟେ କିମ୍‌ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଏକ ଅଜବ ବ୍ୟକ୍ତିର ଆଖ୍ୟା ଦେଇଛନ୍ତି । ରାଷ୍ଟ୍ରପତି ୟୁନଙ୍କୁ ଟାର୍ଗେଟ କରି କିମ୍‌ କହିଛନ୍ତି, ସେ ପରମାଣୁ ଯୁଦ୍ଧାସ୍ତ୍ର ଥିବା ଦେଶଗୁଡ଼ିକ ସହ ନିଜ ଦେଶକୁ ତୁଳନା କରୁଛନ୍ତି । କିମ୍‌ଙ୍କ ଭଳି ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ ମଧ୍ୟ ଦକ୍ଷିଣ କୋରିଆକୁ ଟାର୍ଗେଟ କରିଛନ୍ତି । ଦକ୍ଷିଣ କୋରିଆର ମିସାଇଲ୍‌ ପରୀକ୍ଷଣକୁ ନେଇ ସେ କହିଛନ୍ତି, ପାରମ୍ପରି ଯୁଦ୍ଧାସ୍ତ୍ର ସହ ଉତ୍ତର କୋରିଆର ପରମାଣୁ ଯୁଦ୍ଧାସ୍ତ୍ରର ତୁଳନା କରାଯାଇପାରିବ ନାହିଁ । 

  • Kim Jong Un
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.