ପ୍ରମୂଖ ଖବର
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା

ନୂଆଦିଲ୍ଲୀ,୦୮/୦୭:ସୋମବାର ଦୁଇ ଦିନିଆ ରୁଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ଏନେଇ ରୁଷ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ସୂଚନା ଦେଇଛନ୍ତି । ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ କରିବା ପରଠାରୁ ଏହା ମୋଦିଙ୍କ ପ୍ରଥମ ରୁଷ୍‌ ଗସ୍ତ ହେବ । ଏହି  ଅବସରରେ ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ସହ  ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା କରିବେ । ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ମୋଦିଙ୍କ ଏହି  ଗସ୍ତ ଏବଂ ପୁଟିନ୍‌ଙ୍କ ସହ ଆଲୋଚନା ବେଶ୍‌  ଗୁରୁତ୍ୱପୂର୍ଣ୍ଣ ହେବ । 

ଏଥିସହ ପୁଟିନଙ୍କ ନିମନ୍ତ୍ରଣ  କ୍ରମେ ମୋଦି ୨୨ତମ ଭାରତ-ରୁଷ୍‌ ବାର୍ଷିକ  ଶିଖର ସମ୍ମିଳନୀରେ ଭାଗ ନେବେ । ଶେଷଥର  ପାଇଁ ୨୦୨୧ରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ  ହୋଇଥିଲା । କିନ୍ତୁ ଏହାପରଠାରୁ ବିଶ୍ୱରେ  ବହୁ କିଛି ବଦଳିଯାଇଛି ବୋଲି ବିନୟ କୁମାର କହିଛନ୍ତି । ସୋମବାର ଅପରାହ୍ନରେ ମୋଦି  ମସ୍କୋରେ ପହଞ୍ଚିବେ । ପରେ ରାଷ୍ଟ୍ରପତି ପୁଟିନଙ୍କ  ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।  

ମଙ୍ଗଳବାର ମୋଦି ରୁଷ୍‌ରେ ଥିବା ଭାରତୀୟ  ସମୁଦାୟଙ୍କୁ ଭେଟିବେ । ପରେ ଅଜଣା ସୈନ୍ୟଙ୍କ  ସମାଧିରେ ସେ ଶ୍ରଦ୍ଧାଞ୍ଜଳି ଦେଇ ମସ୍କୋରେ  ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗ ହେବେ ।  ୨୦୧୯ରେ ଶେଷଥର ପାଇଁ ମୋଦି ରୁଷ୍‌ ଯାଇ ଏକ  ଇକୋନୋମିକ୍‌ ଫୋରମରେ ଯୋଗ ଦେଇଥିଲେ ।

  • PrameyaOdia
  • prameya
  • Narendra Modi
  • President Putin
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.