ପ୍ରମୂଖ ଖବର
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ନେପାଳରେ ଜାରି ରହିଛି ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୧୧ ମୃତ, ୮ ନିଖୋଜ...

ନୂଆଦିଲ୍ଲୀ: ପଡୋଶୀ ଦେଶ ନେପାଳରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଗତ୩୬ ଘଣ୍ଟା ହେବ ବର୍ଷା ବିତ୍ପାତ ଜାରି ରହିଛି । ଏହି କାରଣରୁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଲୋକ ନିଖୋଜ ରହିଛନ୍ତି । ଗତ ୨ ଦିନ ହେବ ପ୍ରବଳ ବର୍ଷା ହେତୁ ଏଠାରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଧିକାରୀମାନେ ରବିବାର କହିଛନ୍ତି ଯେ ଏହା ମୁଖ୍ୟ ରାଜପଥ ଏବଂ ରାସ୍ତା ଅବରୋଧ କରୁଛି । 

ନେପାଳ ପୋଲିସର ମୁଖପାତ୍ର ଡାନ ବାହାଦୂର କାର୍କି କହିଛନ୍ତି ଯେ, ୮ ଜଣ ଲୋକ ନିଖୋଜ ଅଛନ୍ତି, ଯେଉଁ ମାନେ କି ବନ୍ୟାରେ ଭାସି ଯାଇଛନ୍ତି କିମ୍ବା ଭୂସ୍ଖଳନରେ ପୋତି ହୋଇଯାଇଛନ୍ତି । ଅନ୍ୟ ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କାର୍କି ରଏଟର୍ସକୁ କହିଛନ୍ତି, ଭୂସ୍ଖଳନ ପରେ ଉଦ୍ଧାର କର୍ମଚାରୀମାନେ ବର୍ଜ୍ୟବସ୍ତୁ ଏବଂ ରାସ୍ତା ଖୋଲିବାକୁ ଚେଷ୍ଟା କରୁଛନ୍ତି । ଆବର୍ଜନା ହଟାଇବା ପାଇଁ ଭାରୀ ଯନ୍ତ୍ର ବ୍ୟବହାର କରାଯାଉଛି । ଦକ୍ଷିଣପୂର୍ବ ନେପାଳର କୋଶୀ ନଦୀ ବିପଦ ସ୍ତରରୁ ପ୍ରବାହିତ ହେଉଛି ବୋଲି ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି । ଏହି ନଦୀ ପୂର୍ବ ଭାରତୀୟ ରାଜ୍ୟ ବିହାରରେ ପ୍ରତିବର୍ଷ ମାରାତ୍ମକ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.